ବିଛା 2025 ରାଶିଫଳ ରୁ ଜାଣନ୍ତୁ ନିଜର ଭବିଷ୍ୟ!

Author: Vijay Pathak | Last Updated: Mon 2 Sep 2024 9:49:36 AM

ଆଷ୍ଟ୍ରୋକେମ୍ପର ଏହି ବିଶେଷ ଆର୍ଟିକଲ୍ ବିଛା 2025 ରାଶିଫଳ 2025ରେ ବିଛା ରାଶି ଲୋକଙ୍କ ଜୀବନରେ ଆସିବାକୁ ଥିବା ବିଭିନ୍ନ ପରିବର୍ତ୍ତନ ବିଷୟରେ ସଠିକ ଭବିଷ୍ୟବାଣୀ ପ୍ରଦାନ କରିବ। ଏହି ଭବିଷ୍ୟଫଳ 2025 ପୂର୍ଣ ରୂପରେ ବୈଦିକ ଜ୍ଯୋତିଷ ଉପରେ ଆଧାରିତ ଓ ବର୍ଷ 2025ରେ ଗ୍ରହଙ୍କର ବିଭିନ୍ନ ଚଳନ, ଗ୍ରହଙ୍କର ଗୋଚର, ଗ୍ରହ ନକ୍ଷତ୍ରଙ୍କର ସ୍ଥିତି ଇତ୍ୟାଦିର ଗଣନା ଦ୍ବାରା ତିଆରି ହୋଇଛି। ଏହି ବିଛା ରାଶ୍ୟପଃଲ୍ 2025 ଲେଖାରେ ଆମେ ଏହା ଜାଣିବା ଯେ ବର୍ଷ 2025ରେ ବିଛା ରାଶି ଲୋକଙ୍କ ଜୀବନର ବିଭିନ୍ନ ଦିଗରେ କେଉଁ ପ୍ରକାରର ଭଲ ଓ ଖରାପ ପରିଣାମ ମିଳିବ।


ବିଛା ରାଶିଫଳ ଅନୁସାରେ ଆପଣଙ୍କର ଚାକିରି ଓ ବ୍ୟବସାୟ ସମ୍ବନ୍ଧିତ କ’ଣ ସ୍ଥିତି ରହିବ, ପ୍ରେମ ଓ ବୈବାହିକ ସମ୍ବନ୍ଧ କିପରି ରହିବ, ପରିବାରର କ’ଣ ଅବସ୍ଥା ରହିବ, ସ୍ବାସ୍ଥ୍ୟ କିପରି ରହିବ ଓ ବିଦ୍ୟାର୍ଥୀଙ୍କୁ କେଉଁ ପ୍ରକାର ପରିଣାମ ପ୍ରାପ୍ତ ହେବ, ଏହି ସମସ୍ତ କଥା ବିଷୟରେ ଏବେ ଆସନ୍ତୁ ବିସ୍ତୃତରେ ଜାଣିବା। 

Read In Detail: Scorpio 2025 Horoscope

ଆର୍ଥିକ ଜୀବନ 

ଯଦି ଆପଣଙ୍କର ଆର୍ଥିକ ଜୀବନ ବିଷୟରେ କହିବା ତେବେ ବିଛା 2025 ରାଶିଫଳ ଏହି ଭବିଷ୍ୟବାଣୀ କରୁଛି ଯେ ବର୍ଷର ଆରମ୍ଭ ଆପଣଙ୍କ ପାଇଁ ଅନୁକୂଳ ରହିବ। ନିଜର ପ୍ରୟାସ ଦ୍ବାରା ଓ କାର୍ଯ୍ୟକ୍ଷେତ୍ରରୁ ଆପଣଙ୍କୁ ଭଲ ଧନ ଲାଭ ହେବ ଯାହା ଫଳରେ ଆପଣଙ୍କର ଆର୍ଥିକ ସ୍ଥିତିରେ ସୁଧାର ହେବାର ଯୋଗ ତିଆରି ହେଉଛି। ଶନି ମହାରାଜ ମାର୍ଚ୍ଚ ଶେଷରେ ପଞ୍ଚମ ଘରେ ପ୍ରବେଶ କରିବେ। ସେଠାରୁ ସେ ଆପଣଙ୍କର ଏକାଦଶ ଘରକୁ ପୂର୍ଣ ସପ୍ତମ ଦୃଷ୍ଟି ପକାଇବେ ଯାହା ଫଳରେ ଆପଣଙ୍କର ରୋଜଗାର ବଢ଼ିବ। ଆପଣଙ୍କ ପକ୍ଷରେ କୌଣସି ନା କୌଣସି ନିଶ୍ଚିତ ରାସ୍ତା ରହିବ। ପୁରା ବର୍ଷ ଧନର ଯୋଗ ତିଆରି ହେବ। ବର୍ଷର ଆରମ୍ଭରେ ବୃହସ୍ପତି ମହାରାଜ ସପ୍ତମ ଘରେ ରହି ଏକାଦଶ ଘରକୁ ଦେଖିବେ ଯାହା ଫଳରେ ଆପଣଙ୍କର ଆର୍ଥିକ ସ୍ଥିତି ଦୃଢ଼ ହେବ। ଏହା ପରେ ଅକ୍ଟୋବର ମାସରେ ସେ ଆପଣଙ୍କର ଭାଗ୍ଯ ଘରେ ନିଜର ଉଚ୍ଚ ରାଶିରେ ଆସି ଆପଣଙ୍କୁ ଠିକ ଆର୍ଥିକ ନିର୍ଣୟ ନେବାର ସାହାଜ୍ୟ କରିବ ଯାହା ଫଳରେ ଏହି ବର୍ଷ ଆପଣ ଆର୍ଥିକ ସ୍ତରରେ ଅନୁକୂଳତା ପ୍ରଦାନ କରିବ। 

वृश्चिक राशि का राशिफल विस्तार से पढ़ें वृश्चिक राशिफल 2025

ସ୍ବାସ୍ଥ୍ୟ 

ଏହି ବିଛା 2025 ରାଶିଫଳ ଅନୁସାରେ ସ୍ବାସ୍ଥ୍ୟ ଦୃଷ୍ଟିରୁ ଏହି ବର୍ଷ ଠିକ ଠାକ ରହିବାର ସମ୍ଭାବନା ଅଛି, ତଥାପି ଆପଣଙ୍କୁ ନିଜର ସ୍ବାସ୍ଥ୍ୟ ସମସ୍ଯା ଉପରେ ବିଶେଷ ଧ୍ୟାନ ଦେବା ଉଚିତ। ବର୍ଷର ଆରମ୍ଭ ଅନୁକୂଳ ରହିବ, ଯେତବେଳେ ଆପଣଙ୍କର ରାଶିର ସ୍ବାମୀ ନବମ ଘରେ ରହି ଭଲ ସ୍ଥିତିରେ ରହିବେ ଓ ଆପଣଙ୍କର ରାଶି ଉପରେ ମଈ ପର୍ଯ୍ୟନ୍ତ ଦେବଗୁରୁ ବୃହସ୍ପତିଙ୍କର ଦୃଷ୍ଟି ରହିବ। ଏହା ଦ୍ବାରା ଆପଣଙ୍କର ସ୍ବାସ୍ଥ୍ୟ ସମସ୍ଯାରେ ଅଭାବ ଆସିବ ଓ ଆପଣ ସୁସ୍ଥ ଅନୁଭବ କରିବେ। ପଞ୍ଚମ ଘରେ ଉପସ୍ଥିତ ରାହୁ ବେଳେ ବେଳେ ପେଟ ଜଡ଼ିତ ସମସ୍ଯା ଦେଇପାରନ୍ତି। ଏହା ପରେ ମାର୍ଚ୍ଚ ଅନ୍ତରେ ଶନି ମହାରାଜ ଆପଣଙ୍କର ପଞ୍ଚମ ଘରକୁ ଯିବେ ଓ ମଈରେ ରାହୁ ମହାରାଜ ଆପଣଙ୍କର ଚତୁର୍ଥ ଘରେ ଆସିବେ ଯାହା ଫଳରେ ପେଟ ଓ ଆଖପାଖ କ୍ଷେତ୍ର ସହିତ ଜଡ଼ିତ ସମସ୍ଯା ହୋଇପାରେ। ସେଥିପାଇଁ ଆପଣଙ୍କୁ ନିୟମିତ ଭଲ ଭୋଜନ କରିବା ପାଇଁ ଧ୍ୟାନ ଦେବା ଉଚିତ। ମଈର ମଧ୍ୟ ଭାଗରେ ଦେବଗୁରୁ ବୃହସ୍ପତି ଅଷ୍ଟମ ଘରକୁ ଯିବେ ଯାହା ଆପଣଙ୍କୁ ବହୁତ ଧ୍ୟାନ ଦେବାର ସମୟ ହେବ। ତେଲିଆ ଓ ମସଲାଯୁକ୍ତ ପଦାର୍ଥ ଅଧିକ ବ୍ୟବହାର କରିବା ଶରୀରକୁ ଅନେକ ପ୍ରକାରର ସମସ୍ଯା ଦେଇପାରେ। ଅକ୍ଟୋବରରେ ବୃହସ୍ପତି ମହାରାଜ ଆପଣଙ୍କର ନବମ ଘରକୁ ଯିବେ ଯାହା ଫଳରେ ସ୍ବାସ୍ଥ୍ୟରେ ସୁଧାର ଆସିବ କିନ୍ତୁ ଡିସେମ୍ବରରେ ବକ୍ରୀ ଅବସ୍ଥାରେ ବୃହସ୍ପତିଙ୍କର ଅଷ୍ଟମ ଘରକୁ ଯିବା ସ୍ବାସ୍ଥ୍ୟକୁ ଖରାପ କରିପାରେ। ଏହି ସମୟରେ ଆପଣଙ୍କୁ ନିଜର ସ୍ବାସ୍ଥ୍ୟର ବିଶେଷ ଧ୍ୟାନ ରଖିବାକୁ ହେବ।

କ’ଣ ଆପଣଙ୍କର ଜାତକରେ ଅଛି ଶୁଭ ଯୋଗ? ଜାଣିବା ପାଇଁ ଏବେ କିଣନ୍ତୁ ବୃହତ କୁଣ୍ଡଳୀ

କ୍ୟାରୀଅର 

ବିଛା ରାଶିଫଳ ଅନୁସାରେ ଯଦି ଆପଣଙ୍କର କ୍ୟାରିଆର ବିଷୟରେ କହିବା ତେବେ ବର୍ଷର ଆରମ୍ଭ ଅନୁକୂଳ ରହିବ। ରାଶିର ସ୍ବାମୀ ମଙ୍ଗଳ ମହାରାଜ ନବମ ଘରେ ଓ ଦଶମ ଘରର ସ୍ବାମୀ ସୂର୍ଯ୍ୟ ମହାରାଜ ଦ୍ଵିତୀୟ ଘରେ ରହଇଏବ ଯାହା ଦ୍ବାରା ଚାକିରି କରୁଥିବା ଲୋକମାନଙ୍କୁ ବିଶେଷ ଲାଭ ପ୍ରାପ୍ତ ହେବ। ଆପଣ ନିଜର କାର୍ଯ୍ୟକ୍ଷେତ୍ରରେ ଦୃଢ଼ତା ଦ୍ବାରା ନିଜର ପ୍ରଦର୍ଶନ କରିପାରିବେ ଓ କୌଣସି ସମସ୍ଯା ଆପଣଙ୍କୁ ହଇରାଣ କରିବ ନାହିଁ। ମଈ ପରେ ଯେତବେଳେ କେତୁ ମହାରାଜ ଆପଣଙ୍କର ଦଶମ ଘରକୁ ଯିବେ, ତେବେ ଆପଣଙ୍କୁ ନିଜର କାର୍ଯ୍ୟକ୍ଷେତ୍ର ଉପରେ ଧ୍ୟାନ ଦେବାକୁ ହେବ କରଣ ଆପଣଙ୍କର ମନ କାମରେ କମ ଲାଗିବ ଯାହା ଦ୍ବାରା କାମରେ ସମସ୍ଯା ହୋଇପାରେ। ଚାକିରି ବଦଳାଇବାର ସମ୍ଭାବନା ମଧ୍ୟ ମଈ ପରେ ତିଆରି ହୋଇପାରେ। ବ୍ୟବସାୟ କରୁଥିବା ଲୋକଙ୍କ ପାଇଁ ବର୍ଷର ଆରମ୍ଭ ବହୁତ ଅନୁକୂଳ ଅଛି। ବୃହସ୍ପତି ମହାରାଜଙ୍କର କୃପା ଦ୍ବାରା ଆପଣଙ୍କର ଭଲ ଲୋକଙ୍କ ସାହାଜ୍ୟରେ ବ୍ୟବସାୟ ବଢ଼ିବ ଯେଉଁଥିରୁ ଲାଭ ହେବ। ବର୍ଷର ଉତ୍ତରାର୍ଦ୍ଧରେ କିଛି ସମସ୍ଯା ଆସିବ କିନ୍ତୁ ଆପଣ ନିଜର ପରିଶ୍ରମ ଓ ବିଶ୍ବାସ ବଳରେ ନିଜର କାମକୁ ଦୃଢ଼ କରିପାରିବେ । ବର୍ଷର ଅନ୍ତିମ ମାସରେ କିଛି ସମସ୍ଯା ହୋଇପାରେ। 

ଶିକ୍ଷା 

ଏହି ବିଛା 2025 ରାଶିଫଳ ଅନୁସାରେ ବିଦ୍ୟାର୍ଥୀ ବର୍ଗଙ୍କ ପାଇଁ ଏହି ବର୍ଷ ଉତ୍ଥାନ-ପତନରେ ଭରି ରହିବ। ପଞ୍ଚମ ଘରେ ରାହୁ ମହାରାଜଙ୍କର ବର୍ଷର ଆରମ୍ଭରେ ଉପସ୍ଥିତି ଆପଣଙ୍କର ବୁଦ୍ଧି କୁ ତୀବ୍ର କରିବ। ଆପଣଙ୍କର ଭାବିବାର କ୍ଷମତା ଦୃଢ଼ ହେବ। ଆପଣ କମ ସମୟରେ କଠିନରୁ କଠିନ ଜିନ୍ସକୁ ମନେ ରଖିପାରିବେ ଓ ତାଙ୍କର ସମାଧାନ କରିପାରିବେ। ଆପଣଙ୍କର ମନରେ ଜ୍ଞାନ ପ୍ରାପ୍ତିର ଇଚ୍ଛା ମଧ୍ୟ ରହିବ ଯାହା ଶିକ୍ଷାରେ ସଫଳତା ଦେବ। ପ୍ରତିଯୋଗିତା ପରୀକ୍ଷାର ପ୍ରସ୍ତୁତି କରୁଥିବା ବିଦ୍ୟାର୍ଥୀଙ୍କୁ ସଫଳତା ମିଳିପାରିବ କିନ୍ତୁ ଆପଣଙ୍କୁ ଏଣୁ ତେଣୁ କଥାରୁ ଦୂରେଇ ରହି ନିଜର ଏକ ଦୃଢ଼ ଉଦେଶ୍ୟ ତିଆରି କରି ପଢ଼ିବାକୁ ହେବ। ଉଚ୍ଚ ଶିକ୍ଷା ଗ୍ରହଣ କରୁଥିବା ବିଦ୍ୟାର୍ଥୀଙ୍କୁ ବର୍ଷର ଆରମ୍ଭରେ କିଛି ସମସ୍ଯା ସାମ୍ନା କରିବାକୁ ପଡ଼ିବ କିନ୍ତୁ ବର୍ଷର ଉତ୍ତରାର୍ଦ୍ଧ ଆପଣଙ୍କ ପାଇଁ ଅନୁକୂଳ ରହିବ। ବିଦେଶ ଯାଇ ପଢ଼ିବାର ଇଚ୍ଛା ରଖିଥିବା ବିଦ୍ୟାର୍ଥୀଙ୍କର ସ୍ବପ୍ନ ଫେବ୍ରୁୟାରୀରୁ ଅପ୍ରିଲ ମଧ୍ୟରେ ପୂରଣ ହେବ। 

ପରିବାରିକ ଜୀବନ 

ବିଛା 2025 ରାଶ୍ୟପଃଲ୍ ଅନୁସାରେ 2025ର ଆରମ୍ଭରେ ଆପଣଙ୍କର ପାରିବାରିକ ଜୀବନ ଅନୁକୂଳ ରହିବ। ଶନି ଓ ଶୁକ୍ର ମହାରାଜ ଆପଣଙ୍କର ଚତୁର୍ଥ ଘରେ ରହିବେ, ଦ୍ଵିତୀୟ ଘରେ ସୂର୍ଯ୍ୟ ମହାରାଜ ରହିବେ। ଆପଣଙ୍କର କୁଟୁମ୍ବର ବୃଦ୍ଧି ହେବ। ପରିବାର ଲୋକଙ୍କ ମଧ୍ୟରେ ସାମଞ୍ଜସ୍ୟ ରହିବ। ଭାଇ ଭଉଣୀଙ୍କ ସହିତ ସମ୍ବନ୍ଧ ମଧୁର ହେବ। ବିଛା 2025 ରାଶିଫଳ ଅନୁଯାୟୀ ମଈ ମାସରେ ଯେବେ ରାହୁ ମହାରାଜ ଚତୁର୍ଥ ଘରେ ଓ ମଙ୍ଗଳ ମହାରାଜ ଦଶମ ଘରକୁ ଯିବେ, ତେବେ ଘରେ ସାମଞ୍ଜସ୍ୟରେ କିଛି ଅଭାବ ଦେଖାଜଯିବ। ଗୁରୁଜନମାନଙ୍କ ସହିତ ମଧ୍ୟ ଝଗଡ଼ା ହୋଇପାରେ। ସେଥିପାଇଁ ତାଙ୍କର ସ୍ବାସ୍ଥ୍ୟ ଉପରେ ଧ୍ୟାନ ରଖନ୍ତୁ। ଅପ୍ରିଲ ଓ ଅଗସ୍ଟ ମାସରେ କୌଣସି ରୋଗ ହୋଇପାରେ। ଏହା ବ୍ୟତୀତ ପାରିବାରିକ ଜୀବନ ଠିକ ଠାକ ରହିବ। ଏହି ବର୍ଷ ପରିବାରରେ କାହାରି ବିବାହ ହୋଇପାରେ। 

ବୈବାହିକ ଜୀବନ 

ବିଛା 2025 ରାଶିଫଳ ଅନୁସାରେ ଯଦି ବିବାହିତ ଲୋକଙ୍କ ବିଷୟରେ କହିବା ତେବେ ବର୍ଷର ଆରମ୍ଭ ବହୁତ ଅନୁକୂଳ ରହିବ। ସପ୍ତମ ଘରର ସ୍ବାମୀ ଶୁକ୍ର ମହାରାଜ ଚତୁର୍ଥ ସ୍ଥାନରେ ରହିବେ ଓ ଦେବଗୁରୁ ବୃହସ୍ପତି ସପ୍ତମ ଘରେ ରହିବେ ତଥା ବୁଧ ମହାରାଜ ପ୍ରଥମ ଘରେ ବସି ସପ୍ତମ ଘରକୁ ଦେଖିବେ। ଏହି ସମସ୍ତ ଗ୍ରହ ସ୍ଥିତି ଅନୁସାରେ ବୈବାହିକ ଜୀବନରେ ସୁନ୍ଦର ପ୍ରେମ ବଢ଼ିବ। ସମସ୍ଯା ଦୁର୍ ହେବ। ଆପଣ ଓ ଆପଣଙ୍କର ଜୀବନ ସାଥୀ ପରସ୍ପରର ନିକଟର ହେବେ ଓ ପାରସ୍ପରିକ ସମସ୍ଯାକୁ ଅଣଦେଖା କରିବାର ଚେଷ୍ଟା କରିବେ ଯାହା ଦ୍ବାରା ଆପଣଙ୍କର ବୈବାହିକ ଜୀବନ ସୁଖମୟ ହେବ। ଏହା ପରେ ଯେତବେଳେ ମଈ ମାସରେ ବୃହସ୍ପତି ଅଷ୍ଟମ ଘରକୁ ଯିବେ ତେବେ ଆପଣଙ୍କୁ ଶାଶୁଘର ଲୋକଙ୍କ ସହିତ ମିଶିବାକୁ ସୁଯୋଗ ମିଳିବ। ନୂଆ ଅତିଥି ଆସିବାର ସୁଯୋଗ ଅଛି। ଶନି ମହାରାଜ ମାର୍ଚ୍ଚ ଶେଷରେ ଆପଣଙ୍କର ପଞ୍ଚମ ଘରକୁ ଯାଇ ସପ୍ତମ ଘର ଉପରେ ପୂର୍ଣ ଦୃଷ୍ଟି ରଖିବେ ଯାହା ଅବିବିବାହିତ ଲୋକଙ୍କର ବିବାହ କରିବାର ଯୋଗ ସୃଷ୍ଟି କରିବ। ଏହି ସମୟରେ ଜୀବନସାଥୀଙ୍କୁ ବିଶେଷ ଲାବ ହମଧ୍ୟ ହୋଇପାରେ। ତାଙ୍କର ବିଚାରଧାରା ସ୍ପଷ୍ଟ ହେବ ଯାହାକୁ ବୁଝିବା ପାଇଁ ଆପଣଙ୍କୁ ଚେଷ୍ଟା କରିବାକୁ ହେବ। 

ପାଆନ୍ତୁ ନିଜର ଜାତକ ଉପରେ ଆଧାରିତ ସଠିକ ଶନି ରିପୋର୍ଟ୍

ପ୍ରେମ ଜୀବନ 

ବିଛା ରାଶିଫଳ ଏହା ଭବିଷ୍ୟବାଣୀ କରୁଛି ଯେ ବର୍ଷର ଆରମ୍ଭରେ ଆପଣଙ୍କୁ ନିଜର ପ୍ରେମ ଜୀବନରେ ବହୁତ ଖୁସି ମିଳିବ। ପଞ୍ଚମ ଘରେ ଉପସ୍ଥିତ ରାହୁ ଆପଣଙ୍କୁ କିଛି ସ୍ଵୟଂଶାସିତ କରିବେ। ଆପଣ ନିଜର ପ୍ରିୟତମ ପାଇଁ ବହୁତ କିଛି କରିବାକୁ ଚାହିଁବେ ଯାହା ପ୍ରେମ ଜୀବନକୁ ଦୃଢ଼ କରିବ। ଆପଣ ବହୁତ କିଛି ଏପରି କଥା କହିବେ, ଯାହା ଆପଣ ପୂରଣ ନ କରିପାରନ୍ତି, ଏହା ଦ୍ବାରା ଆପଣଙ୍କର ପ୍ରିୟତମ ଧୀରେ ଧୀର ରାଗି ଯିବେ କିନ୍ତୁ ଆପଣ ନିଶ୍ଚିତ ରୁହନ୍ତୁ, ସମସ୍ତ ପରିସ୍ଥିତି ଆପଣଙ୍କର ପକ୍ଷରେ ରହିବ। ଏହା ପରେ ମାର୍ଚ୍ଚ ଶେଷରେ ଶନି ମହାରାଜ ଆପଣଙ୍କର ପଞ୍ଚମ ଘରକୁ ଯିବେ ଓ ରାହୁ ମହାରାଜ ଯିଏ ଆପଣଙ୍କର ଚତୁର୍ଥ ଘରକୁ ଯିବେ ଓ ମଈ ମାସରେ ବୃହସ୍ପତି ମହାରାଜ ଆପଣଙ୍କର ପଞ୍ଚମ ଘରର ସ୍ବାମୀ ମଧ୍ୟ ଅଷ୍ଟମ ଘରେ ଥିବେ। ଏହା ଦ୍ବାରା ପ୍ରେମ ଜୀବନରେ କିଛି ଉତ୍ଥାନ-ପତନ ଆସିବ। ଆପଣଙ୍କର ପ୍ରେମର ପରୀକ୍ଷା ହେବ। ଆପଣ ନିଜର ସାଥୀ ଉପରେ କେତେ ବିଶ୍ବାସ କରନ୍ତି, ଏହି କଥାର ସମୟ ପରୀକ୍ଷା ନେବ। କିନ୍ତୁ ଏହି ସବୁ ଦ୍ବାରା ଆପଣଙ୍କର ସମ୍ପର୍କ ଦୃଢ଼ ହେବ। ବିଛା 2025 ରାଶିଫଳ ଅନୁଯାୟୀ ଅକ୍ଟୋବର ମାସରେ ଯେତବେଳେ ଦେବଗୁରୁ ବୃହସ୍ପତି ନିଜର ଉଚ୍ଚ ରସିୟ କର୍କଟରେ ନବମ ଘରକୁ ଯିବେ ଓ ସେଠାରୁ ପଞ୍ଚମ ଘରକୁ ଦେଖିବେ ତେବେ ଏହି ସମୟ ଆପଣଙ୍କ ପ୍ରେମ ଜୀବନ କୁ ଅଧିକ ଶକ୍ତିଶାଳୀ କରିଦେବ। ଆପଣ ନିଜର ପ୍ରିୟତମଙ୍କ ସହିତ ତୀର୍ଥ-ଯାତ୍ରାରେ ମଧ୍ୟ ଯାଇପାରିବେ ଓ ଭଲ ଜାଗା ବୁଲିପାରିବେ। ଏହା ଦ୍ବାରା ଆପଣଙ୍କର ସମ୍ପର୍କ ଦୃଢ଼ ହେବ। 

ଉପାୟ 

  • ଆପଣଙ୍କୁ ଶ୍ରୀ ରାମ ରକ୍ଷା ସ୍ତୋତ୍ର ପାଠ କରିବା ଉଚିତ । 
  • ଦେବଗୁରୁ ବୃହସ୍ପତିଙ୍କର ବୀଜ ମନ୍ତ୍ର ଜପ କରିବା ଆପଣଙ୍କ ପାଇଁ ସର୍ବାଧିକ ଲାଭ ପ୍ରଦ ରହିବ। 
  • ମଙ୍ଗଳବାର ଦିନ ଆପଣ ଭାଇକୁ କୌଣସି ନାଲି ରଙ୍ଗର ବସ୍ତୁ ଉପହାର ଦେବା ଭଲ ହେବ। 
  • ସୋମବାର ଦିନ ଶଙ୍କରଙ୍କର ରୁଦ୍ରାଭିଷେକ କରନ୍ତୁ। 

ସମସ୍ତ ଜ୍ୟୋତିଷୀୟ ସମାଧାନ ପାଇଁ କ୍ଲିକ କରନ୍ତୁ: ଅନଲାଇନ ଶପିଂ ସ୍ଟୋର

ଆମେ ଆଶା କରୁଛି ଯେ ଆପଣଙ୍କୁ ଆମର ଏହି ଲେଖା ପସନ୍ଦ ଆସିଥିବ। ଏହି ପରି ଅଧିକ ଲେଖା ପାଇଁ ଜଡ଼ିତ ରୁହନ୍ତୁ ଆଷ୍ଟ୍ରୋକେମ୍ପ ସହିତ। ଧନ୍ୟବାଦ!!

ପ୍ରାୟତଃ ପଚରା ଯାଉଥିବା ପ୍ରଶ୍ନ

ପ୍ରଶ୍ନ 1. 2025 ବିଛା ରାଶି ଲୋକଙ୍କର ଭାଗ୍ୟରେ କ’ଣ ଲେଖା ଅଛି?

2025 ରେ ବିଛା ରାଶି ଲୋକଙ୍କର ଭାଗ୍ୟ ଭଲ୍ ରହିବ। ଏହି ବର୍ଷ ଅଧିକାଂଶ ମାମଲାରେ ଅନୁକୂଳ ପରିଣାମ ମିଳିବ। 

ପ୍ରଶ୍ନ 2. 2025 ରାଶିଫଳ ଅନୁସାରେ ପ୍ରେମରେ ବିଛା ରାଶି ଲୋକଙ୍କୁ କିପରି ପରିଣାମ ମିଳିବ?

ପ୍ରେମ ଦୃଷ୍ଟିରୁ ବିଛା ରାଶି ଲୋକଙ୍କୁ ଏହି ବର୍ଷ ଭଲ ପରିଣାମ ମିଳିବାର ସମ୍ଭାବନା ଅଛି। ଆପଣଙ୍କର ପ୍ରେମ ସମ୍ବନ୍ଧ ଦୃଢ଼ ହେବ। 

ପ୍ରଶ୍ନ 3. ବିଛା ରାଶି ଲୋକଙ୍କର ଚିନ୍ତା କେବେ ସମାପ୍ତ ହେବ?

ବିଛା ରାଶି ଉପରେ ସାଢ଼େସାତୀ 28 ଜାନୁଆରୀ 2041 ରୁ 3 ଡିସେମ୍ବର 2049 ଯାଏଁ ରହିବ ଓ ଢୈୟା 29 ଅପ୍ରିଲ 20222 ରୁ 29 ମାର୍ଚ୍ଚ 2025 ଯାଏଁ ରହିବ।

More from the section: Horoscope