ବୃଷ 2025 ରାଶିଫଳ ରୁ ଜାଣନ୍ତୁ ନିଜର ଭବିଷ୍ୟ!

Author: Vijay Pathak | Last Updated: Mon 26 Aug 2024 2:09:11 PM

ଆଷ୍ଟ୍ରୋକେମ୍ପର ବିଶେଷ ଆର୍ଟିକଲ ବୃଷ 2025 ରାଶିଫଳଦ୍ବାରା ବର୍ଷ 2025 ରେ ବୃଷ ରାଶିର ଲୋକଙ୍କ ଜୀବନରେ ଆସିବାକୁ ଥିବା ପରିବର୍ତ୍ତନ ବିଷୟରେ ସଠିକ ଭବିଷ୍ୟବାଣୀ ପ୍ରାପ୍ତ ହେବ। ଏହିଭବିଷ୍ୟବାଣୀ ବୈଦିକ ଜ୍ୟୋତିଷ ଶାସ୍ତ୍ର ଉପରେ ଆଧାରିତ ଗ୍ରହଓ ନକ୍ଷତ୍ରଙ୍କ ଚଳନ ଓ ତାରା ମାନଙ୍କର ଗଣନା ଅନୁସାରେ ତିଆରି ହୋଇଛି ଯାହା ଆପଣଙ୍କୁ ବୈବାହିକ ଜୀବନ, ପ୍ରେମ ଜୀବନ, କ୍ୟାରିଅର, ଶିକ୍ଷ୍ୟା, ପାରିବାରିକ ଜୀବନ ଓ ସ୍ୱାସ୍ଥ୍ୟ ବିଷୟରେ ସମ୍ପୂର୍ଣ ସୂଚନା ଦେବ। ତେବେ ଆସନ୍ତୁ ଜାଣିବା ବର୍ଷ 2025 ରେ ବୃଷ ରାଶି ଲୋକଙ୍କର ଜୀବନରେ କଣ କଣ ପରିବର୍ତନ ଆସିବ। 


ଏହି ରାଶିଫଳ ଅନୁସାରେ ବର୍ଷ  2025 କଣ କହୁଛି, ତାରାମାନଙ୍କର ଚଳନ,   କ’ଣ ଏହି ବର୍ଷ ହେବ ଆପଣଙ୍କର ବିବାହ କିମ୍ବା ମିଳିବ କ୍ୟାରୀଅରରେ ଉନ୍ନତି, ଏହି ସବୁ ପ୍ରଶ୍ନର ଉତ୍ତର ଜାଣିବା ପାଇଁ ଆସନ୍ତୁ ଜାଣିବା ବୃଷ ରାଶିଫଳ। 

Read In Detail: Taurus 2025 Horoscope

ଆର୍ଥିକ ଜୀବନ 

ଏହି ବୃଷ 2025 ରାଶିଫଳ ଭବିଷ୍ୟବାଣୀ ଅନୁସାରେ ବର୍ଷ 2025 ଆପଣଙ୍କ ପାଇଁ ଅନୁକୂଳ ପରିଣାମ ଆଣିପାରେ। ବର୍ଷର ଆରମ୍ଭରେ ଦେବଗୁରୁ ବୃହସ୍ପତି ଆପଣଙ୍କର ରାଶିରେ ବିରାଜମାନ ହେବେ ଓ ତୃତୀୟ ଘରେ ମଙ୍ଗଳ ତଥା ଏକାଦଶ ଘରେ ରାହୁ ମହାରାଜ ବିରାଜମାନ ହୋଇ ଆପଣଙ୍କର ଆର୍ଥିକ ଠିଟିକୁ ସୁଧାରିବାରେ ମହତ୍ଵପୂର୍ଣ ଯୋଗଦାନ ଦେବେ। ଏହା ପରେ ମାର୍ଚ୍ଚର ଶେଷରେ ଶନି ମହରାଜ ଏକାଦଶ ଘରେ ଆସିବେ ଓ ମଈ ମାସରେ ଦେବଗୁରୁ ବୃହସ୍ପତି ମଧ୍ୟ ଦ୍ଵିତୀୟ ଘରକୁ ଯିବେ। ଏହା ଆପଣଙ୍କର ଆର୍ଥିକ ସମସ୍ଯାକୁ ଶେଷ କରିବାର ସମୟ ହେବ। ଏହି ସମୟରେ ଆପଣଙ୍କୁ ଭଲ ସଫଳତା ପ୍ରାପ୍ତ ହେବ ଓ ଆପଣଙ୍କର ସମସ୍ତ କାମ ହୋଇଯିବ। ଆର୍ଥିକ ସମସ୍ଯା କମ ହେବ ଓ ଧନ ଲାଭ ହେବ। ଆପଣଙ୍କୁ ଧନ ସଞ୍ଚୟ କରିବାରେ ମଧ୍ୟ ସଫଳତା ମିଳିବ ଓ ପଡ଼ିବାରର ଲୋକଙ୍କ ଠାରୁ ମଧ୍ୟ ଧନ ଲାଭ ହେବ। କାର୍ଯ୍ୟ ବ୍ୟବସାୟରୁ ମଧ୍ୟ ବିଶେଷ ଲାଭ ହେବ। ଆପଣଙ୍କୁ ନିଜର ବସଙ୍କର ସମର୍ଥନ ମିଳିବ ଯାହା ଫଳରେ ଆପଣଙ୍କୁ ଚାକିରିରେ ଦରମା ବୃଦ୍ଧି ହେବାର ଶୁଭ ଖବର ଶୁଣିବାକୁ ମିଳିବ। 

वृष राशि का राशिफल विस्तार से पढ़ें – वृष राशिफल 2025 

ସ୍ବାସ୍ଥ୍ୟ 

ବୃଷ ରାଶିଫଳ ଅନୁସାରେ ଏହି ବର୍ଷ ସ୍ବାସ୍ଥ୍ୟ ଦୃଷ୍ଟିରୁ ଅନୁକୂଳ ରହିବାର ଅଧିକ ସମ୍ଭାବନା ଦେଖାଯାଉଛି। ବର୍ଷର ଆରମ୍ଭରେ ଅଷ୍ଟମ ଘରେ ସୂର୍ଯ୍ୟ ମହାରାଜ ଆପଣଙ୍କର ରୋଗ ପ୍ରତିରୋଧକ କ୍ଷମତା ଦୁର୍ବଳ କରିବେ ଯାହା ଉପରେ ଆପଣଙ୍କୁ ଧ୍ୟାନ ଦେବାକୁ ପଡ଼ିବ। ଏହା ସହିତ ଏହି ବର୍ଷ ବୃହସ୍ପତି ମହାରାଜ ଦ୍ଵିତୀୟ ଘରେ ରହିବା ଯୋଗୁଁ ଆପଣଙ୍କୁ ନିଜର ଖାଇବା ପଇବା ଓ ଭୋଜନ ଉପରେ ବିଶେଷ ଧ୍ୟାନ ଦେବାକୁ ପଡ଼ିବ ଅନ୍ୟଥା ଆପଣ ମୋଟାପଣର ଶିକାର ହୋଇପାରନ୍ତି। ଶନି ମହାରାଜ ଏକାଦଶ ଘରେ ବର୍ଷର ଉତ୍ତରାର୍ଦ୍ଧରେ ରହିବେ ଯାହା ଫଳରେ ଆପଣ ସ୍ବାସ୍ଥ୍ୟ ସମସ୍ଯାରୁ ବଞ୍ଚି ପାରିବେ। ଡିସେମ୍ବର ମାସରେ ଆପଣଙ୍କୁ ବିଶେଷ ସାବଧାନ ରହିବାକୁ ପଡ଼ିବ କାରଣ ଏହି ସମୟରେ ସ୍ବାସ୍ଥ୍ୟ ସହିତ ଜଡ଼ିତ ସମସ୍ଯା ଅସୁବିଧା କରିପାରେ। ଏହି ବର୍ଷ ଆପଣଙ୍କ ଭିତରେ ଆଳସ୍ୟ ବଢ଼ିପାରେ ଯାହା ଧୀରେ ଧୀରେ ଆପଣଙ୍କୁ ଶାରୀରିକ ସ୍ତରରେ ଦୁର୍ବଳ କରିଦେବ। ଯଥା ସମ୍ଭବ ଏଥିରୁ ବଞ୍ଚିବାକୁ ଚେଷ୍ଟା କରନ୍ତୁ। 

କ’ଣ ଆପଣଙ୍କର ଜାତକରେ ଅଛି ଶୁଭ ଯୋଗ? ଜାଣିବା ପାଇଁ ଏବେ କିଣନ୍ତୁ ବୃହତ କୁଣ୍ଡଳୀ

କ୍ୟାରୀଅର 

ବୃଷ ରାଶିଫଳ ଅନୁସାରେ ଆପଣଙ୍କ କ୍ୟାରୀଅର ବିଷୟରେ କହିଲେ ବର୍ଷର ଆରମ୍ଭରେ ଶନି ମହାରାଜ ଆପଣଙ୍କର ଦଶମ ଘରେ ରହିବେ ଓ ଆପଣଙ୍କର ରାଶିରେ ଦେବଗୁରୁ ବୃହସ୍ପତି ସ୍ଥିତ ହେବେ। ଏହା ଦ୍ବାରା ଆପଣଙ୍କର ନିଷ୍ପତି ନେବାର କ୍ଷମତା ବଢ଼ିବ ଓ ଆପଣ ନିଜର କାର୍ଯ୍ୟକ୍ଷେତ୍ରରେ ଦୃଢ଼ତାର ସହିତ ଆଗକୁ ବଢ଼ି ସଫଳତା ପ୍ରାପ୍ତ କରିବେ। ବ୍ୟବସାୟରେ ଭଲ ଉନ୍ନତି ମିଳିବ ଓ ଚାକିରି କ୍ଷେତ୍ରରେ ଚାପ ରହିବ। ଏହା ପରେ ଶନି ମହାରାଜ ମାର୍ଚ୍ଚ ଶେଷରେ ଆପଣଙ୍କର ଏକାଦଶ ଘରକୁ ଯିବେ ଯାହା ଦ୍ବାରା ଆପଣଙ୍କର ବରିଷ୍ଠ ଅଧିକାରୀଙ୍କ ସହିତ ଆପଣ ନିକଟର ହେବେ। ତାଙ୍କର ମାର୍ଗଦର୍ଶନ ଦ୍ବାରା ଆପଣ କ୍ୟାରୀଅରରେ ଭଲ ସଫଳତା ପ୍ରାପ୍ତ କରିପାରିବେ। ଆପଣଙ୍କୁ ପଦୋନ୍ନତି ମଧ୍ୟ ମିଳିବ ଓ ଦରମା ବୃଦ୍ଧି ହେବାର ଯୋଗ ଅଛି କିନ୍ତୁ ରାହୁ ମଈ ମାସରେ ଆପଣଙ୍କର ଦଶମ ଘରେ ଥିବାରୁ ଆପଣଙ୍କୁ କାର୍ଯ୍ୟକ୍ଷେତ୍ରରେ ସାବଧାନ ରହିବା ପାଇଁ ପଡ଼ିବ। କୌଣସି ପ୍ରକାରର ଶର୍ଟ୍କଟ ନିଅନ୍ତୁ ନାହିଁ ଓ କୌଣସି ଷଢ଼ଯନ୍ତ୍ରରେ ଭାଗ ନିଅନ୍ତୁ ନାହିଁ ନଚେତ ସମସ୍ଯା ହୋଇପାରେ। 

ଶିକ୍ଷା 

ବୃଷ ରାଶିର ବିଦ୍ୟାର୍ଥୀ ବର୍ଗଙ୍କ ବିଷୟରେ କହିଲେ ବୃଷ 2025 ରାଶିଫଳ ଏହା ସଙ୍କେତ ଦେଉଛି ଯେ ବିଦ୍ୟାର୍ଥୀଙ୍କଊ ବର୍ଷର ଆରମ୍ବରେ କଠିନ ସମସ୍ଯା ସାମ୍ନା କରିବାକୁ ପଡ଼ିପାରେ କାରଣ କେତୁ ମହାରାଜ ଆପଣଙ୍କର ପଞ୍ଚମ ଘରେ ରହିବେ, କିନ୍ତୁ ଭଲ କଥା ଏହା ଯେ ଦେବଗୁରୁ ବୃହସ୍ପତି ମଧ୍ୟ ପ୍ରଥମ ଘରେ ଥିବେ ଯାହା ଆପଣଙ୍କୁ ଭଲ ଗୁରୁଙ୍କର ମାର୍ଗଦର୍ଶନ ପ୍ରଦାନ କରିବେ ଓ ତାଙ୍କର ସାନିଧ୍ୟରେ ଆପଣ ନିଜର ଶିକ୍ଷା ଜାରି ରଖିପାରିବେ। ଏହି ବର୍ଷର ଉତ୍ତରାର୍ଦ୍ଧରେ ଜେଟବେଳେ କେତୁ ଚତୁର୍ଥ ଘରେ ଆସିବେ, ତେବେ ଏହି ସମସ୍ଯାର ହ୍ରାସ ପାଇବ ଓ ଆପଣ ନିଜର ଶିକ୍ଷା ଉପରେ ଧ୍ୟାନ ଦେଇପାରିବେ। ଶନି ମହାରାଜଙ୍କର ଦୃଷ୍ଟି ପଞ୍ଚମ ଘରେ ହେବା ଯୋଗୁଁ ଶିକ୍ଷାରେ ବେଳେ ବେଳେ ସମସ୍ଯା ଆସିବ କିନ୍ତୁ ଆପଣ ଶିକ୍ଷାରେ ସଫଳତା ପ୍ରାପ୍ତ କରିବେ। ଉଚ୍ଚ ଶିକ୍ଷା ପ୍ରାପ୍ତ କରିବାର ସ୍ବପ୍ନ ପୂରଣ ହେବ ଓ ଆପଣ ନିଜର ମନପସନ୍ଦ ବିଷୟ ପଢ଼ିବାର ସୁଯୋଗ ପାଇବେ। ପ୍ରତିଯୋଗିତା ପରୀକ୍ଷା ଦେଉଥିବା ବିଦ୍ୟାର୍ଥୀଙ୍କ ପାଇଁ ଏହି ବର୍ଷ ସଫଳତା ଆଣିବ।

ପାରିବାରିକ ଜୀବନ 

ଏହି ରାଶିଫଳ ଅନୁସାରେ ଏହି ବର୍ଷ ପାରିବାରିକ ଜୀବନ ପାଇଁ ଭଲ ରହିବାର ସମ୍ଭାବନା ଅଛି କିନ୍ତୁ ବର୍ଷର ଆରମ୍ଭରେ କିଛି ଅସୁବିଧା ହେବ। ଚତୁର୍ଥ ଘରର ସ୍ବାମୀ ସୂର୍ଯ୍ୟ ମହାରାଜ ଅଷ୍ଟମ ଘରେ ରହିବେ ଯାହା ଦ୍ବାରା ମାତା ଓ ପିତାଙ୍କର ସ୍ବାସ୍ଥ୍ୟ ସମ୍ବନ୍ଧିତ ସମସ୍ଯା ଚିନ୍ତା ଦେଇପାରେ। ଏହା ପରେ ମଙ୍ଗଳ ମଧ୍ୟ ଚତୁର୍ଥ ଘରେ ଆସି ପାରିବାରିକ ସମସ୍ଯା ବଢ଼ାଇ ପାରିବେ କିନ୍ତୁ ବର୍ଷର ଉତ୍ତରାର୍ଦ୍ଧ ଆପଣଙ୍କ ପାଇଁ ଚଳନିଅ ରହିବ। ମଈର ମଧ୍ୟ ଭାଗରୁ କେତୁ ମହାରାଜଙ୍କର ଚତୁର୍ଥ ଘରେ ଆସିବା ଯୋଗୁଁ ପରିବାରର ଲୋକଙ୍କ ମଧ୍ୟରେ ସାମଞ୍ଜସ୍ୟ ରଖିବା କଠିନ ହେବ ଯାହା ଦ୍ବାରା ପାରିବାରିକ ଜୀବନରେ କିଛି ଅସନ୍ତୁଳନ ଆସିପାରେ। ଆପଣଙ୍କୁ ପାରିବାରିକ ଅଶାନ୍ତି ଦୂର କରିବା ପାଇଁ ସ୍ବୟଂ ପ୍ରୟାସ କରିବାକୁ ପଡ଼ିବ। ଭାଇ ଭଉଣୀଙ୍କ ସହିତ ଆପଣଙ୍କର ମଧୁର ସମ୍ବନ୍ଧ ରହିବ ଯାହା ଆପଣଙ୍କୁ ମଝିରେ ମଝିରେ ଲାଭ ଦେବ ଓ ତାଙ୍କ ସହିତ ଆପଣଙ୍କର ମିତ୍ରତା ହେବାର ଯୋଗ ମଧ୍ୟ ତିଆରି ହେଉଛି। କୌଣସି ସନ୍ତାନର ଜନ୍ମ ହେବା କିମ୍ବା କୌଣସି ବିବାହ ଯୋଗ୍ୟ ସଦସ୍ୟର ବିବାହ ହେବାର ସୁନ୍ଦର ଯୋଗ ଅଛି। 

ସନ୍ତାନର କ୍ୟାରୀଅରର ହେଉଛି ଚିନ୍ତା! ଏବେ ଅର୍ଡର କରନ୍ତୁ କୋଗ୍ନିଆଷ୍ଟ୍ରୋ ରିପୋର୍ଟ୍

ବୈବାହିକ ଜୀବନ 

ବୃଷ ରାଶିଫଳ ଅନୁସାରେ ଏହି ବର୍ଷ ବୈବାହିକ ଜୀବନ ପାଇଁ ଅନୁକୂଳ ରହିବ ଓ ବୃହସ୍ପତି ମହାରାଜ ପ୍ରଥମ ଘରୁ ସପ୍ତମ ଘର ଉପରେ ଦୃଷ୍ଟି ରଖିବେ ଯାହା ବୈବାହିକ ସମ୍ବନ୍ଧକୁ ମଧୁର କରିବ। ବୃଷ 2025 ରାଶିଫଳ ଅନୁଯାୟୀ ଆପଣ ଓ ଆପଣଙ୍କର ଜୀବନସଥୀ ମଧ୍ୟରେ ସାମଞ୍ଜସ୍ୟ ବଢ଼ିବ। ପରସ୍ପରକୁ ସମୟ ଦେବେ।ପାରିବାରିକ ଦାୟିତ୍ବ ନିର୍ବାହ କରିବେ। ଏହା ଦ୍ବାରା ଆପଣଙ୍କ ମଧ୍ୟରେ ଥିବା ଦୂରତା ସମାପ୍ତ ହେବ ଓ ଅଧିକ ସମୟ ପର୍ଯ୍ୟନ୍ତ ଚାଲିଥିବା ଚିନ୍ତାରୁ ମୁକ୍ତି ମିଳିବ। ଆପଣଙ୍କର ସମ୍ପର୍କ ଭଲ ରହିବ। ସେପ୍ଟେମ୍ବର ରୁ ଅକ୍ଟୋବର ମଧ୍ୟ ଭାଗରେ ମଙ୍ଗଳ ମହାରାଜ ଷଷ୍ଠ ଘରେ ଯାଇ ବୈବାହିକ ସମ୍ବନ୍ଧରେ ସମସ୍ଯା ବଢ଼ାଇ ପାରନ୍ତି। ଏହି ସମୟରେ ବିଶେଷ ସାବଧାନ ରୁହନ୍ତୁ, ଏହା ପରେ ସ୍ଥିତି ଆପଣଙ୍କର ପକ୍ଷରେ ରହିବ ଓ ବୈବାହିକ ଜୀବନ ପ୍ରେମମୟ ହେବ। ଏହି ବର୍ଷ ଆପଣ ନିଜର ଜୀବନସଥୀ ସହିତ ସୁନ୍ଦର ସ୍ଥାନ ଯାତ୍ରା କରିବେ ତଥା ତୀର୍ଥ ଯାତ୍ରାରେ ମଧ୍ୟ ଯିବେ ଯାହା ଆପଣ ପ୍ରେମର ଅନୁଭବ ମଧ୍ୟ କରିବେ। ସନ୍ତାନ ପ୍ରାପ୍ତିର ଇଚ୍ଛା ଯଦି ଅଛି ତେବେ ଏହି ବର୍ଷ ଆପଣଙ୍କର ଏହି ଇଚ୍ଛା ପୂରଣ ହୋଇପାରେ।

ପାଆନ୍ତୁ ନିଜର ଜାତକ ଉପରେ ଆଧାରିତ ସଠିକ ଶନି ରିପୋର୍ଟ୍

ପ୍ରେମ ଜୀବନ 

ଏହି ବୃଷ 2025 ରାଶିଫଳ ଆପଣଙ୍କ ପାଇଁ ଏହି ଭବିଷ୍ୟବାଣୀ କରୁଛି ଯେ ବର୍ଷର ଆରମ୍ଭ ପ୍ରେମ ସମ୍ବନ୍ଧ ପାଇଁ ଦୁର୍ବଳ ହୋଇପାରେ କାରଣ କେତୁ ମହାରାଜ ପଞ୍ଚମ ଘରେ ରହିବେ ଯାହା ଦ୍ବାରା ଆପଣଙ୍କୁ ପ୍ରେମରେ ପ୍ରତାରଣା ମିଳିପାରେ କାରଣ ବୁଝାମଣାର ଅଭାବ ହେବା ଯୋଗୁଁ ଆପଣଙ୍କର ପ୍ରିୟତମ ଓ ଆପଣଙ୍କ ମଧ୍ୟରେ ଭୁଲ ବୁଝାମଣା ବଢ଼ିପାରେ ଯାହା ସମ୍ପର୍କରେ ଚିନ୍ତା ବଢ଼ାଇପାରେ କିନ୍ତୁ 18 ମଈ ପରେ ଯେତବେଳେ କେତୁ ଚତୁର୍ଥ ଘରକୁ ଯିବେ ଓ ପଞ୍ଚମ ଘରେ ଶନି ମହାରାଜଙ୍କର ଦୃଷ୍ଟି ରହିବ, ତେବେ ଆପଣ ନିଜର ସମ୍ପର୍କରେ ସଚ୍ଚୋଟତା ସହିତ ଆଗକୁ ବଢ଼ିବେ। ଏହା ଆପଣଙ୍କ ସମ୍ପର୍କରେ ନୂଆ ଜୀବନ, ନୂଆ ଊର୍ଜା ଆଣିବ ଓ ଆପଣ ନିଜର ପ୍ରିୟତମ ସହିତ ହସ ଖୁସିରେ ସଂସାର ଗଢ଼ିବେ। ବର୍ଷର ଆରମ୍ଭ ଓ ଜୁଲାଇରୁ ସେପ୍ଟେମ୍ବର ମଧ୍ୟରେ ଆପଣଙ୍କର ପ୍ରେମ ବିବାହର ଯୋଗ ତିଆରି ହେବ। ଆପଣଙ୍କୁ ଅପ୍ରିଲ ରୁ ମଈ ମଧ୍ୟରେ ନିଜର ସମ୍ପର୍କ ସମ୍ଭାଳିବାକୁ ପଡ଼ିବ। ଏହି ସମୟରେ ସମ୍ପର୍କ ଭାଙ୍ଗିବାର ସ୍ଥିତି ଆସିପାରେ। ଯଦି ଏହି ସମୟରେ ଆପଣ ବୁଝାମଣା ସହିତ କାମ କରିବେ ନାହିଁ ତେବେ ଆପଣଙ୍କର ପ୍ରେମ ସମ୍ବନ୍ଧ ଦୀର୍ଘ ସମୟ ପର୍ଯ୍ୟନ୍ତ ଚାଲିବ ନାହିଁ।  

ଉପାୟ

  • ଶୁକ୍ରବାର ଦିନ ଆପଣଙ୍କୁ ମାତା ମହାଲକ୍ଷ୍ମୀଙ୍କୁ ନାଲି ମନ୍ଦର ଫୁଲ ଅର୍ପଣ କରିବା ଉଚିତ ଓ ମା ମହାଲକ୍ଷ୍ମୀଙ୍କର କୌଣସି ମନ୍ତ୍ର ଜପ କରିବା ଉଚିତ। 
  • ଆପଣଙ୍କୁ ଏକ୍ ଉତ୍ତମ ଗୁଣବତ୍ତାର ହୀରା କିମ୍ବା ଓପଲ ରତ୍ନ ରୂପାର ମୁଦିରେ ଯୋଡ଼ି ନିଜର ଅନାମିକା ଆଙ୍ଗୁଠିରେ ଧରଣ କରିବା ଉଚିତ। 
  • ଆପଣଙ୍କୁ ବୁଧବାର ଦିନ ଗଣେଶଙ୍କୁ ଦୁବ ଅର୍ପଣ କରିବା ଉଚିତ। 
  • ମଙ୍ଗଳବାର ଦିନ ନାଲି ରଙ୍ଗର ତ୍ରିକୋଣ ପତକା କୌଣସି ମନ୍ଦିରରେ ଲଗାଇବା ଉଚିତ। 

ସମସ୍ତ ଜ୍ୟୋତିଷୀୟ ସମାଧାନ ପାଇଁ କ୍ଲିକ କରନ୍ତୁ: ଅନଲାଇନ ଶପିଂ ସ୍ଟୋର

ଆମେ ଆଶା କରୁଛି ଯେ ଆପଣଙ୍କୁ ଆମର ଏହି ଲେଖା ପସନ୍ଦ ଆସିଥିବ। ଏହି ପରି ଅଧିକ ଲେଖା ପାଇଁ ଜଡ଼ିତ ରୁହନ୍ତୁ ଆଷ୍ଟ୍ରୋକେମ୍ପ ସହିତ। ଧନ୍ୟବାଦ!

ପ୍ରାୟତଃ ପଚରା ଯାଉଥିବା ପ୍ରଶ୍ନ 

1. ବୃଷ ରାଶି ପାଇଁ 2025 କିପରି ରହିବ?

ବୃଷ ରାଶି ଲୋକଙ୍କ ପାଇଁ ବର୍ଷ 2025ରେ ଜୀବନର ବିଭିନ୍ନ କ୍ଷେତ୍ରରେ ଅନୁକୂଳ ପରିଣାମ ମିଳିବାର ସମ୍ଭାବନା ଅଛି। 

2. 2025 ରେ ବୃଷ ରାଶି ଲୋକଙ୍କ ସ୍ବାସ୍ଥ୍ୟ କିପରି ରହିବ? 

2025 ରେ ବୃଷ ରାଶି ଲୋକଙ୍କ ସ୍ବାସ୍ଥ୍ୟ ଉତ୍ତମ ରହିବ ଯଦିଓ ଖାଇବା ପିଇବା ଉପରେ ଧ୍ୟାନ ଦେବା ଆବଶ୍ୟକ ହେବ। 

3. ବୃଷ 2025 ରାଶିଫଳ ଅନୁସାରେ ବୃଷ ରାଶି ଲୋକଙ୍କର କ୍ୟାରୀଅର କିପେରି ରହିବ?

2025 ରେ ବୃଷ ରାଶି ଲୋକଙ୍କର କ୍ୟାରୀଅର ମଧ୍ୟ ଉତ୍ତମ ରହିବ। ଆପଣ ଏହି ବର୍ଷ ସଫଳତା ପ୍ରାପ୍ତ କରିବେ ଓ ପ୍ରୋମୋସନର ଯୋଗ ମଧ୍ୟ ଅଛି। 

4. ବୃଷ ରାଶି ଲୋକଙ୍କ ପାଇଁ 2025ରେ ପ୍ରତିକାର କ’ଣ ଅଛି ?

2025 କୁ ଅଧିକ ଶୁଭ କରିବା ପାଇଁ ଉତ୍ତମ ଗୁଣବତ୍ତା ହୀରା କିମ୍ବା ଓପାଲ ରତ୍ନ ରୂପାର ମୁଦିରେ ଯୋଡ଼ି ନିଜର ଅନାମିକା ଆଙ୍ଗୁଠିରେ ଧରଣ କରନ୍ତୁ ।

More from the section: Horoscope