• Talk To Astrologers
  • Brihat Horoscope
  • Ask A Question
  • Child Report 2022
  • Raj Yoga Report
  • Career Counseling
Personalized
Horoscope

ମେଷ 2025 ରାଶିଫଳ ରୁ ଜାଣନ୍ତୁ ନିଜର ଭବିଷ୍ୟ!

Author: Vijay Pathak | Last Updated: Mon 26 Aug 2024 3:18:22 PM

ଆଷ୍ଟ୍ରୋକେମ୍ପର ଏହି ମେଷ 2025 ରାଶିଫଳ ରୁ ଜାଣିବେ କି 2025 ରେ ମେଷ ରାଶିର ଲୋକଙ୍କ ପାଇଁ କ’ଣ ଭବିଷ୍ୟବାଣୀ କରାଯାଇଛି, ଯଦି ଆପଣ ମଧ୍ୟ ମେଷ ରାଶିରେ ଜନ୍ମ ହୋଇଛନ୍ତି ଓ ଆପଣ ଜାଣିବା ପାଇଁ ଚାହୁଁଛନ୍ତି ଯେ ବର୍ଷ 2025 ରେ ଆପଣଙ୍କର ଜୀବନରେ କେଉଁ ପ୍ରକାରର ପରିବର୍ତ୍ତନ ଆସିବ, ଆପଣଙ୍କର ବ୍ୟକ୍ତିଗତ ସମ୍ପର୍କରେ ଗ୍ରହଙ୍କର ଚଳନର କ’ଣ ପ୍ରଭାବ ପଡ଼ିବ, ଆପଣଙ୍କର ବିତ୍ତୀୟ ସ୍ଥିରତା ଓ କ୍ୟାରିଆରରେ କ’ଣ ସ୍ଥିତି ରହିବ, ଗ୍ରହମାନଙ୍କର ଚଳନ କ’ଣ ଆପଣଙ୍କର ପକ୍ଷରେ ରହିବ ନା ନାହିଁ କିମ୍ବା ଆପଣଙ୍କର ସ୍ବାସ୍ଥ୍ୟ ଖରାପ ହେବ, ଆପଣଙ୍କର ଜୀବନରେ କେଉଁ ପ୍ରକାର ଉତ୍ଥାନ-ପତନ ଆସିବ, ଏହଇ ସମସ୍ତ ପ୍ରଶ୍ନର ଉତ୍ତର ଆପଣଙ୍କୁ ମେଷ ରାଶିଫଳରେ ପ୍ରଦାନ କରାଯିବ। ନିଜର ରାଶି ସମ୍ବନ୍ଧିତ ଭବିଷ୍ୟଫଳ ଜାଣିବା ପାଇଁ ଏହି ଆର୍ଟିକଲ୍ କୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ।

 କର୍କଟ 2025 ରାଶିଫଳ ରୁ ଜାଣନ୍ତୁ ନିଜର ଭବିଷ୍ୟ!

ମେଷ ରାଶିର ଲୋକଙ୍କ ଜୀବନର ସମସ୍ତ ମହତ୍ଵପୂର୍ଣ କଥାକୁ ଜାଣିବା ପାଇଁ ଭବିଷ୍ୟଫଳ 2025କୁ ବିସ୍ତୃତରେ ଜାଣିବା ପାଇଁ ଆଗକୁ ବଢ଼ିବା ଓ ଜାଣିବା ଆଷ୍ଟ୍ରୋକେମ୍ପର ମେଷ ରାଶିଫଳ ଓ ସାଙ୍ଗରେ ଜାଣିବା ଏହି ବର୍ଷ ମେଷ ରାଶିର ଲୋକଙ୍କ ପାଇଁ କିପରି ରହିବ।

Read In Detail: Aries 2025 Horoscope

ଆର୍ଥିକ ଜୀବନ 

ମେଷ ରାଶିଫଳ ଏହି ବର୍ଷ ଆପଣଙ୍କର ଖର୍ଚ୍ଚ ବଢ଼ାଇବ କାରଣ ବର୍ଷର ଆରମ୍ଭରେ ରାହୁ ଦ୍ଵାଦଶ ଘରେ ରହିବେ ଓ 29 ମାର୍ଚ୍ଚରେ ଶନି ମହାରାଜ ଆପଣଙ୍କର ଦ୍ଵାଦଶ ଘରେ ଆସି ବର୍ଷ ସାରା ଆପଣଙ୍କ ଖର୍ଚ୍ଚ ଜାରି ରଖିବେ କିନ୍ତୁ ଭଲ କଥା ଏହା ହେବ ଯେ 18 ମଈ ପରେ ଯେତବେଳେ ରାହୁ ମହାରାଜ ଆପଣଙ୍କର ଏକାଦଶ ଘରେ ଆସିବେ ଆପଣଙ୍କର ରୋଜଗାର ବୃଦ୍ଧି ପାଇବ। ବର୍ଷର ଆରମ୍ଭରେ କୌଣସି ଅଚଳ ସମ୍ପତି କିଣିବାରେ ଆପଣ ସଫଳ ହେବେ। ଯଦି ଆପଣ ଚାକିରି କରିଛନ୍ତି ତେବେ ଚକିରୀରେ ଦରମା ବୃଦ୍ଧି ପାଇବ ଓ ବ୍ୟବସାୟ କରୁଥିବା ବ୍ୟକ୍ତିଙ୍କୁ ମଧ୍ୟ ଭଲ ଧନ ଲାଭ ହେବ। ଯଦି ଆପଣ ଶେୟାର ବଜାରରେ ବିନିଯୋଗ କରନ୍ତି ତେବେ ଏହି ବର୍ଷ ଆପଣଙ୍କୁ ଭଲ ଲାଭ ମିଳିବ କିନ୍ତୁ ଏହା ଦୀର୍ଘକାଳୀନ ଅବଧି ଯାଏଁ କରିବା ଲାଭଦାୟକ ହେବ। ବର୍ଷର ଆରମ୍ଭରେ ଦେବଗୁରୁ ବୃହସ୍ପତିଙ୍କର ଦ୍ଵିତୀୟ ଘରେ ରହିବା ଦ୍ବାରା ଆପଣ ଧନ ସଞ୍ଚୟ କରିବାରେ ମଧ୍ୟ ସଫଳ ହେବେ ଓ ସଞ୍ଚୟ ଯୋଜନାରେ ଧନ ଲାଭ ପ୍ରାପ୍ତ କରିବେ। 

मेष राशि का राशिफल विस्तार से पढ़ें – मेष 2025 राशिफल

ସ୍ବାସ୍ଥ୍ୟ 

ଯଦି ମେଷ ରାଶି ଲୋକଙ୍କ ସ୍ବାସ୍ଥ୍ୟ ବିଷୟରେ କଥା ହେବା ତେବେ ମେଷ 2025 ରାଶିଫଳ ଅନୁସାରେ ବର୍ଷର ଆରମ୍ଭରେ ସ୍ବାସ୍ଥ୍ୟ ସମସ୍ଯା ପ୍ରତି ଅଧିକ ସାବଧାନ ରହିବାକୁ ପଡ଼ିବ କାରଣ ରାଶି ସ୍ବାମୀ ମଙ୍ଗଳ ଚତୁର୍ଥ ଘରେ ନିଚ୍ଚ ହୋଇ ବକ୍ରୀ ଅବସ୍ଥାରେ ରହିବେ। ଏହା ବ୍ୟତୀତ ଆପଣଙ୍କ ରାଶି ଉପରେ ଶନି ଦେବଙ୍କର ଦୃଷ୍ଟି ରହିବ ଓ ଦ୍ଵାଦଶ ଘରେ ରାହୁ ମହାରାଜ ରହିବା ଯାହା ସ୍ବାସ୍ଥ୍ୟ ସମସ୍ଯା ବଢ଼ାଇ ପାରେ କିନ୍ତୁ ବର୍ଷର ଉତ୍ତରାର୍ଦ୍ଧ ଅନୁକୂଳ ରହିବ। ଏକାଦଶ ଘରେ ରାହୁ ଆସିବା ଦ୍ବାରା ସ୍ବାସ୍ଥ୍ୟ ସମସ୍ଯାରେ ହ୍ରାସ ଘଟିବ କିନ୍ତୁ ଶନି ମହାରାଜ ମାର୍ଚ୍ଚ ଶେଷରୁ ଆପଣଙ୍କର ଦ୍ଵାଦଶ ଘରକୁ ଯାଇସାରିଥିବେ ସେଥିପାଇଁ ଆପଣଙ୍କୁ ଆଖି, ପାଦ ଓ ନୀଦ ସମ୍ବନ୍ଧିତ ସମସ୍ଯା ପ୍ରତି ସାବଧାନ ରହିବାକୁ ପଡ଼ିବ କାରଣ ଯଦି ଆପଣ ସମସ୍ଯାକୁ ଅଣଦେଖା କରିବେ ତେବେ ଚିନ୍ତା ବଢ଼ିବ। ନିଜର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ଉପରେ ଧ୍ୟାନ ଦିଅନ୍ତୁ। ଏହି ବର୍ଷ ମାର୍ଚ୍ଚ ପାରେ ପାଦରେ ଆଘାତ ହୋଇପାରେ ସେଥିପାଇଁ ସାବଧାନ ରୁହନ୍ତୁ।

କ୍ୟାରୀଅର 

ମେଷ ରାଶିଫଳ ଅନୁସାରେ ବର୍ଷର ଆରମ୍ଭରୁ ମାର୍ଚ୍ଚ ଶେଷ ଯାଏଁ ଦଶମ ଘରର ସ୍ବାମୀ ଶନି ମହାରାଜ ଏକାଦଶ ଘରେ ନିଜର ରାଶିରେ ଦୃଢ଼ ଅବସ୍ଥାରେ ରହିବେ ଯାହା ଆପଣଙ୍କର କ୍ୟାରିଆର ପାଇଁ ଅନୁକୂଳ ସ୍ଥିତି ତିଆରି କରିବ। ଏହା ଦ୍ବାରା ଆପଣଙ୍କୁ ବ୍ୟବସାୟରେ ମଧ୍ୟ ଉତ୍ତମ ସଫଳତା ପ୍ରାପ୍ତ ହେବାର ସ୍ଥିତି ନିର୍ମାଣ ହେବ। ମଈ ପରେ ରାହୁ ମହାରାଜ ମଧ୍ୟ ଏକାଦଶ ଘରକୁ ଆସିବେ ଯାହା ଆପଣଙ୍କର କ୍ୟାରିଆରକୁ ବୁସ୍ଟ କରିବ ଓ ଅପାଙ୍କର କ୍ୟାରୀଅର ସମ୍ବନ୍ଧିତ ଚିନ୍ତାରୁ ମୁକ୍ତି ପାଇବେ। ମଈ ମାସରୁ ଦେବଗୁରୁ ବୃହସ୍ପତି ମଧ୍ୟ ତୃତୀୟ ଘରେ ଆସି ବ୍ୟବସାୟ ସମ୍ବନ୍ଧୀୟ ସମସ୍ଯାକୁ ବହୁ ମାତ୍ରାରେ କମ କରିଦେବ ଓ ଆପଣଙ୍କର ମନୋବଳ ବଢ଼ାଇବ। ନଭେମ୍ବର ରୁ ଡିସେମ୍ବର ମଧ୍ୟରେ ବ୍ୟବସାୟରେ ବିଶେଷ ସଫଳତା ମିଳିବାର ଯୋଗ ଅଛି। ଚାକିରି କରିବା ଲୋକଙ୍କୁ କାମ ପାଇଁ ଅଧିକ ହଇରାଣ ହେବାକୁ ପଡ଼ିପାରେ ଓ କାମ ପାଇଁ ଯାତ୍ରା କରିବାକୁ ପଡ଼ିପାରେ। ଏହି ବର୍ଷ ଆପଣକୁ କାମ ପାଇଁ ବିଦେଶ ଯିବାର ସୁଯୋଗ ମିଳିପାରେ ଓ ଆପଣ ବର୍ଷର ଅଧିକାଶଂ ସମୟ ବିଦେଶରେ ବିତାଇ ପାରନ୍ତି ସେଥିପାଇଁ ନିଜର କାମକୁ ଉନ୍ନତ କରିବା ପାଇଁ ଚେଷ୍ଟା କରନ୍ତୁ।

କ’ଣ ଆପଣଙ୍କର ଜାତକରେ ଅଛି ଶୁଭ ଯୋଗ? ଜାଣିବା ପାଇଁ ଏବେ କିଣନ୍ତୁ ବୃହତ କୁଣ୍ଡଳୀ 

ଶିକ୍ଷା 

ମେଷ ରାଶିଫଳ ଅନୁସାରେ ଯଦି ବର୍ଗ ବିଷୟରେ କଥା ହେବା ତେବେ ଆପଣଙ୍କୁ ନିଜର ମିଟରଙ୍କର ବିଶେଷ ସହଯୋଗ ପ୍ରାପ୍ତ ହେବ ଯାହାର ସାହାଜ୍ୟ ପାଇ ଆପଣ ନିଜର ଶିକ୍ଷାରେ ଉତ୍ତମ ପରିଣାମ ପ୍ରାପ୍ତ କରିପାରିବେ। ଯଦି ଆପଣ କୌଣସି ପ୍ରତିଯୋଗିତା ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି ତେବେ ଏହି ବର୍ଷର ଉତ୍ତରାର୍ଦ୍ଧ ଆପଣଙ୍କ ପାଇଁ ଅଧିକ ଅନୁକୂଳ ହେବ। ପୂର୍ବାର୍ଦ୍ଧରେ କେତୁଙ୍କ ଷଷ୍ଠ ଘରେ ରହିବା କାର୍ଯ୍ୟରେ ଅସୁବିଧା ଆଣିପାରେ। ଉଚ୍ଚ ଶିକ୍ଷା ପ୍ରାପ୍ତ କରୁଥିବା ବିଦ୍ୟାର୍ଥୀଙ୍କ ପାଇଁ ଏହି ବର୍ଷ ଉତ୍ତମ ସଫଳତାର ଯୋଗ ତିଆରି କରୁଛି। ମେଷ 2025 ରାଶିଫଳ ଅନୁସାରେ ଆପଣ ପାଠ ପଢ଼ା ପାଇଁ ବିଦେଶ ଯିବାରେ ମଧ୍ୟ ସଫଳ ହେବେ। ମଈ ପରେ ସାମାନ୍ଯ ବିଦ୍ୟାର୍ଥୀଙ୍କୁ ଶିକ୍ଷା କ୍ଷେତ୍ରରେ ସମସ୍ଯାର ସାମ୍ନା କରିବାକୁ ପଡ଼ିପାରେ। ଏହି ସ୍ଥିତିରୁ ବଞ୍ଚିବା ପାଇଁ ଆପଣଙ୍କୁ ନିଜର ଏକାଗ୍ରତାକୁ ବଢ଼ାଇବା ଉପରେ ଧ୍ୟାନ ଦେବାକୁ ହେବ ଓ କୌଣସି ଭଲ ଗୁରୁ କିମ୍ବା ଶିକ୍ଷକଙ୍କର ସାନିଧ୍ୟ ପ୍ରାପ୍ତ କରିବାକୁ ପ୍ରୟାସ କରିବାକୁ ହେବ ଯାହା ଦ୍ବାରା ଆପଣ ନିଜର ଶିକ୍ଷାରେ ଇକଚନୁଯାୟୀ ପରିଣାମ ପ୍ରାପ୍ତ କରିବେ।

ପାରିବାରିକ ଜୀବନ 

ମେଷ 2025 ରାଶିଫଳ ଅନୁସାରେ ମେଷ ରାଶିରେ ଜନ୍ମ ହୋଇଥିବା ଲୋକଙ୍କ ପାଇଁ ବର୍ଷର ଆରମ୍ଭ ପାରିବାରିକ ଜୀବନ ପାଇଁ କଠିନ ହେବ। ପଡ଼ିବାରରେ ଅଶାନ୍ତି ଓ ସମସ୍ଯା ରହିବ କିନ୍ତୁ ଦ୍ଵିତୀୟ ଘରେ ଦେବଗୁରୁ ବୃହସ୍ପତିଙ୍କର କୃପାରୁ ପରିବାରର ସଦସ୍ୟଙ୍କ ମଧ୍ୟରେ ପାରସ୍ପରିକ ବୁଝାମଣା ରହିବ ଓ ପ୍ରେମ ବଢ଼ିବ। ଦେବଗୁରୁ ବୃହସ୍ପତି ମଈ ମାସରେ ଆପଣଙ୍କର ତୃତୀୟ ଘରେ ଆସିବା ଯୋଗୁଁ ଭାଇ ଭଉଣୀଙ୍କର ଆପଣଙ୍କ ପ୍ରତି ପ୍ରେମ ବଢ଼ିବ ଓ ସମ୍ପର୍କ ମଧୁର ହେବ। ସେ ପ୍ରତ୍ଯେକ କାର୍ଯ୍ୟରେ ଆପଣଙ୍କର ସାହାଜ୍ୟ କରିବେ। ବର୍ଷର ଉତ୍ତରାର୍ଦ୍ଧରେ ଆପଣଙ୍କର ପଡ଼ିବାର ସଦସ୍ୟଙ୍କ ଠାରୁ ଦୂରତା ସାମ୍ନା କରିବାକୁ ହେବ ଓ ପରିବାରକୁ କମ ସମୟ ଦେବେ। ଏପାରି ସ୍ଥିତିରେ ତାଙ୍କ ସହିତ ନିରନ୍ତର କଥାବାର୍ତା କରନ୍ତୁ ଯାହା ଫଳରେ ଆପଣଙ୍କ ମଧ୍ୟରେ ଦୂରତା ଆସିବ ନାହିଁ ଓ ମାନସିକ ଚିନ୍ତା ବଢ଼ିବ ନାହିଁ। ଏହି ବର୍ଷର ଆରମ୍ଭରେ ମାତାଙ୍କର ସ୍ବାସ୍ଥ୍ୟ ସମସ୍ଯା ଚିନ୍ତା ଦେଇପାରେ କିନ୍ତୁ ତାହା ପରେ ଧୀରେ ଧୀରେ ସମସ୍ଯାରେ ହ୍ରାସ ହେବ ଓ ସେ ସୁସ୍ଥ ହେବେ। 

ସନ୍ତାନର କ୍ୟାରୀଅରର ହେଉଛି ଚିନ୍ତା! ଏବେ ଅର୍ଡର କରନ୍ତୁ କୋଗ୍ନିଆଷ୍ଟ୍ରୋ ରିପୋର୍ଟ୍

ବୈବାହିକ ଜୀବନ 

ମେଷ ରାଶିଫଳ ଅନୁସାରେ ଯଦି ବୈବାହିକ ଜୀବନ ବିଷୟରେ କହିବା ତେବେ ଆପଣଙ୍କୁ ମିଶ୍ରିତ ପରିଣାମ ମିଳିବ। ବର୍ଷre ଆରମ୍ଭ ଅଧିକ ଅନୁକୂଳ ହେବ ନାହିଁ କିନ୍ତୁ ମଈ 15 ପରେ ଦେବଗୁରୁ ବୃହସ୍ପତି ତୃତୀୟ ଘରେ ଆସି ଅପାଙ୍କର ସପ୍ତମ ଘରେ ଦୃଷ୍ଟି ପକାଇବେ ଯାହା ଦ୍ବାରା ବୈବାହିକ ସମ୍ବନ୍ଧ ମଧୁର ହେବ। ଜୀବନସାଥୀ ସହିତ ଆପଣଙ୍କର ନିକଟତା ବଢ଼ିବ। ଆପଣଙ୍କର ସମସ୍ଯାରେ ହ୍ରାସ ଘଟିବ ଓ ଆପଣ ନିଜର ଜୀବନସଥୀ ସହିତ ପଡ଼ିବାରକୁ ଆଗକୁ ବଢ଼ିବା ବିଷୟରେ ଚିନ୍ତା କରିବେ। ମାର୍ଚ୍ଚ ପରେ ଶନି ମହାରାଜଙ୍କର ଦ୍ଵାଦଶ ଘରେ ଯିବା ମେଷ 2025 ରାଶିଫଳ ଅନୁସାରେ ଆପଣ ଓ ଆପଣଙ୍କର ଜୀବନସାଥୀ ମଧ୍ୟରେ ସମ୍ବନ୍ଧ ମଝିରେ ମଝିରେ ଖରାପ କରିପାରେ କିନ୍ତୁ ଭାବିଚିନ୍ତି କାମ କରିବା ଭଲ ହେବ ତେବେ ଯାଏ ଆପଣଙ୍କର ବୈବାହିକ ଜୀବନ ମଧୁର ହେବ।

ପାଆନ୍ତୁ ନିଜର ଜାତକ ଉପରେ ଆଧାରିତ ସଠିକ ଶନି ରିପୋର୍ଟ୍ 

ପ୍ରେମ ଜୀବନ 

ଏହି ରାଶିଫଳ ଏହା ସଙ୍କେତ ଦେଉଛି ଯେ ପ୍ରେମ ସମ୍ବନ୍ଧ ପାଇଁ ଏହି ବର୍ଷ ମଧ୍ୟମ ଧରଣର ରହିବ। ବର୍ଷର ଆରମ୍ଭରେ ଆପଣଙ୍କ ସମ୍ପର୍କରେ ପ୍ରେମ ବଢ଼ିବ ଓ ଆପଣ ନିଜର ସମ୍ପର୍କକୁ ମହତ୍ଵ ଦେବେ କିନ୍ତୁ ଧୀରେ ଧୀରେ ସମସ୍ଯା ବଢ଼ିବ। ମେଷ 2025 ରାଶିଫଳ ଅନୁସାରେ ମଈର ମଧ୍ୟମ ଭାଗରେ ଜେଟବେଳେ କେତୁ ପଞ୍ଚମ ଘରେ ଆସିବେ, ତେବେ ଆପଣ ଓ ଆପଣଙ୍କର ପ୍ରିୟତମଙ୍କ ମଧ୍ୟରେ ବୁଝାମଣାର ଅଭାବ ହେବ କାରଣ ସମ୍ପର୍କରେ ଚାପ ଓ ଝଗଡ଼ାର ସ୍ଥିତି ତିଆରି ହେବ ଯାହା ଫଳରେ ଆପଣ ନିଜର ସମ୍ପର୍କରେ ଠକି ହୋଇଯାଇଥିବା ଅନୁଭବ କରିବେ। ପାରସ୍ପରିକ ସମ୍ବନ୍ଧ ଖରାପ ହେବ। ଏହି ସ୍ଥିତିରୁ ବଞ୍ଚିବା ପାଇଁ ଚେଷ୍ଟା କରି ନିଜର ସମ୍ପର୍କକୁ ଅଧିକ ସମୟ ଦିଅନ୍ତୁ ତେବେ ଯାଇ ଆପଣ ନିଜର ସମ୍ପର୍କକୁ ସମ୍ଭାଳି ପାରିବେ। ଯଦି ଆପଣ ଏକା ଅଛନ୍ତି ଓ ନୂଆ ସମ୍ପର୍କରେ ଆସିବାକୁ ଚାହୁଁଛନ୍ତି ତେବେ ସାବଧାନ ରୁହନ୍ତୁ, ଆପଣଙ୍କୁ ପ୍ରତାରଣା ମିଳିବାର ଯୋଗ ଏହି ବର୍ଷର ମଧ୍ୟ ଭାଗରେ ତିଆରି ହେଉଛି। 

ଉପାୟ 

  • ମଙ୍ଗଳ ଗ୍ରହର ପ୍ରଭାବ ଆପଣଙ୍କ ପାଇଁ ମହତ୍ୱପୂର୍ଣ ଅଟେ। ଏହାକୁ ଅନୁକୂଳ କରିବା ପାଇଁ ଉତ୍ତମ ଗୁଣବତ୍ତାର ମୂଂଗା ରତ୍ନ ତମ୍ବା ମୁଦିରେ ଯୋଡ଼ି ଅନାମିକା ଆଙ୍ଗୁଠିରେ ମଙ୍ଗଳବାର ଦିନ ଧାରଣ କରନ୍ତୁ। 
  • ପ୍ରତିଦିନ ପକ୍ଷୀଙ୍କୁ ଦାନା ପକାନ୍ତୁ। 
  • ଆପଣଙ୍କୁ ବୁଧବାର ଦିନ ସନ୍ଧ୍ୟାବେଳେ ଏକ ଗିନାରେ କଳା ସୋରିଷ କୌଣସି ମନ୍ଦିରରେ ରଖି ଆସିବା ଉଚିତ। 
  • ବୃହସ୍ପତିବାର ଦିନ ବର ଗଛକୁ ଜଳ ଚଢ଼ାନ୍ତୁ କିନ୍ତୁ ବୃକ୍ଷ ସ୍ପର୍ଶ କରନ୍ତୁ ନାହିଁ। 

ସମସ୍ତ ଜ୍ୟୋତିଷୀୟ ସମାଧାନ ପାଇଁ କ୍ଲିକ କରନ୍ତୁ: ଅନଲାଇନ ଶପିଂ ସ୍ଟୋର

ଆମେ ଆଶା କରୁଛି ଯେ ଆପଣଙ୍କୁ ଆମର ଏହି ଲେଖା ପସନ୍ଦ ଆସିଥିବ। ଏହି ପରି ଅଧିକ ଲେଖା ପାଇଁ ଜଡ଼ିତ ରୁହନ୍ତୁ ଆଷ୍ଟ୍ରୋକେମ୍ପ ସହିତ। ଧନ୍ୟବାଦ!

ପ୍ରାୟତଃ ପଚରା ଯାଉଥିବା ପ୍ରଶ୍ନ 

1. 2025 ରାଶିଫଳ ଅନୁସାରେ ମେଷ ରାଶିର ଭବିଷ୍ୟ କିପରି ଅଛି?

2025 ରାଶିଫଳ ଅନୁସାରେ ମେଷ ରାଶିର ଲୋକଙ୍କୁ ନୂଆ ବର୍ଷରେ ଜୀବନରେ ବିଭିନ୍ନ କ୍ଷେତ୍ରରେ ଅନୁକୂଳ ପରିଣାମ ପ୍ରାପ୍ତ ହେବାର ସୁଯୋଗ ମିଳିବ।

2. 2025 ରେ ମେଷ ରାଶି ଲୋକଙ୍କର ସ୍ବାସ୍ଥ୍ୟ କିପରି ରହିବ? 

2025 ରେ ମେଷ ରାଶି ଲୋକଙ୍କୁ ନିଜର ସ୍ବାସ୍ଥ୍ୟର ବିଶେଷ ଯତ୍ନ ରଖିବାକୁ ପରାମର୍ଶ ଦିଆଯାଇଛି। ଏହି ବର୍ଷ ଆପଣଙ୍କର ସ୍ବାସ୍ଥ୍ୟରେ ବହୁତ ଉତ୍ଥାନ-ପତନ ଆସିବାର ସମ୍ଭାବନା ଅଛି। 

3. 2025 ରେ ମେଷ ରାଶି ଲୋକଙ୍କୁ ଚାକିରି ସମ୍ବନ୍ଧରେ କିପରି ପରିଣାମ ମିଳିବ?

2025 ରେ ମେଷ ରାଶିର ଲୋକଙ୍କୁ କ୍ୟାରୀଅରରେ ପ୍ରୋମୋସନ, ଦରମା ବୃଦ୍ଧି, ସ୍ଥାନାନ୍ତରଣ ଇତ୍ୟାଦି ପ୍ରାପ୍ତ ହେବାର ସମ୍ଭାବନା ଅଛି।

More from the section: Horoscope 4045
Buy Today
Gemstones
Get gemstones Best quality gemstones with assurance of AstroCAMP.com More
Yantras
Get yantras Take advantage of Yantra with assurance of AstroCAMP.com More
Navagrah Yantras
Get Navagrah Yantras Yantra to pacify planets and have a happy life .. get from AstroCAMP.com More
Rudraksha
Get rudraksha Best quality Rudraksh with assurance of AstroCAMP.com More
Today's Horoscope

Get your personalised horoscope based on your sign.

Select your Sign
Free Personalized Horoscope 2024
© Copyright 2024 AstroCAMP.com All Rights Reserved