ମକର 2025 ରାଶିଫଳ ରୁ ଜାଣନ୍ତୁ ନିଜର ଭବିଷ୍ୟ!

Author: Vijay Pathak | Last Updated: Tue 27 Aug 2024 1:50:51 PM

ଆଷ୍ଟ୍ରୋକେମ୍ପ ଦ୍ବାରା ପ୍ରସ୍ତୁତ କରାଯାଇଥିବା ଏହି ବିଶେଷ ମକର 2025 ରାଶିଫଳ ଲେଖାରେ ଆପଣଙ୍କୁ ଏହା ଜାଣିବାକୁ ମିଳିବ ଯେ ବର୍ଷ 2025 ରେ ମକର ରାଶି ଲୋକଙ୍କ ଜୀବନରେ କେଉଁ ପ୍ରକାରର ପରିବର୍ତ୍ତନ ଆସିବ ଓ ତାହା ସହିତ ଜଡ଼ିତ ସଠିକ ଭବିଷ୍ୟବାଣୀ ଆପଣଙ୍କୁ ପଢ଼ିବାକୁ ପ୍ରାପ୍ତ ହେବ। ଏହି ଭବିଷ୍ୟଫଳ 2025 ସମ୍ପୂର୍ଣ ରୂପରେ ବୈଦିକ ଜ୍ଯୋତିଷ ଉପରେ ଆଧାରିତ ଓ ଅନୁଭବି ଜ୍ଯୋତିଷଙ୍କ ଦ୍ବାରା ଗ୍ରହ ଓ ନକ୍ଷତ୍ରଙ୍କର ଚଳନ, ଗ୍ରହଙ୍କର ଗୋଚର, ଇତ୍ୟାଦିର ଗଣନା କରି ପ୍ରସ୍ତୁତ ହୋଇଛି ଯାହା ଫଳରେ ମକର ରାଶିର ଲୋକଙ୍କୁ ନିଜ ବିଷୟରେ ସମ୍ପୂର୍ଣ ସୂଚନା ମିଳିବ। ଚାଲନ୍ତୁ ଜାଣିବା ବର୍ଷ 2025 ରେ ମକର ରାଶି ଲୋକଙ୍କ ଜୀବନର ବିଭିନ୍ନ କ୍ଷେତ୍ରରେ କେଉଁ ପ୍ରକାର ପରିଣାମ ଦେଖିବାକୁ ମିଳିବ। 


ଆପଣଙ୍କର ଜୀବନରେ ବର୍ଷ 2025 ରେ କେବେ କ’ଣ ଘଟିବ ଓ ଜୀବନର କେଉଁ କ୍ଷେତ୍ର ଅନୁକୂଳ ପରିଣାମ ଦେବ ଓ କେଉଁଠାରେ ଆପଣଙ୍କୁ ସମସ୍ଯା ସାମ୍ନା କରିବାକୁ ପଡ଼ିବ, ଏହି ସମସ୍ତ ବିଷୟରେ ଜାଣିବା ପାଇଁ ଏବେ ଆଗକୁ ବଢ଼ିବା ଓ ବିସ୍ତୃତରେ ଜାଣିବା 2025 ମକର ରାଶି ଲୋକଙ୍କ ପାଇଁ କିପରି ରହିବ।

Read In Detail: Capricorn 2025 Horoscope

ଆର୍ଥିକ ଜୀବନ 

ଯଦି ଆପଣଙ୍କ ପାଇଁ ଆର୍ଥିକ ଭବିଷ୍ୟବାଣୀ ବିଷୟରେ କହିବା ତେବେ ମକର 2025 ରାଶିଫଳ ଅନୁସାରେ ବର୍ଷର ଆରମ୍ଭ ଆପଣଙ୍କ ପାଇଁ କିଛି ଦୁର୍ବଳ ରହିବ। ଗୋଟେ ପଟେ ଶନି ମହାରାଜ, ଶୁକ୍ର ମହାରାଜଙ୍କ ସହିତ ଦ୍ଵିତୀୟ ଘରେ ବସି ଆର୍ଥିକ ସ୍ଥିତିକୁ ଦୃଢ଼ କରିବେ ଓ ଧନ ସଞ୍ଚୟ କରିବାରେ ସାହାଜ୍ୟ କରିବେ ଓ ଅନ୍ୟ ପଟେ ଦ୍ଵିତୀୟ ଓ ଦ୍ଵାଦଶ ଘରେ ବସି ସୂର୍ଯ୍ୟ ମହାରାଜ ଖର୍ଚ୍ଚ ବଢ଼ାଇବେ। ଏକାଦଶ ଘରେ ବୁଧ ମହାରାଜ ରହିବେ ଓ ପଞ୍ଚମ ଘରେ ବସି ବୃହସ୍ପତି ମହାରାଜଙ୍କର ଦୃଷ୍ଟି ଆପଣଙ୍କର ଏକାଦଶ ଘର ଉପରେ ରହିବ ଯାହା ଫଳରେ ଧନ ପ୍ରାପ୍ତି ଅଧିକ ହେବ ଓ ଖର୍ଚ୍ଚ ନିୟନ୍ତ୍ରଣ ହେବ। ଏହି ସମସ୍ତ ସ୍ଥିତି ଆପଣଙ୍କୁ ଆର୍ଥିକ ଦୃଷ୍ଟିରୁ ଦୃଢ଼ ଓ ସମୃଦ୍ଧ କରିବ କିନ୍ତୁ ମଈ ମାସରେ ଦେବଗୁରୁ ବୃହସ୍ପତି ଷଷ୍ଠ ଘରକୁ ଯାଇ ଆପଣଙ୍କର ଦ୍ଵାଦଶ ଘରକୁ ଦେଖିବେ ଯାହା ଫଳରେ ଖର୍ଚ୍ଚ ବଢ଼ିବ। ଏହି ହଠାତ ବୃଦ୍ଧିକୁ ଅଟକାଇ ପଡ଼ିବ ସମ୍ଭବ ହେବ ନାହିଁ। ଏହା ପାଇଁ ଆପଣଙ୍କୁ କଠିନ ପ୍ରୟାସ କରିବାକୁ ହେବ। ମାର୍ଚ୍ଚ ଶେଷରେ ଶନି ମହାରାଜ ଆପଣଙ୍କର ତୃତୀୟ ଘରକୁ ଯିବେ ଓ ଧୀରେ ଧୀରେ ଆପଣଙ୍କୁ ଆର୍ଥିକ ଲାଭ ଦେବେ କିନ୍ତୁ ମଈ ମାସରେ ରାହୁ ମହାରାଜ ଆପଣଙ୍କର ଦ୍ଵିତୀୟ ଘରେ ଆସି ଧନ ସଞ୍ଚୟ କରିବାରେ ଅସୁବିଧା କରିବେ ସେଥିପାଇଁ ଏହି ବର୍ଷ ସାବଧାନ ରହିବାକୁହେବ। ଧନ କେଉଁଠାରେ ବିନିଯୋଗ କରିବା ଲାଭଦାୟକ ରହିବ। 

मकर राशि का राशिफल विस्तार से पढ़ेंमकर 2025 राशिफल 

ସ୍ବାସ୍ଥ୍ୟ 

ଏହି ମକର 2025 ରାଶିଫଳ ଅନୁସାରେ ଏହି ବର୍ଷ ସ୍ବାସ୍ଥ୍ୟ ଦୃଷ୍ଟିରୁ ଠିକ ରହିବାର ସମ୍ଭାବନା ଅଛି। ବର୍ଷର ଆରମ୍ଭରେ ରାଶିର ସ୍ବାମୀ ଶନି ମହାରାଜ ଦ୍ଵିତୀୟ ଘରେ ରହି ସ୍ବାସ୍ଥ୍ୟକୁ ଦୃଢ଼ କରିବେ। ବୃହସ୍ପତ ମହାରାଜ ପଞ୍ଚମ ଘରୁ ଆପଣଙ୍କର ରାଶି ଉପରେ ଦୃଷ୍ଟି ପକାଇବେ ଓ ଆପଣଙ୍କୁ ସ୍ବାସ୍ଥ୍ୟକୁ ଉତ୍ତମ କରିବାରେ ସାହାଜ୍ୟ କରିବେ କିନ୍ତୁ ନିଚ୍ଚ ରାଶିର ମଙ୍ଗଳ ବର୍ଷର ଆରମ୍ଭରେ ସପ୍ତମ ଘରେ ଆପଣଙ୍କର ରାଶି ଉପରେ ଦୃଷ୍ଟି ପକାଇ ଆପଣଙ୍କୁ ସ୍ବାସ୍ଥ୍ୟ ସହିତ ଜଡ଼ିତ ସମସ୍ଯା ଦେବେ। ଅପ୍ରିଲ ପର୍ଯ୍ୟନ୍ତ ସମୟ ସ୍ବାସ୍ଥ୍ୟ ପାଇଁ ଦୁର୍ବଳ ରହିବ ଏହା ପରେ ଧୀରେ ଧୀରେ ସ୍ବାସ୍ଥ୍ୟରେ ସୁଧାର ଆସିବ। ଶନି ମହାରାଜ ମାର୍ଚ୍ଚ ଶେଷରେ ଆପଣଙ୍କର ତୃତୀୟ ଘରକୁ ଯିବେ ଯେଉଁଠାରୁ ଆପଣଙ୍କୁ ଅଳସୁଆମି ଛାଡ଼ିବାକୁ ପଡ଼ିବ। ନଚେତ ଧୀରେ ଧୀରେ ଆପଣ ରୋଗର ଶିକାର ହେବେ ଓ ସ୍ବାସ୍ଥ୍ୟ ସମସ୍ଯା ଦୁର ହେବ ନାହିଁ। ଯେତେ ପରିଶ୍ରମ କରିବେ ସେତେ ସ୍ବାସ୍ଥ୍ୟ ଭଲ ରହିବ। ରାହୁ ମହାରାଜ ମଈ ମାସରେ ଦ୍ଵିତୀୟ ଘରକୁ ଯାଇ ଖାଇବା ପିଇବା ଓ ମୁହଁ ସହିତ ଜଡ଼ିତ ସମସ୍ଯା ଦେଇ ପାରନ୍ତି। ସେସବୁ ପ୍ରତି ସାବଧାନ ରୁହନ୍ତୁ ଓ ଭଲ ଜୀବନ ବଞ୍ଚନ୍ତୁ। 

କ’ଣ ଆପଣଙ୍କର ଜାତକରେ ଅଛି ଶୁଭ ଯୋଗ? ଜାଣିବା ପାଇଁ ଏବେ କିଣନ୍ତୁ ବୃହତ କୁଣ୍ଡଳୀ

କ୍ୟାରୀଅର 

ମକର ରାଶିଫଳ ଅନୁସାରେ ଯଦି ଆପଣଙ୍କର କ୍ୟାରୀଅର ବିଷୟରେ କହିବ ତେବେ ଚାକିରି କରୁଥବା ଲୋକଙ୍କ ପାଇଁ ବର୍ଷର ଆରମ୍ଭ ଭଲ ରହିବ। ଯଦିଓ ନିଚ୍ଚ ରାଶିର ମଙ୍ଗଳ ମହାରାଜଙ୍କର ଦୃଷ୍ଟି ଦଶମ ଘର ଉପରେ ରହିବ ଦଶମ ଘରର ସ୍ବାମୀ ଶୁକ୍ର ମହାରାଜ ଶନି ମହାରାଜଙ୍କ ସହିତ ଦ୍ଵିତୀୟ ଘରେ ରାଶି ଚାକିରିରେ ଭଲ ସ୍ଥିତି ଆଣିବେ। ଆପଣଙ୍କୁ ଧନ ଲାଭ ହେବ। ମକର 2025 ରାଶିଫଳ ଅନୁଯାୟୀ ଏକାଦଶ ଘରେ ବୁଧ ମହାରାଜ ଓ ବୃହସ୍ପତି ମହାରାଜଙ୍କର ଏକାଦଶ ଦୃଷ୍ଟି ତଥା ନବମ ଘର ଉପରେ ବୃହସ୍ପତି ମହାରାଜଙ୍କର ଦୃଷ୍ଟି ଆପଣଙ୍କୁ ଚାକିରିରେ ସଫଳତା ପ୍ରଦାନ କରିବ। ଆପଣଙ୍କର ମନ ଅନୁଯାୟୀ ଟ୍ରାନ୍ସଫର ମଧ୍ୟ ହୋଇପାରେ ଓ ଚାକିରିରେ ପଦୋନ୍ନତି ମିଳିବାର ଯୋଗ ମଧ୍ୟ ଅଛି। ବର୍ଷର ଉତ୍ତରାର୍ଦ୍ଧରେ ଠିକ ଠାକ ରହିବାର ସମ୍ଭାବନା ଅଛି। ବ୍ୟବସାୟ କରୁଥିବା ବ୍ୟକ୍ତି ବର୍ଷର ଆରମ୍ବରେ ଦୁର୍ବଳ ସ୍ଥିତିରେ ରହିବେ। ଆପଣଙ୍କୁ ନିଜର ବ୍ଯବସାୟିକ ପାର୍ଟନର ସହିତ ଭଲ ସମ୍ବନ୍ଧ ରଖିବା ଉପରେ ଜୋର ଦେବାକୁ ପଡ଼ିବ କାରଣ ଆପଣଙ୍କ ମଧ୍ୟରେ ବିବାଦ ହୋଇପାରେ। ବର୍ଷର ଉତ୍ତରାର୍ଦ୍ଧ ବ୍ଯବସାୟିକ କାର୍ଯ୍ୟ ପାଇଁ ଠିକ ଠାକ ରହିବ ତଥାପି ଆପଣ ସଫଳତା ପ୍ରାପ୍ତ କରିବେ। 

ଶିକ୍ଷା 

ଯଦି ମକର ରାଶିର ବିଦ୍ୟାର୍ଥୀ ବର୍ଗ ବିଷୟରେ କହିବ ତେବେ ମକର 2025 ରାଶିଫଳ ଅନୁସାରେ ବର୍ଷର ଆରମ୍ଭ ଆପଣଙ୍କ ପାଇଁ ଅନୁକୂଳ ରହିବ। ପଞ୍ଚମ ଘରେ ଦେବଗୁରୁ ବୃହସ୍ପତି ରହିବେ ଓ ପଞ୍ଚମ ଘରର ସ୍ବାମୀ ଶୁକ୍ର ମହାରାଜ ଦ୍ଵିତୀୟ ଘରେ ରହିବେ ଯାହା ଫଳରେ ଆପଣ ନିଜର ଶିକ୍ଷାରେ ମନ ଲଗାଇ ପରିଶ୍ରମ କରିବେ ଓ ଆପଣଙ୍କୁ ସକାରାତ୍ମକ ପରିଣାମ ମଧ୍ୟ ଦେଖିବାକୁ ମିଳିବ। ଆପଣଙ୍କୁ ଶିକ୍ଷାରେ ଭଲ ପରିଣାମ ଉତ୍ସାହ ବଢ଼ାଇବ ଯାହା ଫଳରେ ଆପଣ ଅଧିକ ପରିଶ୍ରମ କରିବେ। ମଈ ମାରେ ବୃହସ୍ପତି ମହାରାଜ ଷଷ୍ଠ ଘରକୁ ଯିବେ। ଆପଣଙ୍କୁ ପ୍ରତିଯୋଗିତା ପରିକ୍ଷାରେ ସଫଳତା ପାଇବା ପାଇଁ ବହୁତ ଅଧିକ ପରିଶ୍ରମ କରିବା ପାଇଁ ପଡ଼ିବ। ତେବେ ଯାଇ ଆପଣଙ୍କୁ ସଫଳତା ପ୍ରାପ୍ତ କରିବାର ସମ୍ଭାବନା ତିଆରି ହେବ। ଉଚ୍ଚ ଶିକ୍ଷା କରୁଥିବା ବିଦ୍ୟାର୍ଥୀଙ୍କୁ ମଈ ପର୍ଯ୍ୟନ୍ତ ପ୍ରତୀକ୍ଷା କରିବାକୁ ହେବ। ମଈ ପରେ ସ୍ଥିତିରେ ସୁଧାର ଆସିବ, ତେବେ ଆପଣଙ୍କୁ ଭଲ ପରିଣାମ୍ ମିଳିପାରିବ। ବିଦେଶ ଯାଇ ପଢ଼ୁଥିବାକୁ ଚାହୁଁଥିବା ବିଦ୍ୟାର୍ଥୀଙ୍କୁ ବର୍ଷର ଉତ୍ତରାର୍ଦ୍ଧରେ ସଫଳତା ମିଳିବାର ପ୍ରବଳ ଯୋଗ ତିଆରି ହେଉଛି ଯାହା ଦ୍ବାରା ଆପଣଙ୍କର ମନ ପସନ୍ଦର ବିଷୟ କୌଣସି ବିଦେଶୀ ବିଶ୍ବବିଦ୍ୟାଳୟରେ ପଢ଼ିବାର ସୁଯୋଗ ମିଳିବ। 

ପାରିବାରିକ ଜୀବନ 

ମକର ରାଶିଫଳ ଅନୁସାରେ ବର୍ଷ 2025 ଆପଣଙ୍କର ପାରିବାରିକ ଜୀବନ ପାଇଁ ଠିକ ଠାକ ରହିବାର ସମ୍ଭାବନା ଅଛି। ବର୍ଷର ଆରମ୍ଭରେ ଦ୍ଵିତୀୟ ଘରେ ବସି ଶନି ମହାରାଜ ଚତୁର୍ଥ ଘର ଉପରେ ଦୃଷ୍ଟି ପକାଇବେ ତଥା ମଙ୍ଗଳ ମହାରାଜଙ୍କର ଦୃଷ୍ଟି ସପ୍ତମ ଘରୁ ଦଶମ ଘର ଉପରେ ରହିବ। ଏହା ଦ୍ବାରା ପାରିବାରିକ ଯିବାରେ ଉତ୍ଥାନ-ପତନ ସତ୍ବେ ପାରସ୍ପରିକ ବୁଝାମଣା ରହିବ। ମାତା ପିତାଙ୍କର ଆଶୀର୍ବାଦ ଆପଣଙ୍କୁ ପ୍ରାପ୍ତ ହେବ। ମକର 2025 ରାଶିଫଳ ଅନୁଯାୟୀ ତୃତୀୟ ଘରେ ରାହୁ ମହାରାଜ ଭାଇ ଭଉଣୀଙ୍କୁ କିଛି ସମସ୍ଯା ଦେଇ ପାରନ୍ତି କିନ୍ତୁ ତାଙ୍କ ସହିତ ଅପାନଙ୍କର ବନ୍ଡିଂ ଭଲ ରହିବ। ଏହା ପରେ ମାର୍ଚ୍ଚ ମାସରେ ଶନି ମହାରାଜ ତୃତୀୟ ଘରେ ଆସି ଭାଇ ଭଉଣୀଙ୍କ ସହିତ ସମ୍ବନ୍ଧ ଦୃଢ଼ କରିବେ। ରାହୁ ମହାରାଜ ମଈ ମାସରେ ଦ୍ଵିତୀୟ ଘରକୁ ଯିବେ ଯାହା ଦ୍ବାରା କୁଟୁମ୍ବ ମାମଲାରେ ଆପଣଙ୍କୁ ପଶିବାରୁ ମନା କରାଯାଇଛି। ନଚେତ କଥା ଖରାପ ହୋଇପାରେ ଯାହା ଦ୍ବାରା ବିବାଦ ହୋଇପାରେ। ବୃହସ୍ପତି ମହାରାଜ ଷଷ୍ଠ ଘରକୁ ଯାଇ ସେଠାରୁ ଦଶମ ଘର ଉପରେ ତଥା ଦ୍ବିତୀୟ ଘର ଉପରେ ପୂର୍ଣ ଦୃଷ୍ଟି ପକାଇବା ଯୋଗୁଁ ପାରିବାରିକ ଜୀବନରେ ଅନେକ ବିବାଦ ସମାଧାନ କରିବାର ସୁଯୋଗ ମିଳିବ ଯେଉଁଥିରେ ପରିବାରର ବୃଦ୍ଧ ବ୍ୟକ୍ତିଙ୍କ ସହଯୋଗ ମିଳିବ। 

ବୈବାହିକ ଜୀବନ 

ଏହି ମକର 2025 ରାଶିଫଳ ଅନୁସାରେ ଯଦି ବିବାହିତ ଲୋକଙ୍କ ବିଷୟରେ କହିବ ତେବେ ବର୍ଷର ଆରମ୍ଭ ଆପଣଙ୍କ ପାଇଁ ଦୁର୍ବଳ ରହିବ। ସପ୍ତମ ଘରେ ବର୍ଷର ଆରମ୍ଭରେ ମଙ୍ଗଳ ମହାରାଜ ନିଜର ନିଚ୍ଚ ରାଶିରେ ବିରାଜମାନ ରହିବେ। ଦ୍ଵାଦଶ ଘରେ ସୂର୍ଯ୍ୟ ମହାରାଜ ସ୍ଥିତ ରହିବେ ଯାହା ଫଳରେ ଆପଣ ଓ ଆପଣଙ୍କର ଜୀବନସାଥୀର ମଧ୍ୟ ବିବାଦ ହୋଇପାରେ। ଆପଣଙ୍କ ମଧ୍ୟରେ ଅଧିକ କ୍ରୋଧ ସମ୍ପର୍କ ଖରାପ କରିପାରେ। ଏପରି ସ୍ଥିତିରେ ପରିବାର ଲୋକଙ୍କର ହସ୍ତକ୍ଷେପ କରିବା ଆବଶ୍ୟକ ହେବ ଓ ସେତବେଳେ ଯାଇ ଆପଣଙ୍କର ସମ୍ପର୍କ ବଞ୍ଚି ପାରିବ। ଧୀରେ ଧୀର ଆପଣଙ୍କ ମଧ୍ୟରେ ସମସ୍ଯା କମ ହେବ। ଜେଟବେଳେ ମଙ୍ଗଳ ମହାରାଜ ଜୁଲାଇ ମାସରେ ଆପଣଙ୍କର ନବମ ଘରେ ପ୍ରବେଶ କରିବେ ତେବେ ଯାଇ ଆପଣଙ୍କର ବୈବାହିକ ଜୀବନ ସହିତ ଜଡ଼ିତ ସମସ୍ଯାରେ ହ୍ରାସ ଘଟିବ ଓ ତେବେ ଆପଣ ବୁଝିବେ ଯେ ଆପଣଙ୍କ ମଧ୍ୟରେ ଯାହା ଚାଲିଥିଲା ତାହା ଗ୍ରହମାନଙ୍କର ଚଳନ ଯୋଗୁଁ ହେଉଥିଲା। ଏପରି ସ୍ଥିତିରେ ଆପଣଙ୍କୁ ନିଜର ଜୀବନସାଥୀକୁ ଭରପୁର ସମୟ, ସ୍ନେହ ଓ ପ୍ରେମ ଦେବାକୁ ପଡ଼ିବ। ତାଙ୍କର କଥା ଶୁଣିବ ଓ ବୁଝିବ ଉଚିତ ତଥା ପାରସ୍ପରିକ ସାମଞ୍ଜସ୍ୟକୁ ଭଲ କରିବାର ପ୍ରୟାସ କରିବା ଉଚିତ, ତେବେ ଆପଣ ଏକ ଉତ୍ତମ ବୈବାହିକ ଜୀବନର ସୁଖ ପ୍ରାପ୍ତ କରିବେ। 

ପାଆନ୍ତୁ ନିଜର ଜାତକ ଉପରେ ଆଧାରିତ ସଠିକ ଶନି ରିପୋର୍ଟ୍

ପ୍ରେମ ଜୀବନ 

ଆପଣଙ୍କର ପ୍ରେମ ଜୀବନ ପାଇଁ ମକର 2025 ରାଶିଫଳ ଏହା ଭବିଷ୍ୟବାଣୀ କରୁଛି ଯେ ବର୍ଷର ଆରମ୍ଭ ଆପଣଙ୍କର ପ୍ରେମ ଜୀବନ ପାଇଁ ବହୁତ ଭଲ ରହିବ। ବର୍ଷର ଆରମ୍ଭରେ ପଞ୍ଚମ ଘରେ ବୃହସ୍ପତି ମହାରାଜ ରହିବେ ଓ ପଞ୍ଚମ ଘରର ସ୍ବାମୀ ଶୁକ୍ର ମହାରାଜଙ୍କର ଦ୍ଵିତୀୟ ଘରେ ରହିବା ଆପଣଙ୍କର ପ୍ରେମ ଜୀବନକୁ ପୁଷ୍ପିତ କରିବ। ଆପଣ ଦୁହେଁ ପରସ୍ପର ପ୍ରତି ଆକର୍ଷିତ ହେବେ। ପରସ୍ପରର କଥା ବୁଝିବେ। ପରସ୍ପରର ମାନ ସମ୍ମାନ ବଢ଼ାଇବେ ଓ ପରିବାର ଲୋକଙ୍କ ସହିତ ମିଶିବର ସୁଯୋଗ ପାଇବେ। ପରିବାର ଲୋକଙ୍କ ସହିତ ଦେଖା ହେବା ପରେ ସମ୍ପର୍କରେ ସମ୍ମାନ ବଢ଼ିବ ଓ ପରସ୍ପର ପ୍ରରତି ସମର୍ପଣ ଭାବନା ବଢ଼ିବ। ଆପଣ ଚାହିଁଲେ ବର୍ଷର ମଧ୍ୟ ଭାଗରେ ବିବାହ କରିପାରିବେ। ଏହି ବର୍ଷ ଅନେକ ବଡ଼ ସମସ୍ଯା ସମ୍ପର୍କରେ ଆସିବ ନାହିଁ କିନ୍ତୁ ମାର୍ଚ୍ଚ ଶେଷରେ ଯେବେ ଶନି ମହାରାଜ ତୃତୀୟ ଘରକୁ ଆସି ଅଞ୍ଚମ ଘରକୁ ଦେଖିବେ ତେବେ ବାରମ୍ବାର ପ୍ରେମର ପରୀକ୍ଷା ନେବେ। ଏପରି ସ୍ଥିତିରେ ଯଦି ନିଜର ସମ୍ପର୍କରେ ସଚ୍ଚୋଟ ତେବେ ଆପଣଙ୍କର ପ୍ରେମ ବଢ଼ିବ ଓ ସେଥିରେ ସଫଳତା ପାଇବେ।

ଉପାୟ 

  • ଶୁକ୍ରବାର ଦିନ ଧଳା ରଙ୍ଗର ଗୌ ମାତାକୁ ଚଣା ଡାଲି ଖୁଆନ୍ତୁ। 
  • ଛୋଟ ଝିଅଙ୍କର ଚରଣ ଛୁଇଁ ଆଶୀର୍ବାଦ ନିଅନ୍ତୁ ଓ ତାଙ୍କୁ ଧଳା ରଙ୍ଗର ବସ୍ତୁ ଉପହାର ଦିଅନ୍ତୁ। 
  • ଶନି ଦେବଙ୍କର ବୀଜ ମନ୍ତ୍ର ଜପ କରିବା ଆପଣଙ୍କ ପାଇଁ ସର୍ବାଧିକ ଉପଯୁକ୍ତ ରହିବ।
  • ବିଶେଷ ସମସ୍ଯା ହେଲେ ରୁଦ୍ରାଭିଷେକ ସମ୍ପୂର୍ଣ କରନ୍ତୁ। ଏହା ଦ୍ବାରା ସମସ୍ଯାର ଅନ୍ତ ହେବ।

ସମସ୍ତ ଜ୍ୟୋତିଷୀୟ ସମାଧାନ ପାଇଁ କ୍ଲିକ କରନ୍ତୁ: ଅନଲାଇନ ଶପିଂ ସ୍ଟୋର

ଆମେ ଆଶା କରୁଛି ଯେ ଆପଣଙ୍କୁ ଆମର ଏହି ଲେଖା ପସନ୍ଦ ଆସିଥିବ। ଏହି ପରି ଅଧିକ ଲେଖା ପାଇଁ ଜଡ଼ିତ ରୁହନ୍ତୁ ଆଷ୍ଟ୍ରୋକେମ୍ପ ସହିତ। ଧନ୍ୟବାଦ!!

ପ୍ରାୟତଃ ପଚରା ଯାଉଥିବା ପ୍ରଶ୍ନ

1. ବର୍ଷ 2025 ରେ ମକର ରାଶି ଲୋକଙ୍କର ଭଲ ସମୟ କେବେ ଆସିବ? 

ମକର ରାଶି ଲୋକଙ୍କ ପାଇଁ ବର୍ଷ 2025 ର ଆରମ୍ଭ ରୁ ମଧ୍ୟ ଭାଗ ପର୍ଯ୍ୟନ୍ତ ସମୟ ବହୁତ ଭଲ ରହିବ ବୋଲି ଜଣାପଡୁଛି। 

2. ମକର ରାଶିର ଲୋକଙ୍କର ଚିନ୍ତା କେବେ ଦୁର ହେବ? 

ଶନି ଗୋଚର ଦ୍ବାରା ମକର ରାଶି ଲୋକଙ୍କ ଉପରେ ଶନି ସାଢ଼େସାତୀର ତୃତୀୟ ମାନେ ଅନ୍ତିମ୍ ଚରଣ ଆରମ୍ଭ ହେବ। ମକର ରାଶି ଲୋକଙ୍କୁ ଶନି ସାଢ଼େସାତୀରୁ ମୁକ୍ତି 29 ମାର୍ଚ୍ଚ 2025ରେ ମିଳିବ।

3. 2025 ରେ ମକର ରାଶି ଲୋକଙ୍କର ପ୍ରେମ ଜୀବନ କିପରି ରହିବ?

ବର୍ଷ 2025 ପ୍ରେମ ଦୃଷ୍ଟିରୁ ଏକ ଅନୁକୂଳ ବର୍ଷ ପ୍ରମାଣିତ ହେବ। ଏହି ବର୍ଷ ଆପଣଙ୍କର ପ୍ରେମ ବଢ଼ିବ ଓ ଆପଣ ସାଥି ସହିତ ଖୁସିର ସମୟ ଅତିବାହିତ କରୁଥିବା ଦେଖାଯିବେ।

More from the section: Horoscope