• Talk To Astrologers
  • Brihat Horoscope
  • Ask A Question
  • Child Report 2022
  • Raj Yoga Report
  • Career Counseling
Personalized
Horoscope

ମୀନ 2025 ରାଶିଫଳ ରୁ ଜାଣନ୍ତୁ ନିଜର ଭବିଷ୍ୟ!

Author: Vijay Pathak | Last Updated: Tue 27 Aug 2024 1:04:57 PM

ଆଷ୍ଟ୍ରୋକେମ୍ପ ଦ୍ବାରା ପ୍ରସ୍ତୁତ କରାଯାଇଥିବା ଏହି ବିଶେଷ ମୀନ 2025 ରାଶିଫଳ ଲେଖାରେ ଆପଣଙ୍କୁ ଏହା ଜାଣିବାକୁ ମିଳିବ ଯେ ବର୍ଷ 2025 ରେ ମୀନ ରାଶି ଲୋକଙ୍କ ଜୀବନରେ କେଉଁ ପ୍ରକାରର ପରିବର୍ତ୍ତନ ଆସିବ ଓ ତାହା ସହିତ ଜଡ଼ିତ ସଠିକ ଭବିଷ୍ୟବାଣୀ ଆପଣଙ୍କୁ ପଢ଼ିବାକୁ ପ୍ରାପ୍ତ ହେବ। ଏହି ଭବିଷ୍ୟଫଳ 2025 ସମ୍ପୂର୍ଣ ରୂପରେ ବୈଦିକ ଜ୍ଯୋତିଷ ଉପରେ ଆଧାରିତ ଓ ଅନୁଭବି ଜ୍ଯୋତିଷଙ୍କ ଦ୍ବାରା ଗ୍ରହ ଓ ନକ୍ଷତ୍ରଙ୍କର ଚଳନ, ଗ୍ରହଙ୍କର ଗୋଚର, ଇତ୍ୟାଦିର ଗଣନା କରି ପ୍ରସ୍ତୁତ ହୋଇଛି ଯାହା ଫଳରେ ମୀନ ରାଶିର ଲୋକଙ୍କୁ ନିଜ ବିଷୟରେ ସମ୍ପୂର୍ଣ ସୂଚନା ମିଳିବ। ଚାଲନ୍ତୁ ଜାଣିବା ବର୍ଷ 2025 ରେ ମୀନ ରାଶି ଲୋକଙ୍କ ଜୀବନର ବିଭିନ୍ନ କ୍ଷେତ୍ରରେ କେଉଁ ପ୍ରକାର ପରିଣାମ ଦେଖିବାକୁ ମିଳିବ। 

ମୀନ 2025 ରାଶିଫଳ

ଆପଣଙ୍କର ଜୀବନରେ ବର୍ଷ 2025 ରେ କେବେ କ’ଣ ଘଟିବ ଓ ଜୀବନର କେଉଁ କ୍ଷେତ୍ର ଅନୁକୂଳ ପରିଣାମ ଦେବ ଓ କେଉଁଠାରେ ଆପଣଙ୍କୁ ସମସ୍ଯା ସାମ୍ନା କରିବାକୁ ପଡ଼ିବ, ଏହି ସମସ୍ତ ବିଷୟରେ ଜାଣିବା ପାଇଁ ଏବେ ଆଗକୁ ବଢ଼ିବା ଓ ବିସ୍ତୃତରେ ଜାଣିବା 2025 ମୀନ ରାଶି ଲୋକଙ୍କ ପାଇଁ କିପରି ରହିବ।

Read In Detail: Pisces 2025 Horoscope

ଆର୍ଥିକ ଜୀବନ 

ଆର୍ଥିକ ଦୃଷ୍ଟିରୁ ଦେଖିବା ଯଦି ମୀନ 2025 ରାଶିଫଳ ଆପଣଙ୍କ ପାଇଁ ଏହା ଭବିଷ୍ୟବାଣୀ କରୁଛି ଯେ ଏହି ବର୍ଷର ଆରମ୍ଭ ଆପଣଙ୍କ ପାଇଁ ବହୁତ ଦୁର୍ବଳ ହେବ କାରଣ ଶନି ଓ ଶୁକ୍ର ପରି ଗ୍ରହ ଆପଣଙ୍କର ଦ୍ଵାଦଶ ଘରେ ବସି ଖର୍ଚ୍ଚ ବଢ଼ାଇବେ ଓ ମଙ୍ଗଳ ମହାରାଜ ମଧ୍ୟ ଦ୍ଵାଦଶ ଘର ଉପରେ ଦୃଷ୍ଟି ପକାଇବେ ଓ ଖର୍ଚ୍ଚ ବଢ଼ାଇବେ। କିନ୍ତୁ ତୃତୀୟା ଘରେ ବସିଥିବା ଦେବଗୁରୁ ବୃହସ୍ପତି ନିଜର ଏକାଦଶ ଘର ଉପରେ ଦୃଷ୍ଟି ଦ୍ବାରା ଆପଣଙ୍କର ଆର୍ଥିକ ସ୍ଥିତି ଦୃଢ଼ କରିବାରେ ସମ୍ପୂର୍ଣ ସହଯୋଗ କରିବେ। ଆପଣଙ୍କର ରୋଜଗାର ବୃଦ୍ଧିର ସଙ୍କେତ ଅଛି। ମାର୍ଚ୍ଚ ମାସରେ ଶନି ମହାରାଜ ଓ ତାହା ପୂର୍ବରୁ ଶୁକ୍ର ମହାରାଜ ଆପଣଙ୍କର ରାଶିରେ ପ୍ରବେଶ କରିବେ ଯାହା ଦ୍ବାରା ଏହି ଖର୍ଚ୍ଚ କମିଯିବ। କିନ୍ତୁ ମଈ ମାସରେ ରାହୁ ମହାରାଜ ଆପଣଙ୍କର ଦ୍ଵାଦଶ ଘରକୁ ଯାଇ ନ ଚାହୁଁଥିବା ଖର୍ଚ୍ଚକୁ ବଢ଼ାଇବେ ଯାହା ଆପଣଙ୍କର ଆର୍ଥିକ ସ୍ଥିତି ଖରାପ କରିବ। ଏହି ବର୍ଷ ଆପଣଙ୍କୁ ନିଜର ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖିବାକୁ ହେବ ନଚେତ ସମସ୍ଯା ବଡ଼ ହୋଇଯିବ। ବ୍ୟବସାୟ କରିବା ଲୋକଙ୍କୁ ମଧ୍ୟ ବର୍ଷର ପୂର୍ବାର୍ଦ୍ଧରେ ସମସ୍ଯା ସାମ୍ନା କରିବାକୁ ପଡ଼ିବ ଯାହା ଫଳରେ ଆର୍ଥିକ ସ୍ଥିତି ଖରାପ ରହିବ। ବର୍ଷର ଉତ୍ତରାର୍ଦ୍ଧରେ ଅନେକ ସମସ୍ଯା କିଛି ମାତ୍ରାରେ ସଫଳତା ଆଣିବ ଓ ଆର୍ଥିକ ସ୍ଥିତି ଭଲ ରଖିବ। 

मीन राशि का राशिफल विस्तार से पढ़ें – मीन 2025 राशिफल

ସ୍ବାସ୍ଥ୍ୟ 

ଏହି ମୀନ 2025 ରାଶିଫଳ ଅନୁସାରେ ଏହି ବର୍ଷ ଆପଣଙ୍କର ସ୍ବାସ୍ଥ୍ୟ ପାଇଁ ଅଧିକ ଅନୁକୂଳ କୁହାଯାଇପାରିବ ନାହିଁ କାରଣ ବର୍ଷର ଆରମ୍ଭରେ ଆପଣଙ୍କ ରାଶିରେ ରାହୁ ମହାରାଜ, ସପ୍ତମ ଘରେ କେତୁ ମହାରାଜ, ଦ୍ଵାଦଶ ଘରେ ଶନି ଓ ଶୁକ୍ର ମହାରାଜ ତଥା ପଞ୍ଚମ ଘେର ନିଚ୍ଚ ରାଶିର ହୋଇ ମଙ୍ଗଳ ମହାରାଜ ରହିବେ। ଏହି ସମସ୍ତ ଗ୍ରହ ସ୍ଥିତି ଆପଣଙ୍କର ଭଲ ସ୍ବାସ୍ଥ୍ୟ କୁ ସଙ୍କେତ କରୁ କରୁ ନାହିଁ। ଆପଣଙ୍କର ନିଜର ଶାରୀରିକ ସମସ୍ଯା ପ୍ରତି ସଜାଗ ରୁହନ୍ତୁ ଓ ପ୍ରତ୍ଯେକ ଛୋଟ ସମସ୍ଯାକୁ ସମୟ ଥାଇ ଚିକିତ୍ସକଙ୍କ ସହିତ ସମ୍ପର୍କ କରି ଠିକ କରିବାକୁ ଚେସ୍ଟ କରନ୍ତୁ। କାରଣ ଏହି ଛୋଟ ଛୋଟ ସମସ୍ଯା ଆଗକୁ ଯାଇ ବଡ଼ ରୋଗର ରୂପ ନେଇପାରେ। ସେଥିପାଇଁ ଆପଣଙ୍କୁ ସାବଧାନ ରହିବାକୁ ହେବ। ବର୍ଷର ଉତ୍ତରାର୍ଦ୍ଧରେ ଜେଟବେଳେ ରାହୁ ମହାରାଜ ଦ୍ଵାଦଶ ଘରେ ଓ କେତୁ ମହାରାଜ ଷଷ୍ଠ ଘରେ ରହିବେ ତେବେ ଆପଣଙ୍କୁ ସ୍ବାସ୍ଥ୍ୟ ସମସ୍ଯା ବଢ଼ାଇବେ। ସେଥିପାଇଁ ଏହି ବର୍ଷ ସ୍ବାସ୍ଥ୍ୟ ସମସ୍ଯାକୁ ଅଣଦେଖା କରନ୍ତୁ ନାହିଁ। ଆବଶ୍ୟକ ହେଲେ ତୁରନ୍ତ ଚିକିତ୍ସକଙ୍କ ସହିତ ସମ୍ପର୍କ କରିବା ଦ୍ବାରା ଆପଣ ନିଜର ବଡ଼ ସମସ୍ଯାରୁ ବଞ୍ଚି ପାରିବେ ଓ ନିଜର ସ୍ବାସ୍ଥ୍ୟକୁ ଅନେକ ମାତ୍ରାରେ ଠିକ ରଖି ପାରିବେ।ଏହି ବର୍ଷ ଆପଣଙ୍କୁ ଅକ୍ଷୟ ସମ୍ବନ୍ଧୀୟ ସମସ୍ଯା, ଆଖିରୁ ପାଣି ବାହାରିବା, ଜଳା ପୋଡ଼ା, ନୀଦ ନ ହେବଅ କିମ୍ବା ପାଦରେ ଘାଆ, ମୋଡ଼ି ହେବା, ଦରଜ ହେବା ଇତ୍ୟାଦି ସମସ୍ଯା ହୋଇପାରେ।

କ’ଣ ଆପଣଙ୍କର ଜାତକରେ ଅଛି ଶୁଭ ଯୋଗ? ଜାଣିବା ପାଇଁ ଏବେ କିଣନ୍ତୁ ବୃହତ କୁଣ୍ଡଳୀ

କ୍ୟାରୀଅର 

ମୀନ ରାଶିଫଳ ଅନୁସାରେ ଯଦି ଆପଣଙ୍କର କ୍ୟାରୀଅର ବିଷୟରେ କହିବା ତେବେ ବର୍ଷର ଆରମ୍ଭ ଚାକିରି କରୁଥିବା ବ୍ୟକ୍ତିଙ୍କ ପାଇଁ ଅତି ଉତ୍ତମ ରହିବ। ଦଶମ ଘରେ ସୂର୍ଯ୍ୟ ମହାରାଜ ବସି ଆପଣଙ୍କୁ ନିଜର କାର୍ଯ୍ୟକ୍ଷେତ୍ରରେ ଦୃଢ଼ ସ୍ଥିତି ସହିତ ବଡ଼ ପଦ ପ୍ରଦାନ କରିବେ। ସରକାରୀ କ୍ଷେତ୍ରରେ କାମ କରୁଥିବା ବ୍ୟକ୍ତିର କ୍ଷତି ବଢ଼ିବ। ବୃହସ୍ପତି ମହାରାଜଙ୍କର କୃପା ଦ୍ବାରା ସହକର୍ମୀଙ୍କ ସହଯୋଗ ଆପଣଙ୍କର ସହିତ ରହିବ। ଆପଣ କାର୍ଯ୍ୟକ୍ଷେତ୍ରରେ ଆପଣ ଇଚ୍ଛାନୁଯାୟୀ ପରିଣାମ ପ୍ରାପ୍ତ କରିବେ। ଆପଣଙ୍କର ପ୍ରଦର୍ଶନ ମଧ୍ୟ ପ୍ରଶଂସିତ ହେବ। ମାର୍ଚ୍ଚ ଶେଷରେ ଯେବେ ଶନି ମହାରାଜ ଆପଣଙ୍କର ରାଶିରେ ଆସିବେ ଓ ସେଠାରେ ଦଶମ ଘରେ ଦୃଷ୍ଟି ପକାଇବେ ତେବେ ସମ୍ପୂର୍ଣ ବର୍ଷ ଆପଣଙ୍କୁ ନିଜର କାର୍ଯ୍ୟକ୍ଷେତ୍ରରେ ପରିଶ୍ରମ କରିବାକୁ ହେବ। ଯାହା ଫଳରେ କାମର ଚାପ ଆପଣଙ୍କ ଉପରେ ରହିବ। ବ୍ୟବସାୟ କରୁଥିବା ବ୍ୟକ୍ତିଙ୍କ ପାଇଁ ବର୍ଷର ଆରମ୍ଭ ଦୁର୍ବଳ ହେବ। ମୀନ 2025 ରାଶିଫଳ ଅନୁଯାୟୀ ସପ୍ତମ ଘରେ କେତୁ ମହାରାଜଙ୍କର ଉପସ୍ଥିତି ଆପଣଙ୍କ ପାଇଁ ଭଲ ନୁହେଁ କିନ୍ତୁ ବୃହସ୍ପତି ମହାରାଜଙ୍କର ଦୃଷ୍ଟି ସପ୍ତମ ଘର ଉପରେ ରହିବା ଯୋଗୁଁ ଧୀରେ ଧୀରେ ବ୍ୟବସାୟ ଚାଲିବ। ଆପଣଙ୍କୁ ଚାଲାକ ହେବାକୁ ପଡ଼ିବ। ବର୍ଷର ଉତ୍ତରାର୍ଦ୍ଧ ଅପେକ୍ଷାକୃତ ଭଲ ରହିବ, ଯେବେ ବ୍ୟବସାୟରେ ଉନ୍ନତିର ଯୋଗ ତିଆରି ହେବ।

ଶିକ୍ଷା 

ମୀନ ରାଶିଫଳ ଅନୁସାରେ ବିଦ୍ୟାର୍ଥୀ ବର୍ଗଙ୍କ ପାଇଁ ବର୍ଷର ଆରମ୍ଭ ଦୁର୍ବଳ ଅଛି କାରଣ ପଞ୍ଚମ ଘରେ ନିଚ୍ଚ ରାଶିରେ ମଙ୍ଗଳ ରହିବେ ଯାହା ଆପଣଙ୍କୁ ଚିନ୍ତିତ କରେଇବ। ଆପଣ ଆଖପାଖର ପରିବେଶ ମଧ୍ୟ ଆପଣଙ୍କୁ ପୀଡ଼ିତ କରିପାରେ ସେଥିପାଇଁ ଆପଣଙ୍କୁ ବାରମ୍ବାର ନିଜର ଏକାଗ୍ରତା ବଢ଼ାଇବା ଉପରେ ଧ୍ୟାନ ଦେବାକୁ ହେବ, ନଚେତ ଶିକ୍ଷାରେ ଇକଚନୁଯାୟୀ ପରିଣାମ ମିଳିବାରେ ସମସ୍ଯା ହେବ। ମୀନ 2025 ରାଶିଫଳ ଅନୁଯାୟୀ ଉଚ୍ଚ ଶିକ୍ଷା ପ୍ରାପ୍ତ କରୁଥିବା ବିଦ୍ୟାର୍ଥୀଙ୍କ ପାଇଁ ବର୍ଷର ଆରମ୍ଭ ଅନୁକୂଳ ରହିବ ଓ ଆପଣଙ୍କୁ ଇଚ୍ଛାନୁଯାୟୀ ଫଳ ମିଳିବ। ବିଭିନ୍ନ ବିଷୟରେ ସଫଳତା ମିଳିବାର ଯୋଗ ମଧ୍ୟ ତିଆରି ହୋଇପାରେ ତେବେ ଫେବ୍ରୁୟାରୀ ପରର ସମୟ ଆପଣଙ୍କ ପାଇଁ ଉପଯୁକ୍ତ ରହିବ। ବିଶେଷ ରୂପରେ ମାର୍ଚ୍ଚରୁ ଆରମ୍ଭ କରି ଅଗସ୍ଟ ମଧ୍ୟରେ ଆପଣଙ୍କୁ ପ୍ରତିଯୋଗିତା ପରୀକ୍ଷାରେ ସଫଳତା ମିଳିପାରେ ଓ ଆପଣଙ୍କର ଚୟନ କୌଣସି ଭଲ ଚାକିରି ପାଇଁ ହୋଇପାରେ। ଯଦି ଆପଣ ପଢ଼ା ପାଇଁ ବିଦେଶ ଯିବାକୁ ଇଚ୍ଛୁକ ତେବେ ସେଠୀ ପାଇଁ ଏହି ସମୟ ଅଧିକ ଉପଯୁକ୍ତ ରହିବ ଓ ଏହି ସମୟରେ ପ୍ରୟାସ କରିବା ଦ୍ବାରା ସଫଳତା ମିଳିବ। 

ପାରିବାରିକ ଜୀବନ 

ମୀନ ରାଶିଫଳ ଅନୁସାରେ ବର୍ଷର ଆରମ୍ଭ ପାରିବାରିକ ଜୀବନ ପାଇଁ କିଛି ଦୁର୍ବଳ ରହିବ। ମୀନ 2025 ରାଶିଫଳ ଅନୁଯାୟୀ ଦ୍ଵିତୀୟ ଘରେ ମଙ୍ଗଳ ମହାରାଜ ପଞ୍ଚମ୍ ଘରେ ନିଚ୍ଚ ରାଶିରେ ରହିବେ। ଆପଣଙ୍କର ରାଶିରେ ରାହୁ, ସପ୍ତମ ଘରେ କେତୁ ଓ ଦଶମ ଘରେ ସୂର୍ଯ୍ୟ ମହାରାଜ ରହିବେ ଯାହା ଦ୍ବାରା ପରିବାରରେ ପରିବେଶ କିଛି ଉଗ୍ର ରହିବ। ପରସ୍ପରରେ ସାମଞ୍ଜସ୍ୟର ଅଭାବ ରହିବ ଓ ଲୋକ ପରସ୍ପରକୁ ସମ୍ମାନ ଦେବା ପରିବର୍ତେ ନିଜ କଥାକୁ ଆଗରେ ରଖିବାକୁ ପସନ୍ଦ କରିବେ। ଯାହା ଦ୍ବାରା ପରିବାରର ପରିବେଶ କିଛି ଖରାପ ରହିବ। କିନ୍ତୁ ବର୍ଷର ଉତ୍ତରାର୍ଦ୍ଧରେ ଯେତବେଳେ ବୃହସ୍ପତି ମହାରାଜ ଚତୁର୍ଥ ଘରକୁ ଯିବେ, ମଙ୍ଗଳ ମହାରାଜ ଓ ସୂର୍ଯ୍ୟ ମହାରାଜ ନିଜର ଘରୁ ବହରିବେ, ତେବେ ଏହି ସବୁ ପରିସ୍ଥିତିକୁ ବହୁ ମାତ୍ରାରେ ସୁଧାରିବ। ଆପଣଙ୍କୁ ନିଜର ଭାଇ ଭଉଣୀଙ୍କର ମଧ୍ୟ ସ୍ନାନିଧ୍ୟ ଓ ପ୍ରେମ ମିଳିବ ଓ ଆପଣ ତାଙ୍କ ପାଇଁ ବହୁତ କିଛି କରିବାକୁ ଚେଷ୍ଟା କରିବେ ଯେଉଁଥିରେ ଆପଣ ସଫଳ ହେବେ। ଏହା ଦ୍ବାରା ଆପଣଙ୍କର ତାଙ୍କ ସହିତ ସମ୍ପର୍କ ମଧୁର ରହିବ। ପରିବାରରେ ଗୁରୁଜନଙ୍କର ସ୍ବାସ୍ଥ୍ୟ ସମସ୍ଯା ଆପଣଙ୍କୁ ବାରମ୍ବାର ଚିନ୍ତା ଦେବ ସେଥିପାଇଁ ଧ୍ୟାନ ରଖନ୍ତୁ। 

ବୈବାହିକ ଜୀବନ 

ଏହି ମୀନ 2025 ରାଶିଫଳ ଅନୁସାରେ ବିବାହିତ ଲୋକଙ୍କ ପାଇଁ ଏହି ବର୍ଷର ଆରମ୍ଭ ବହୁତ ଦୁର୍ବଳ ହେବ କାରଣ ବର୍ଷର ଆରମ୍ଭରେ ରାହୁ ମହାରାଜ ଆପଣଙ୍କର ରାଶିରେ ଓ କେତୁ ମହାରାଜ ସପ୍ତମ ଘରେ ରହି ବୈବାହିକ ଜୀବନକୁ ଖରାପ କରିବାକୁ ଚେଷ୍ଟା କରିବେ। ପାରସ୍ପରିକ ବୁଝାମଣା ରହିବ ନାହିଁ, ଭୁଲ ବୁଝାମଣା ହୋଇପାରେ। ଦ୍ଵାଦଶ ଘରେ ବର୍ଷର ଆରମ୍ଭରେ ଶନି ଓ ଶୁକ୍ର ମଧ୍ୟ ଥିବେ ଯିଏ ପାରସ୍ପରିକ ସମ୍ବନ୍ଧକୁ ଆହୁରି ଖରାପ କରିପାରିବେ କିନ୍ତୁ ଦେବଗୁରୁ ବୃହସ୍ପତିଙ୍କର ଦୃଷ୍ଟି ସପ୍ତମ ଘର ଉପରେ ରହିବ ଯାହା ଫଳରେ ସମ୍ପର୍କ ଚାଲିବ ଓ ଆପଣ ଚେଷ୍ଟା କରିବେ ସମ୍ପର୍କକୁ ସମ୍ଭାଳିବାକୁ। ବର୍ଷର ଉତ୍ତରାର୍ଦ୍ଧ ଆପଣଙ୍କର ସମ୍ପର୍କ ପାଇଁ ଭଲ ରହିବ, ଯେବେ କେତୁ ମଈ ମାସରେ ଷଷ୍ଠ ଘରକୁ ଯିବେ , ତେବେ ଧୀରେ ଧୀରେ ଆପଣଙ୍କର ସମ୍ପର୍କରେ ପ୍ରେମ ଓ ସମର୍ପଣର ଭାବନା ବଢ଼ିବ। ଆପଣ ପରସ୍ପରକୁ ବୁଝିବେ, ଭୁଲ କୁ ଅଣଦେଖା କରିବେ ଓ ନିଜର ସମ୍ପର୍କକୁ ସମ୍ଭାଳିବାକୁ ପ୍ରୟାସ କରିବେ, ତେବେ ଯାଇ ବୈବାହିକ ଜୀବନ ଠିକ ଠାକ ରହିବ ଓ ଆପଣ ବର୍ଷର ଶେଷରେ ଭଲ ବୈବାହିକ ଜୀବନ ଅନୁଭବ କରିବେ। 

ପାଆନ୍ତୁ ନିଜର ଜାତକ ଉପରେ ଆଧାରିତ ସଠିକ ଶନି ରିପୋର୍ଟ୍

ପ୍ରେମ ଜୀବନ 

ମୀନ ରାଶିଫଳ ଏହି ଭବିଷ୍ୟବାଣୀ କରୁଛି ଯେ ଆପଣଙ୍କର ପ୍ରେମ ଜୀବନ ପାଇଁ ବର୍ଷର ଆରମ୍ଭ ଅନୁକୁଳ ନୁହେଁ କାରଣ ନିଚ୍ଚ ରାଶିରେ ରହି ମଙ୍ଗଳ ମହାରାଜ ପଞ୍ଚମ୍ ଘରରେ ବସିବେ ଯିଏ ଆପଣଙ୍କର ପ୍ରିୟତମଙ୍କୁ ରାଗି କରିବେ। ସେ କଥା କଥାରେ ବିରକ୍ତ ରାଗିବେ ଓ ଆପଣଙ୍କୁ ନିଚ୍ଚ ଦେଖାଇବାକୁ ଚେଷ୍ଟା କରିବେ। ଏହା ଦ୍ବାରା ଆପଣଙ୍କର ଆତ୍ମସମ୍ମାନକୁ ଆଘାତ ପହଞ୍ଚିବ ଓ ଆପଣ ତାଙ୍କ ଉପରେ ରାଗିବେ। ଏହି ସମୟ ଆପଣଙ୍କର ସମ୍ପର୍କ ପାଇଁ ବହୁତ ଦୁର୍ବଳ ରହିବ। ମୀନ 2025 ରାଶିଫଳ ଅନୁଯାୟୀ ମାର୍ଚ୍ଚ ଶେଷରେ ଯାଇ ସେଥିରେ କିଛି ହ୍ରାସ ଘଟିବେ କିନ୍ତୁ ଆପଣଙ୍କୁ ବହୁତ ସମ୍ଭାଳିବାକୁ ପଡ଼ିବ ନଚେତ ପ୍ରେମ ସମ୍ପର୍କ ଭାଙ୍ଗି ପାରେ। ଆପଣଙ୍କ ପାଇଁ ଅଗସ୍ଟ ରୁ ଅକ୍ଟୋବର ମଧ୍ୟରେ ସମୟ ଭଲ ରହିବ। ଏହି ସମୟରେ ଆପଣଙ୍କର ପ୍ରେମ ବଢ଼ିବ, ପରସ୍ପରର ଦେଖାଚାହାଁ କରିବେ, ବିଶ୍ବାସ କରିବେ ଓ ସମ୍ପର୍କକୁ ଆଗକୁ ବଢ଼ାଇବାକୁ ଚେଷ୍ଟା କରିବେ। ଏହି ସମୟ ଆପଣଙ୍କର ସମ୍ପର୍କର ମହତ୍ଵ ବୁଝିବେ। 

ଉପାୟ 

  • ବୃହସ୍ପତିବାର ଦିନ ଉତାତ୍ମ ଗୁଣର ହଳଦିଆ ପୁଖରାଜ କିମ୍ବା ସୁନେଲି ରତ୍ନ ତର୍ଜନୀ ଆଙ୍ଗୁଠିରେ ସୁନା ମୁଦିରେ ଧରଣ କରିବା ଉତ୍ତମ ହେବ। 
  • ଆପଣଙ୍କୁ ଶ୍ରୀ ହନୁମାନ ଚାଳିଶା ପ୍ରତିଦିନ ପାଠ କରିବା ଉଚିତ। 
  • ଶ୍ରୀଗଣେଶଙ୍କୁ ଦୂର୍ବାଙ୍କୁର ଅର୍ପଣ କରିବା ଦ୍ବାରା କେତୁଙ୍କ ସହିତ ଜଡ଼ିତ ସମସ୍ଯା କମ ହେବ। ।
  • ନାଗକେସର ଗଛ ଲଗାଇବା ଦ୍ବାରା ରାହୁଙ୍କର ଅଶୁଭ ପରିଣାମରୁ ମୁକ୍ତି ମିଳିବ।

ସମସ୍ତ ଜ୍ୟୋତିଷୀୟ ସମାଧାନ ପାଇଁ କ୍ଲିକ କରନ୍ତୁ: ଅନଲାଇନ ଶପିଂ ସ୍ଟୋର

ଆମେ ଆଶା କରୁଛି ଯେ ଆପଣଙ୍କୁ ଆମର ଏହି ଲେଖା ପସନ୍ଦ ଆସିଥିବ। ଏହି ପରି ଅଧିକ ଲେଖା ପାଇଁ ଜଡ଼ିତ ରୁହନ୍ତୁ ଆଷ୍ଟ୍ରୋକେମ୍ପ ସହିତ। ଧନ୍ୟବାଦ!!

ପ୍ରାୟତଃ ପଚରା ଯାଉଥିବା ପ୍ରଶ୍ନ

1. ମୀନ ରାଶି ଲୋକଙ୍କ ପାଇଁ ବର୍ଷ 2025 କିପରି ହେବ?

ମୀନ ରାଶି ଲୋକଙ୍କ ପାଇଁ ବର୍ଷ 2025 ମିଶ୍ରିତ ପରିଣାମ ଆଣିବ। ଜିଛି ବିଷୟରେ ଅନୁକୂଳ ପରିଣାମ ମିଳିବ ଓ କିଛି ବିଷୟରେ ଆପଣଙ୍କୁ ଚିନ୍ତା କରିବାକୁ ପଡ଼ିବ। 

2. ବର୍ଷ 2025 ରେ ମୀନ ରାଶି ଲୋକଙ୍କର ସ୍ବାସ୍ଥ୍ୟ କିପରି ରହିବ?

ଏହି ବର୍ଷ ଆପଣଙ୍କର ସ୍ବାସ୍ଥ୍ୟ ପାଇଁ ଅଧିକ ଅନୁକୂଳ କୁହାଯିବ ନାହିଁ।

3. 2025 ରେ ମୀନ ରାଶି ଲୋକଙ୍କର ପ୍ରେମ ଜୀବନ କିପରି ରହିବ?

 ପ୍ରେମ ଜୀବନ ପାଇଁ ବର୍ଷର ଆରମ୍ଭ ଅନୁକୂଳ ରହିବ ନାହିଁ କିନ୍ତୁ ସମୟ ସହିତ ଆପଣଙ୍କର ସମ୍ପର୍କ ଦୃଢ଼ ହେବ ଓ ସୁଖମୟ ହେବ। 

More from the section: Horoscope 4051
Buy Today
Gemstones
Get gemstones Best quality gemstones with assurance of AstroCAMP.com More
Yantras
Get yantras Take advantage of Yantra with assurance of AstroCAMP.com More
Navagrah Yantras
Get Navagrah Yantras Yantra to pacify planets and have a happy life .. get from AstroCAMP.com More
Rudraksha
Get rudraksha Best quality Rudraksh with assurance of AstroCAMP.com More
Today's Horoscope

Get your personalised horoscope based on your sign.

Select your Sign
Free Personalized Horoscope 2024
© Copyright 2024 AstroCAMP.com All Rights Reserved