• Talk To Astrologers
  • Brihat Horoscope
  • Ask A Question
  • Child Report 2022
  • Raj Yoga Report
  • Career Counseling
Personalized
Horoscope

କୁମ୍ଭ 2025 ରାଶିଫଳ ରୁ ଜାଣନ୍ତୁ ନିଜର ଭବିଷ୍ୟ!

Author: Vijay Pathak | Last Updated: Tue 27 Aug 2024 1:56:06 PM

ଆଷ୍ଟ୍ରୋକେମ୍ପ ଦ୍ବାରା ପ୍ରସ୍ତୁତ କରାଯାଇଥିବା ଏହି ବିଶେଷ କୁମ୍ଭ 2025 ରାଶିଫଳ ଲେଖାରେ ଆପଣଙ୍କୁ ଏହା ଜାଣିବାକୁ ମିଳିବ ଯେ ବର୍ଷ 2025 ରେ କୁମ୍ଭ ରାଶି ଲୋକଙ୍କ ଜୀବନରେ କେଉଁ ପ୍ରକାରର ପରିବର୍ତ୍ତନ ଆସିବ ଓ ତାହା ସହିତ ଜଡ଼ିତ ସଠିକ ଭବିଷ୍ୟବାଣୀ ଆପଣଙ୍କୁ ପଢ଼ିବାକୁ ପ୍ରାପ୍ତ ହେବ। ଏହି ଭବିଷ୍ୟଫଳ 2025 ସମ୍ପୂର୍ଣ ରୂପରେ ବୈଦିକ ଜ୍ଯୋତିଷ ଉପରେ ଆଧାରିତ ଓ ଅନୁଭବି ଜ୍ଯୋତିଷଙ୍କ ଦ୍ବାରା ଗ୍ରହ ଓ ନକ୍ଷତ୍ରଙ୍କର ଚଳନ, ଗ୍ରହଙ୍କର ଗୋଚର, ଇତ୍ୟାଦିର ଗଣନା କରି ପ୍ରସ୍ତୁତ ହୋଇଛି ଯାହା ଫଳରେ କୁମ୍ଭ ରାଶିର ଲୋକଙ୍କୁ ନିଜ ବିଷୟରେ ସମ୍ପୂର୍ଣ ସୂଚନା ମିଳିବ। ଚାଲନ୍ତୁ ଜାଣିବା ବର୍ଷ 2025 ରେ କୁମ୍ଭ ରାଶି ଲୋକଙ୍କ ଜୀବନର ବିଭିନ୍ନ କ୍ଷେତ୍ରରେ କେଉଁ ପ୍ରକାର ପରିଣାମ ଦେଖିବାକୁ ମିଳିବ। 

ମକର 2025 ରାଶିଫଳ

ଆପଣଙ୍କର ଜୀବନରେ ବର୍ଷ 2025 ରେ କେବେ କ’ଣ ଘଟିବ ଓ ଜୀବନର କେଉଁ କ୍ଷେତ୍ର ଅନୁକୂଳ ପରିଣାମ ଦେବ ଓ କେଉଁଠାରେ ଆପଣଙ୍କୁ ସମସ୍ଯା ସାମ୍ନା କରିବାକୁ ପଡ଼ିବ, ଏହି ସମସ୍ତ ବିଷୟରେ ଜାଣିବା ପାଇଁ ଏବେ ଆଗକୁ ବଢ଼ିବା ଓ ବିସ୍ତୃତରେ ଜାଣିବା 2025 କୁମ୍ଭ ରାଶି ଲୋକଙ୍କ ପାଇଁ କିପରି ରହିବ।

Read In Detail: Aquarius 2025 Horoscope

ଆର୍ଥିକ ଜୀବନ 

ଏହି କୁମ୍ଭ 2025 ରାଶିଫଳ ଆପଣଙ୍କର ଆର୍ଥିକ ସ୍ଥିତି ପାଇଁ ଏହା ଭବିଷ୍ୟବାଣୀ କରୁଛି ଯେ ଏହି ବର୍ଷ ଆପଣଙ୍କ ପାଇଁ ଆର୍ଥିକ ଦିଗରୁ ବର୍ଷର ଆରମ୍ଭ ଉତ୍ଥାନ-ପତନ ରେ ପୁରି ରହିବ। 11 ତମ ଘରେ ସୂର୍ଯ୍ୟ ମହାରାଜ ଆର୍ଥିକ ସ୍ଥିତିକୁ ଦୃଢ଼ କରିବେ ଓ ଆପଣଙ୍କର ରୋଜଗାର ବଢ଼ାଇବେ। ସେତବେଳେ ଦ୍ଵିତୀୟ ଘରେ ରାହୁ ଓ ଷଷ୍ଠ ଘରେ ମଙ୍ଗଳ ମହାରାଜ ଆପଣଙ୍କର ଆର୍ଥିକ ସ୍ଥିତିକୁ ଦୁର୍ବଳ କରିପାରନ୍ତି ଓ ଆପଣଙ୍କର ଖର୍ଚ୍ଚ ବଢ଼ାଇ ଆପଣଙ୍କର ଧନ ସଞ୍ଚୟ କରିବାର ସମସ୍ଯା ତିଆରି କରିପାରନ୍ତି। କିନ୍ତୁ ମାର୍ଚ୍ଚ ଶେଷରେ ଶନି ମହାରାଜ ଆପଣଙ୍କର ଦ୍ଵିତୀୟ ଘରକୁ ଯିବେ ଯାହା ଫଳରେ ବିଦେଶୀ ମାଧ୍ୟମରେ ଧନରର ପ୍ରାପ୍ତି ହେବ ଓ ଦୀର୍ଘକାଳୀନ ନିବେଶରୁ ଆପଣଙ୍କୁ ଧନ ପ୍ରାପ୍ତି ହେବାର ସୁଯୋଗ ତିଆରି ହେବ।ରାହୁ ମହାରାଜ ଆପଣଙ୍କର ରାଶିରେ ମଈର ଶେଷରେ ଆସିବେ। ଦେବଗୁରୁ ବୃହସ୍ପତି ମଧ୍ୟ ମଈ ମଧ୍ୟ ଭାଗରେ ଆପଣଙ୍କର ପଞ୍ଚମ ଘରେ ଆସି ଏକାଦଶ ଘରକୁ ପୂର୍ଣ୍ଣ ଦୃଷ୍ଟି ସହିତ ଦେଖିବେ। ଏହା ଦ୍ବାରା ଆପଣଙ୍କର ଆର୍ଥିକ ସ୍ଥିତି ଭଲ ହେବ ଓ ଧନ ପ୍ରାପ୍ତିର ସୁନ୍ଦର ଯୋଗ ତିଆରି ହେବ। ବ୍ୟବସାୟରୁ ଧନ ପ୍ରାପ୍ତିର ପ୍ରବଳ ଯୋଗ ତିଆରି ହେଉଛି। ଚାକିରି କରୁଥିବା ବ୍ୟକ୍ତିଙ୍କୁ କଠିନ ପ୍ରୟାସ ପରେ ଆର୍ଥିକ ଲାଭ ହେବାର ସମ୍ଭାବନା ଅଛି। ଯଦି ଆପଣ ଶେୟାର ବଜାରରେ ଧନ ଲଗାଇବାକୁ ଚାହୁଁଛନ୍ତି ତେବେ ସେଥିପାଇଁ ବହୁତ ସାବଧାନ ହୋଇ କାମ କରିବାକୁ ହେବ। 

कुम्भ राशि का राशिफल विस्तार से पढ़ें – कुम्भ 2025 राशिफल

ସ୍ବାସ୍ଥ୍ୟ 

କୁମ୍ଭ ରାଶିଫଳ ଅନୁସାରେ ଏହି ବର୍ଷ ସ୍ବାସ୍ଥ୍ୟ ଦୃଷ୍ଟିରୁ ମିଶ୍ରିତ ପରିଣାମ ଆଣିବ। ରାଶିର ସ୍ବାମୀ ଶନି ମହାରାଜ ବର୍ଷର ଆରମ୍ଭରେ ଆପଣଙ୍କର ରାଶିରେ ରହିବେ ତେବେ ସ୍ବାସ୍ଥ୍ୟ ଠିକ ରଖିବାରେ ସାହାଜ୍ୟ କରିବେ କିନ୍ତୁ ଅଷ୍ଟମ ଘରେ କେତୁ ଓ ଷଷ୍ଠ ଘରେ ମଙ୍ଗଳ ମହାରାଜ ତଥା ଦ୍ଵିତୀୟ ଘରେ ରାହୁ ମହାରାଜଙ୍କର ଉପସ୍ଥିତି ଯୋଗୁଁ ସ୍ବାସ୍ଥ୍ୟ ସମସ୍ଯା ଲାଗି ରହିବ। କୁମ୍ଭ 2025 ରାଶିଫଳ ଅନୁଯାୟୀ ବର୍ଷର ମଧ୍ୟ ଭାଗରେ ସ୍ଥିତିରେ ପରିବର୍ତ୍ତନ ଆସିବ କାରଣ ସେତବେଳକୁ ଶନି ମହାରାଜ ପଞ୍ଚମ ଘରକୁ ଯାଇ ସାରିଥିବେ। ବୃହସ୍ପତି ମହାରାଜଙ୍କର ଦୃଷ୍ଟି ଆପଣଙ୍କର ରାଶି ଉପରେ ରହିବ ଯାହା ଫଳରେ କିଛି ସ୍ବାସ୍ଥ୍ୟ ସମସ୍ଯା ହ୍ରାସ ପାଇବ କିନ୍ତୁ ଆପଣଙ୍କୁ ନିରନ୍ତର ନିଜର ସକାରାତ୍ମକ ବିଚାର ସହିତ ନିଜର ସ୍ବାସ୍ଥ୍ୟକୁ ସମୟ ଦେବାକୁ ପଡ଼ିବ। ତେବେ ଯାଇ ଆପଣ ସୁସ୍ଥ ରହିବେ। ଆପଣଙ୍କୁ କିଛି ନୂଆ ଅଭ୍ଯାସକୁ ଆପଣେଇବାକୁ ପଡ଼ିବ ଓ ଖାଇବା ପିଇବା ସୁଧାରିବାକୁ ପଡ଼ିବ। 

କ’ଣ ଆପଣଙ୍କର ଜାତକରେ ଅଛି ଶୁଭ ଯୋଗ? ଜାଣିବା ପାଇଁ ଏବେ କିଣନ୍ତୁ ବୃହତ କୁଣ୍ଡଳୀ

କ୍ୟାରୀଅର 

କୁମ୍ଭ ରାଶିଫଳ ଅନୁସାରେ ଆପଣଙ୍କର କ୍ୟାରୀଅର ପାଇଁ ଏହି ବର୍ଷ ବହୁତ ଅନୁକୂଳ ରହିବାର ସମ୍ଭାବନା ଅଛି। ଚାକିରି କରୁଥିବା ବ୍ୟକ୍ତିଙ୍କୁ ବର୍ଷର ଆରମ୍ଭରେ ଭଲ ପରିଣାମ ମିଳିବ। ଆପଣ ନିଜର ପରିଶ୍ରମ ଦ୍ବାରା ନିଜର ବିରୋଧୀଙ୍କୁ ପରାସ୍ତ କରିବେ, ବିଜୟୀ ହେବେ। ଆପଣ ନିଜର କାର୍ଯ୍ୟକ୍ଷେତ୍ରରେ ନିଜର ଭଲ ପ୍ରତିଷ୍ଠା ତିଆରି କରିବାରେ ସଫଳ ହେବେ କାରଣ ଆପଣ ବହୁତ ପରିଶ୍ରମ କରିବେ ଓ ଏହି ପରିଶ୍ରମ ଆପଣଙ୍କୁ ଭଲ ପରିଣାମ ଦେବ। କୁମ୍ଭ 2025 ରାଶିଫଳ ଅନୁଯାୟୀ ବର୍ଷର ଆରମ୍ଭରେ ସୂର୍ଯ୍ୟ ମହାରାଜଙ୍କର କୃପା ଦ୍ବାରା ଆପଣଙ୍କର ବରିଷ୍ଠ ଅଧିକାରୀ ମଧ୍ୟ ପ୍ରସନ୍ନ ହେବେ। ସରକାରୀ କ୍ଷେତ୍ରରେ କାମ କରୁଥିବା ଲୋକଙ୍କୁ ବିଶେଷ ଲାଭ ମିଳିପାରେ। ବ୍ୟବସାୟ ମାଧ୍ୟମରୁ ଭଲ ଧନ ଲାଭ ହୋଇପାରେ। ବ୍ୟବସାୟରେ ଉନ୍ନତି ହେବ। ବର୍ଷର ଆରମ୍ଭ କିଛି ଧୀର ହେବ କିନ୍ତୁ ବର୍ଷର ମଧ୍ୟ ଭାଗ ପରେ ବ୍ୟବସାୟ ଆଗକୁ ବଢ଼ିବାର ଯୋଗ ତିଆରି ହେବ। କିନ୍ତୁ ବ୍ଯବସାୟିକ ପାର୍ଟନର୍ଶିପରେ ଆପଣଙ୍କୁ ନିଜର ସମ୍ବନ୍ଧକୁ ସୁଧାରିବାକୁ ପଡ଼ିବ, ତେବେ ଯାଇ ବ୍ଯବସାୟିକ ସଫଳତା ପ୍ରାପ୍ତ ହେବ। ଆପଣଙ୍କ ପାଇଁ ଜୁଲାଇ ରୁ ନଭେମ୍ବର ପର୍ଯ୍ୟନ୍ତ ସମୟ ବିଶେଷ ରୂପରେ ମହତ୍ୱପୂର୍ଣ ରହିବ। 

ଶିକ୍ଷା 

କୁମ୍ଭ ରାଶିର ବିଦ୍ୟାର୍ଥୀ ବର୍ଗଙ୍କ ପାଇଁ ଏହି ବର୍ଷ ଉତ୍ଥାନ-ପତନ ସହିତ ଭରି ରହିବ କିନ୍ତୁ ବର୍ଷର ଉତ୍ତରାର୍ଦ୍ଧ ଅପେକ୍ଷାକୃତ ଅନୁକୂଳ ରହିବ। ବର୍ଷର ଆରମ୍ଭରେ ଆପଣଙ୍କର ଏକାଗ୍ରତା ହ୍ରାସ ପାଇବ। ଆପଣଙ୍କୁ ବାରମ୍ବାର ପାଠ ପଢ଼ା ଉପରେ ଧ୍ୟାନ ଦେବାକୁ ପଡ଼ିବ ଯେଉଁଥିପାଇଁ ଆପଣଙ୍କୁ ସମସ୍ଯା ମଧ୍ୟ ହେବ ଓ ଆଶା ଅନୁଯାୟୀ ପରିଣାମ ନ ମିଳିବାରୁ ନିରାଶା ହେବ। କିନ୍ତୁ କୁମ୍ଭ 2025 ରାଶିଫଳ ଅନୁସାରେ ଯେବେ ମଈର ମଧ୍ୟ ଭାଗରେ ବୃହସ୍ପତି ମହାରାଜ ଆପଣଙ୍କର ପଞ୍ଚମ ଘରକୁ ଯିବେ ଓ ସେଠାରୁ ଆପଣଙ୍କର ନବମ ଘରକୁ ଦେଖିବେ ତେବେ ଆପଣଙ୍କୁ ଶିକ୍ଷାରେ ଇଚ୍ଛାନୁଯାୟୀ ବିଷୟ ପଢ଼ିବାକୁ ସୁଜୟଃ ମିଳିବ। ପ୍ରତିଯୋଗିତା ପରୀକ୍ଷାର ପ୍ରସ୍ତୁତି କରୁଥିବା ବ୍ୟକ୍ତିଙ୍କ ପାଇଁ ବର୍ଷର ପୂର୍ବାର୍ଦ୍ଧ ଅଧିକ ଅନୁକୂଳ ରହିବ। ସେହି ସମୟରେ ଆପଣଙ୍କୁ ସଫଳତା ମିଳିବାର ଅଧିକ ଯୋଗ ତିଆରି ହେଉଛି। ଯଦି ଆପଣ ବିଦେଶ ଯାଇ ପଢ଼ିବା ପାଇଁ ଚାହୁଁଛନ୍ତି ତେବେ ଆପଣଙ୍କୁ ପ୍ରତୀକ୍ଷା କରିବାକୁ ପଡ଼ିବ।

ପାରିବାରିକ ଜୀବନ 

ଏହି କୁମ୍ଭ 2025 ରାଶିଫଳ ଅନୁସାରେ ବର୍ଷ 2025 ର ଆରମ୍ଭ ଆପଣଙ୍କର ପାରିବାରିକ ଜୀବନ ପାଇଁ ଅନୁକୂଳ ରହିବ। ଛେଉରଥ ଘରେ ବୃହସ୍ପତି ମହାରାଜ ଓ ଦଶମ ଘରେ ବୁଧ ମହାରାଜ ବର୍ଷର ଆରମ୍ଭରେ ଉପସ୍ଥିତ ରହି ପାରିବାରିକ ଗତିବିଧିକୁ ଅନୁକୂଳ କରିବେ। ପରିବାର ଲୋକଙ୍କ ମଧ୍ୟରେ ପାରସ୍ପରିକ ସାମଞ୍ଜସ୍ୟ ଦେଖିବାକୁ ମିଳିବ। ପରିବାରରେ ଗୁରୁଜନଙ୍କର ଆଦର ହେବ, ଛୋଟ ପିଲାଙ୍କ ସହିତ ପ୍ରେମ ଓ ସ୍ନେହରେ କଥାବାର୍ତ୍ତା ହେବ ଓ ତାଙ୍କର ଧ୍ୟାନ ରଖାଯିବ ଯାହା ଦ୍ବାରା ପାରିବାରିକ ପରିବେଶ ଭଲ ରହିବ। ଦ୍ଵିତୀୟ ଘରେ ରାହୁ ମହାରାଜଙ୍କର ଉପସ୍ଥିତି ବର୍ଷର ଆରମ୍ଭରେ ହେବା ଦ୍ବାରା କେବେ କେବ ଉତ୍ଥାନ-ପତନର ସ୍ଥିତି ଆସିବ କିନ୍ତୁ ଧୀରେ ଧୀରେ ଆପଣ ସମ୍ଭାଳି ନେବେ। ମାର୍ଚ୍ଚ ମାସରେ ଶନି ମହାରାଜ ଦ୍ଵିତୀୟ ଘରକୁ ଯାଇ ଘରେ ଝଗଡ଼ା କରାଇବେ କାରଣ ସେତବେଳକୁ ରାହୁ ମହାରାଜ ମଧ୍ୟ ସେଠି ବିରାଜମାନ ଥିବେ। ତାହା ପରେ ଧୀରେ ଧୀରେ ରାହୁ ମହାରାଜ ମଈ ମାସରେ ଆପଣଙ୍କର ରାଶିକୁ ଯିବେ ଓ ଏହି ସମୟରେ ମଈ ମାସରେ ବୃହସ୍ପତି ମହାରାଜ ପଞ୍ଚମ ଘରକୁ ଯାଇ ଆପଣଙ୍କର ରାଶିକୁ ଦେଖିବେ, ତେବେ ଭୁଲ ଠିକ ବିଚାର କରିବାରେ ସମର୍ଥ ହେବେ। ରାହୁ ମହାରାଜ ମଝିରେ ମଝିରେ ବିଚଳିତ ହୋଇପାରନ୍ତି କିନ୍ତୁ ବୃହସ୍ପତି ମହାରାଜ ଆପଣଙ୍କୁ ସମ୍ଭାଳିବେ ଯାହା ଦ୍ବାରା ପରିବାରର ପ୍ରେମ ଆପଣଙ୍କ ସହିତ ରହିବ। ଭାଇ ଭଉଣୀଙ୍କ ସହିତ ବର୍ଷର ଆରମ୍ଭରେ ମଧୁର ସମ୍ବନ୍ଧ ରଖିବା ଉପରେ ଧ୍ୟାନ ଦେବା ଆବଶ୍ୟକ ହେବ। 

ବୈବାହିକ ଜୀବନ 

କୁମ୍ଭ ରାଶିଫଳ ଅନୁସାରେ ବିବାହିତ ଲୋକଙ୍କ ବିଷୟରେ କହିଲେ ବର୍ଷର ଆରମ୍ଭ ଆପଣଙ୍କ ପାଇଁ ମଧ୍ୟମ ଧରଣର ରହିବ। ଶନି ଓ ଶୁକ୍ର ଦୁହିଙ୍କ ଦୃଷ୍ଟି ଆପଣଙ୍କର ସପ୍ତମ ଘର ଉପରେ ରହିବ ଯାହା ଫଳରେ ସମ୍ପର୍କରେ ଉତ୍ଥାନ-ପତନ ଆସିବ। ପାରସ୍ପରିକ ବୁଝାମଣାରେ ହ୍ରାସ ଘଟିପାରେ କିନ୍ତୁ ଶୁକ୍ର ମହାରାଜଙ୍କର କୃପା ଦ୍ବାରା ସମ୍ପର୍କରେ ପ୍ରେମ ଓ ରୋମାନ୍ସ ବଢ଼ିବ। ଆପଣ ନିଜର ଜୀବନସାଥୀ ସହିତ ଆହୁରି ନିକଟତର ହେବେ ଓ ତାଙ୍କ ପାଖରେ ରହିବାକୁ ପସନ୍ଦ କରିବେ। ସମ୍ପର୍କରେ ଖୁସି ରହିବ। କୁମ୍ଭ 2025 ରାଶିଫଳ ଅନୁଯାୟୀ ଏହା ପରେ ମଈ ମାସରେ ଯେତବେଳେ କେତୁ ମହାରାଜ ସପ୍ତମ ଘରେ ପ୍ରବେଶ କରିବେ ଓ ଆପଣଙ୍କର ରାଶିରେ ରାହୁଙ୍କର ପ୍ରବେଶ ହେବ, ତେବେ ସ୍ଥିତି ଖରାପ ହୋଇପାରେ କାରଣ ପରସ୍ପର ମଧ୍ୟରେ ସାମଞ୍ଜସ୍ୟ ନ ରହିବା ହେତୁ ସମ୍ପର୍କରେ ସମସ୍ଯା ବଢ଼ିପାରେ। ଏପରି ସ୍ଥିତିରେ ଆପଣଙ୍କର ପରିବାରରେ ବରିଷ୍ଠ ସଦସ୍ୟଙ୍କର ପରାମର୍ଶ ନେବା ଉଚିତ ଓ ନିଜର ଜୀବନସାଥୀର ସ୍ବାସ୍ଥ୍ୟ ସହିତ ତାଙ୍କର ଚିନ୍ତାଧାରା, ଭଲ ମନ୍ଦର ଧ୍ୟାନ ରଖିବା ଉଚିତ ତେବେ ଯାଇ ଆପଣ ନିଜର ସମ୍ପର୍କକୁ ଭଲ ଭାବରେ ଚଳାଇ ପାରିବେ। ଏହି ବର୍ଷ ଉତ୍ତରାର୍ଦ୍ଧରେ ଆପଣଙ୍କର ସନ୍ତାନ ପ୍ରାପ୍ତିର ସ୍ବପ୍ନ ପୁରଣ ହୋଇପାରିବ। 

ପାଆନ୍ତୁ ନିଜର ଜାତକ ଉପରେ ଆଧାରିତ ସଠିକ ଶନି ରିପୋର୍ଟ୍

ପ୍ରେମ ଜୀବନ 

କୁମ୍ଭ ରାଶିଫଳ ଭବିଷ୍ୟବାଣୀ କରୁଛି ଯେ ବର୍ଷର ଆରମ୍ଭରେ ଆପଣଙ୍କୁ ନିଜର ପ୍ରେମ ଜୀବନରେ ମିଶ୍ରିତ ପରିଣାମ ମିଳିବ କାରଣ ସୂର୍ଯ୍ୟ ମହାରାଜଙ୍କର ଦୃଷ୍ଟି ଆପଣଙ୍କର ପଞ୍ଚମ ଘର ଉପରେ ରହିବ। କୁମ୍ଭ 2025 ରାଶିଫଳ ଅନୁଯାୟୀ ଷଷ୍ଠ ଘରେ ନିଚ୍ଚ ରାଶି ମଙ୍ଗଳ ହେବା କାରଣରୁ ଆପଣଙ୍କର ପ୍ରିୟତମ କଠୋର କଥା କହିବେ, କିଛି ରାଗ ଥାଇ ଏପରି କହିବେ, ଯାହା ଆପଣଙ୍କୁ ଭଲ ଲାଗିବ ନାହିଁ ଓ ଏହା ଦ୍ବାରା ଆପଣଙ୍କ ମଧ୍ୟରେ ଝଗଡ଼ା ହୋଇପାରେ। ଯଦି ଆପଣ ନିଜର ପ୍ରିୟତମ ସହିତ ସମ୍ପର୍କ ରଖିବାକୁ ଚାହାନ୍ତି ତେବେ ଆପଣଙ୍କୁ ଟିକେ ଶାନ୍ତଈ ଓ ଧର୍ଯ୍ୟ ସହିତ କାମ କରିବାକୁ ପଡ଼ିବ କାରଣ ମାସର ଉତ୍ତରାର୍ଦ୍ଧରେ ଏହି ସ୍ଥିତିରେ ହ୍ରାସ ହୋଇପାରେ। ବୃହସ୍ପତି ମହାରାଜ ମଈ ମାସରେ ପଞ୍ଚମ ଘରେ ଆସି ଆପଣଙ୍କର ପ୍ରିୟତମଙ୍କୁ ଭଲ ବୁଝାମଣା ପ୍ରଦାନ କରିବେ ଯାହା ଦ୍ବାରା ଆପଣ ଠିକ ନିଷ୍ପତି ନେଇପାରିବେ। ପରସ୍ପର ପ୍ରତି ବିଶ୍ବାସ ଆସିବ ଯାହା ସମ୍ପର୍କ ପାଇଁ ବହୁତ ଆବଶ୍ୟକ ଓ ବିଶ୍ବାସ ଉପରେ ନିର୍ଭର କରି ଆପଣ ସମ୍ପୂର୍ଣ ବର୍ଷ ନିଜ ପ୍ରେମ ଜୀବନକୁ ସମ୍ଭାଳି ପାରିବେ। 

ଉପାୟ 

  • ଆପଣଙ୍କୁ ଶନିବାର ଦିନ ଶ୍ରୀ ଶନି ଚାଳିଶା ପାଠ କରିବା ଉଚିତ। 
  • ପ୍ରତ୍ଯେକ ଶନିବାର ସୋରିଷ ତେଲର ଦୀପ ଜଳାଇ ବଜରଙ୍ଗ ବାଣ ପାଠ କରିବା ଉଚିତ। 
  • ଶୁକ୍ଳ ପକ୍ଷର ଶୁକ୍ରବାରକୁ ନିଜର ଅନାମିକା ଆଙ୍ଗୁଠିରେ ଉତ୍ତମ ଗୁଣର ହୀରା କିମ୍ବା ଓପଲ ରତ୍ନ ପିନ୍ଧିବା ଆପଣଙ୍କ ପାଇଁ ଅନୁକୂଳ ରହିବ। 
  • ମଙ୍ଗଳବାର ଦିନ ଶ୍ରୀ ହନୁମାନଙ୍କ ମନ୍ଦିର ଯାଇ ଗୁଡ଼ ଓ ଚଣା ପ୍ରସାଦ ବାଣ୍ଟନ୍ତୁ।

ସମସ୍ତ ଜ୍ୟୋତିଷୀୟ ସମାଧାନ ପାଇଁ କ୍ଲିକ କରନ୍ତୁ: ଅନଲାଇନ ଶପିଂ ସ୍ଟୋର

ଆମେ ଆଶା କରୁଛି ଯେ ଆପଣଙ୍କୁ ଆମର ଏହି ଲେଖା ପସନ୍ଦ ଆସିଥିବ। ଏହି ପରି ଅଧିକ ଲେଖା ପାଇଁ ଜଡ଼ିତ ରୁହନ୍ତୁ ଆଷ୍ଟ୍ରୋକେମ୍ପ ସହିତ। ଧନ୍ୟବାଦ!!

ପ୍ରାୟତଃ ପଚରା ଯାଉଥିବା ପ୍ରଶ୍ନ

1. 2025 ରେ କୁମ୍ଭ ରାଶିର ଲୋକଙ୍କର କ’ଣ ହେବ?

ବର୍ଷ 2025 ରେ କ୍ୟାରୀଅର ଦୃଷ୍ଟିରୁ ବର୍ଷ ଅନୁକୂଳ ରହିବ। ଆପଣ ନିଜର ବିରୋଧୀକୁ ହରାଇବାରେ ସଫଳ ହେବେ। 

2. ବର୍ଷ 2025 ରେ କୁମ୍ଭ ରାଶି ଲୋକଙ୍କର ସ୍ବାସ୍ଥ୍ୟ କିପରି ରହିବ?

ବର୍ଷ 2025 ରେ ସ୍ବାସ୍ଥ୍ୟ ଦୃଷ୍ଟିରୁ ମିଶ୍ରିତ ପରିଣାମ ମିଳିବ। ଆପଣଙ୍କୁ କିଛି ନୂଆ ଅଭ୍ଯାସ ଅପଣ୍ୟବାକୁ ହେବ ଓ ଖାଇବା ପିଇବା ଉପରେ ଧ୍ୟାନ ଦେବାକୁ ହେବ। 

3. କୁମ୍ଭ ରାଶିର ସ୍ବାମୀ କିଏ?

କୁମ୍ଭ ରାଶିର ସ୍ବାମୀ ହେଇଛନ୍ତି ଶନି । 

4. କୁମ୍ଭ ରାଶି ଲୋକଙ୍କର ଶନି ସାଢ଼େସାତୀ କେବେ ସମାପ୍ତ ହେବ?

କୁମ୍ଭ ରାଶି ଲୋକଙ୍କର ଶନି ସାଢ଼େସାତୀ 24 ଜାନୁଆରୀ 2033 ରେ ଆରମ୍ଭ ହୋଇଥଲ ଓ 03 ଜୁନ 2027 ରେ ସମାପ୍ତ ହେବ। 

More from the section: Horoscope 4058
Buy Today
Gemstones
Get gemstones Best quality gemstones with assurance of AstroCAMP.com More
Yantras
Get yantras Take advantage of Yantra with assurance of AstroCAMP.com More
Navagrah Yantras
Get Navagrah Yantras Yantra to pacify planets and have a happy life .. get from AstroCAMP.com More
Rudraksha
Get rudraksha Best quality Rudraksh with assurance of AstroCAMP.com More
Today's Horoscope

Get your personalised horoscope based on your sign.

Select your Sign
Free Personalized Horoscope 2024
© Copyright 2024 AstroCAMP.com All Rights Reserved