• Talk To Astrologers
  • Brihat Horoscope
  • Ask A Question
  • Child Report 2022
  • Raj Yoga Report
  • Career Counseling
Personalized
Horoscope

2025 ନାମକରଣ ମୁହୂର୍ତ ଲେଖାରୁ ଜାଣନ୍ତୁ ମୁହୂର୍ତ, ତିଥି ଓ ସମୟ।

Author: Vijay Pathak | Last Updated: Sun 1 Sep 2024 11:21:15 AM

ଏହି ବିଶେଷ ଲେଖାରେ ଆଜି ଆମେ ଆପଣଙ୍କୁ 2025 ନାମକରଣ ମୁହୂର୍ତର ସମସ୍ତ ସୂଚନା ଦେବୁ। ସନାତନ ଧର୍ମରେ ବ୍ୟକ୍ତିର ଜନ୍ମରୁ ଆରମ୍ଭ କରି ମୃତ୍ଯୁ ପର୍ଯ୍ୟନ୍ତ ସମୁଦାୟ 16 ଟି ସଂସ୍କାର ବିଷୟରେ କୁହାଯାଇଛି। ଏଥିରୁ ପଞ୍ଚମ ସଂସ୍କାର ଏଉଛି ନାମକରଣ ସଂସ୍କାର। ଅନ୍ୟ ସଂସ୍କାର ପରି ଏହାର ମଧ୍ୟ ବିଶେଷ ମହତ୍ଵ ଅଛି। ନାମକରଣ ସଂସ୍କାର ଦିନ ଶିଶୁର ନାମ ରଖାଯାଏ। ଅନ୍ୟ ସଂସ୍କାର ପରି ଏହାର ମଧ୍ୟ ବିଶେଷ ମହତ୍ଵ ଅଛି। ପ୍ରଶ୍ନ ଉଠୁଛି ଯେ ନାମକରଣ ସଂସ୍କାର ଏତେ ମହତ୍ୱପୂର୍ଣ କ’ଣ ପାଇଁ? ଏହାର ସ୍ପଷ୍ଟ ଉତ୍ତର ହେଉଛି ବ୍ୟକ୍ତିର ନାମ ତାହାର ବ୍ଯକ୍ତିତ୍ବ, ଭୂତ, ଭବିଷ୍ୟତ, ବର୍ତମାନ ଉପରେ ଗମ୍ଭୀର ପ୍ରଭାବ ପକାଇଥାଏ ଓ ସେଥିପାଇଁ ଏହି ସଂସ୍କାରକୁ ଅନ୍ୟ ସଂସ୍କାର ପରି ଅତ୍ୟନ୍ତ ମହତ୍ଵପୂରଣ ଓ ଶୁଭ କୁହଯାଏ। ଜ୍ଯୋତିଷ ବିଶ୍ବାସ କରନ୍ତି ଯେ ଯଦି କୌଣସି ସନ୍ତାନର ନାମ 2025 ନାମକରଣ ମୁହୂର୍ତରେ କରାଯାଏ ତେବେ ସେ ତା ଜୀବନରେ ସଫଳତା, ସମୃଦ୍ଧି ଓ ସୁଖ ଶାନ୍ତି ପ୍ରାପ୍ତ ଜରେ। ଏହି ଲେଖା ମାଧ୍ୟମଋ ଜାଣିପାରିବେ ନାମକରଣ ମୁହୂର୍ତର ମହତ୍ଵ କ’ଣ ଓ ଏହି ମୁହୂର୍ତରେ କ’ଣ କରିବା ଉଚିତ। 

2025 ନାମକରଣ ମୁହୂର୍ତ ଦ୍ବାରା କରାନ୍ତୁ ନିଜ ଶିଶୁର ନାମକରଣ ସଂସ୍କାର!

Read in English: 2025 Namkaran Muhurat

ନାମକରଣ ସଂସ୍କାର କେବେ କରିବେ? 

ଶାସ୍ତ୍ର ଅନୁସାରେ ଯେତେବେଳେ କୌଣସି ଶିଶୁର ଜନ୍ମ ହୁଏ ତେବେ ଜନ୍ମର ଦଶମ ଦିନ ସୁତକର ଶୁଦ୍ଧିକରଣ ପାଇଁ ଯଜ୍ଞ କରାଯାଏ ଓ ଏହା ପରେ ନାମକରଣ ସଂସ୍କାର କରାଯାଏ। 2025 ନାମକରଣ ମୁହୂର୍ତ ଅନୁସାରେ, ସପ୍ତାହରେ ସୋମବାର, ଗୁରୁବାର ଓ ଶୁକ୍ରବାର ଦିନ ନାମକରଣ ସଂସ୍କାର ପାଇଁ ଅତି ଶୁଭ କିନ୍ତୁ ଅମାବାସ୍ୟା ତିଥି, ଚତୁର୍ଥୀ ତିଥି ଓ ଅଷ୍ଟମୀ ତିଥିରେ ନାମକରଣ କରିବା ଶୁଭ ନୁହେଁ। 

हिंदी में पढ़े: 2025 नामकरण मुहूर्त

ଆୟୁର୍ବେଦଭିବୃଦ୍ଧିକ୍ଷ୍ଚ ସିଦ୍ଧର୍ବ୍ଯବହତେସ୍ତଥା ।

ନାମକର୍ମଫଳଂ ତ୍ଵେତତ୍ ସମୁଦ୍ଦଷ୍ଟଂ ମନିଷିଭିଃ ।।

ଏହି ଶ୍ଳୋକର ଅର୍ଥ ହେଉଛି ନାମର ପ୍ରଭାବ ସନ୍ତାନର ବ୍ଯକ୍ତିତ୍ବ ଉପରେ ପଡ଼ିଥାଏ। ବ୍ୟକ୍ତିର ନାମ ତାର ଅସ୍ଥିତ୍ଵର ପରିଚୟ। ଏହା ବ୍ୟତୀତ ନିଜର ନାମ ଦ୍ବାରା ବ୍ୟକ୍ତି ନିଜର ଜୀବନରେ ଖ୍ଯାତି ପ୍ରାପ୍ତ କରେ। 

ନାମର ମହତ୍ଵ ଓ ନାମକରଣ ସଂସ୍କାରର ମହତ୍ଵ ଜାଣିବା ପରେ ଚାଲନ୍ତୁ ଏବେ ଆଗକୁ ବଢ଼ିବା ଓ ଜାଣିବା ଆସନ୍ତା ବର୍ଷ 2025ରେ ପଡ଼ୁଥିବା ସମସ୍ତ 2025 ନାମକରଣ ମୁହୂର୍ତ ର ସୂଚନା। 

ବିଶ୍ବର ବିଦ୍ବାନ ଜ୍ଯୋତିଷଙ୍କ ସହିତ ଫୋନରେ କଥା ହୁଅନ୍ତୁ ଓ ଜାଣନ୍ତୁ ଭବିଷ୍ୟ ସହିତ ଜଡ଼ିତ ସମସ୍ଯାର ସମାଧାନ

2025 ପାଇଁ ନାମକରଣ ମୁହୂର୍ତର ସୂଚୀ 

ଏଠାରେ ଆମେ ଆପଣଙ୍କୁ 2025 ନାମକରଣ ସଂସ୍କାର ଲେଖା ମଧ୍ୟମରେ କହିବାକୁ ଯାଉଛୁ 2025ରେ ପଡ଼ୁଥିବା ନାମକରଣ ସଂସ୍କାର ପାଇଁ ଶୁଭ ତିଥି। 

ଜାନୁଆରୀ 2025 ର ନାମକରଣ ମୁହୂର୍ତର ସୂଚୀ 

ଦିନ 

ସମୟ 

1 ଜାନୁଆରୀ 2025

08:40-10:22

11:50-16:46

2 ଜାନୁଆରୀ 2025

08:36-10:18

11:46-16:42

6 ଜାନୁଆରୀ 2025

08:20-12:55

14:30-16:26

15 ଜାନୁଆରୀ 2025

07:46-12:20

31 ଜାନୁଆରୀ 2025

08:24-09:52

11:17-17:02

ଫେବ୍ରୁୟାରୀ 2025 ର ନାମକରଣ ମୁହୂର୍ତର ସୂଚୀ 

ଦିନ 

ସମୟ 

7 ଫେବ୍ରୁୟାରୀ 2025

09:24-14:20

10 ଫେବ୍ରୁୟାରୀ 2025

07:45-09:13

10:38-16:23

17 ଫେବ୍ରୁୟାରୀ 2025

08:45-13:41

15:55-18:16

ମାର୍ଚ୍ଚ 2025 ର ନାମକରଣ ମୁହୂର୍ତର ସୂଚୀ 

ଦିନ 

ସମୟ 

6 ମାର୍ଚ୍ଚ 2025

07:38-12:34

14 ମାର୍ଚ୍ଚ 2025

14:17-16:37

24 ମାର୍ଚ୍ଚ 2025

07:52-09:28

13:38-17:14

26 ମାର୍ଚ୍ଚ 2025

07:45-11:15

13:30-18:08

31 ମାର୍ଚ୍ଚ 2025

07:25-09:00

10:56-15:31

ଅପ୍ରିଲ 2025 ର ନାମକରଣ ମୁହୂର୍ତର ସୂଚୀ 

ଦିନ 

ସମୟ 

2 ଅପ୍ରିଲ 2025

13:02-17:40

10 ଅପ୍ରିଲ 2025

14:51-17:09

14 ଅପ୍ରିଲ 2025

08:05-12:15

14:36-16:53

24 ଅପ୍ରିଲ 2025

07:26-11:36

25 ଅପ୍ରିଲ 2025

11:32-13:52

30 ଅପ୍ରିଲ 2025

07:02-08:58

11:12-15:50

ମଈ 2025 ର ନାମକରଣ ମୁହୂର୍ତର ସୂଚୀ 

ଦିନ 

ସମୟ 

1 ମଈ 2025

13:29-15:46

8 ମଈ 2025

13:01-17:35

9 ମଈ 2025

10:37-17:31

14 ମଈ 2025

08:03-12:38

23 ମଈ 2025

07:27-12:02

14:20-16:32

28 ମଈ 2025

09:22-16:16

ଜୁନ 2025 ର ନାମକରଣ ମୁହୂର୍ତର ସୂଚୀ 

ଦିନ 

ସମୟ 

5 ଜୁନ 2025

08:51-15:45

6 ଜୁନ 2025

08:47-15:41

16 ଜୁନ 2025

08:08-17:21

20 ଜୁନ 2025

12:29-17:05

26 ଜୁନ 2025

14:22-16:42

27 ଜୁନ 2025

07:51-09:45

12:02-16:38

ଜୁଲାଇ 2025 ର ନାମକରଣ ମୁହୂର୍ତର ସୂଚୀ 

ଦିନ 

ସମୟ 

2 ଜୁଲାଇ 2025

07:05-13:59

7 ଜୁଲାଇ 2025

06:45-09:05

11:23-18:17

11 ଜୁଲାଇ 2025

06:29-11:07

15:43-18:01

17 ଜୁଲାଇ 2025

10:43-17:38

21 ଜୁଲାଇ 2025

08:10-12:44

15:03-17:22

31 ଜୁଲାଇ 2025

07:31-14:24

ଅଗସ୍ଟ 2025 ର ନାମକରଣ ମୁହୂର୍ତର ସୂଚୀ 

ଦିନ 

ସମୟ 

4 ଅଗସ୍ଟ 2025

09:33-11:49

11 ଅଗସ୍ଟ 2025

06:48-13:41

13 ଅଗସ୍ଟ 2025

08:57-15:52

20 ଅଗସ୍ଟ 2025

08:30-13:05

25 ଅଗସ୍ଟ 2025

12:46-17:08

28 ଅଗସ୍ଟ 2025

07:58-12:34

14:53-16:57

ସେପ୍ଟେମ୍ବର 2025 ର ନାମକରଣ ମୁହୂର୍ତର ସୂଚୀ 

ଦିନ 

ସମୟ 

4 ସେପ୍ଟେମ୍ବର 2025

07:31-09:47

12:06-16:29

5 ସେପ୍ଟେମ୍ବର 2025

07:27-09:43

12:03-16:15

ଅକ୍ଟୋବର 2025 ର ନାମକରଣ ମୁହୂର୍ତର ସୂଚୀ 

ଦିନ 

ସମୟ 

2 ଅକ୍ଟୋବର 2025

10:16-16:21

24 ଅକ୍ଟୋବର 2025

07:10-11:08

13:12-16:22

29 ଅକ୍ଟୋବର 2025

08:30-10:49

31 ଅକ୍ଟୋବର 2025

10:41-15:55

ନଭେମ୍ବର 2025 ର ନାମକରଣ ମୁହୂର୍ତର ସୂଚୀ 

ଦିନ 

ସମୟ 

3 ନଭେମ୍ବର 2025

08:11-10:29

12:33-16:10

7 ନଭେମ୍ବର 2025

07:55-14:00

15:27-16:52

27 ନଭେମ୍ବର 2025

07:24-12:41

14:08-17:09

ଡିସେମ୍ବର 2025 ର ନାମକରଣ ମୁହୂର୍ତର ସୂଚୀ 

ଦିନ 

ସମୟ 

5 ଡିସେମ୍ବର 2025

08:37-12:10

13:37-16:37

15 ଡିସେମ୍ବର 2025

08:33-12:58

14:23-17:53

22 ଡିସେମ୍ବର 2025

07:41-09:20

12:30-17:10

24 ଡିସେମ୍ବର 2025

13:47-16:31

25 ଡିସେମ୍ବର 2025

07:43-12:18

13:43-15:19

29 ଡିସେମ୍ବର 2025

12:03-15:03

କ’ଣ ଏହା ଜାଣିଛନ୍ତି କି ଆପଣ ଶାସ୍ତ୍ର ଅନୁସାରେ ବୈଦିକ କାଳରେ ଚାରି ପ୍ରକାରର ନାମର ପ୍ରଚଳନର ଉଲ୍ଲେଖ ହୋଇଛି ଯେଉଁଥିରେ ପ୍ରଥମେ ଥାଏ ନକ୍ଷତ୍ର ନାମ। ଏଥିରେ ଶିଶୁର ନାମ ତାହାର ଜନ୍ମ ନକ୍ଷତ୍ର ଉପରେ ଆଧାରିତ ହୋଇଥାଏ। ଦ୍ଵିତୀୟ ହେଉଛି ଗୁପ୍ତ ନାମ- ଏହା ଜାତ କର୍ମ ସମୟରେ ମାତା-ପିତା ଦ୍ବାରା ରଖାଯାଏ। ତୃତୀୟ ହେଉଛି ବ୍ୟବହାରିକ ନାମ- ଏହା ନାମକରଣ ସଂସ୍କାର ସମୟରେ ରଖାଯାଏ। ଚତୁର୍ଥ ହେଉଛି ଯଜ୍ଞୀକ ନାମ- ଏହି ନାମ ଯଜ୍ଞ କର୍ମ ବିଶେଷର ସମ୍ପାଦନର ଆଧାରରେ ରଖାଯାଏ। 

ନାମକରଣ ସଂସ୍କାର କରିବା ପାଇଁ ସଠିକ ବୟସ? 

ଏହି 2025 ନାମକରଣ ମୁହୂର୍ତ ଲେଖା ଅନୁସାରେ, ନାମକରଣ ସଂସ୍କାର ଶିଶୁର ଜନ୍ମର 10 ଦିନ ପରେ କରାଯାଏ। କୁହଯାଏ ଯେ ଶିଶୁର ଜନ୍ମରୁ ସୁତକ ପ୍ରାରମ୍ଭ ହୁଏ। ଏହି ଅବଧି ଅଲଗା ଅଲଗା ହୋଇଥାଏ ଯେପରି ପାରାଶର ସ୍ମୃତି ଅନୁସାରେ କହିବାକୁ ଗଲେ ବ୍ରାହ୍ମଣ ବର୍ଣରେ ସୁତକ 10 ଦିନର ପାଳନ ହୁଏ, କ୍ଷେତ୍ରୀୟରେ ଏହା 12 ଦିନର ହୋଇଥାଏ, ବୈଶ୍ୟରେ 15 ଦିନର ଓ ଶୂଦ୍ରରେ ଏହି ସୁତକ ଏକ୍ ମାସରେ ପାଳନ ହୁଏ। ଆଜିର ସମୟରେ ଆମେ ଦେଖିବା ଯଦି ବର୍ଣ ବ୍ୟବସ୍ଥା ଅପ୍ରାସଙ୍ଗିକ ହୋଇସାରିଛି। ସେଥିପାଇଁ 11 ଦିନ ପରେ ନାମକରଣ ସଂସ୍କାର କରାଯାଏ। ଏହା ସହିତ ସମ୍ବନ୍ଧିତ ଏକ୍ ଶ୍ଳୋକ ଅଛି: 

“ଦଶଶମ୍ୟାମୁତ୍ଥାପ୍ୟ ପିତା ନାମ କରୋତି”। 

ଯାହାର ଅର୍ଥ ହେଉଛି ନାମକରଣ ସଂସ୍କାର ଶିଶୁର ଜନ୍ର ଦଶମ ଦ କରାଯାଏ। ଏହି ସଂସ୍କାର ପିତା ଦ୍ବାରା ସମ୍ପୂର୍ଣ ହୁଏ। 

ନାମକରଣ ସଂସ୍କାରର ସଠିକ ବିଧି

  • 2025 ନାମକରଣ ମୁହୂର୍ତ ଅନୁସାରେ, ନାମକରଣ ସଂସ୍କାର ଦିନ ସର୍ବପ୍ରଥମେ ନବଜାତ ଶିଶୁକୁ ମହୁ ଚଢ଼ାଯାଏ।
  • ଏହା ପରେ ସୂର୍ଯ୍ୟ ଦେବଙ୍କର ଦର୍ଶନ କରାଯାଏ। ସୂର୍ଯ୍ୟ ଦର୍ଶନ କରିବାର କାରଣ ହେଉଛି ବିଶ୍ବାସ ଅଛି ଯେ ଶିଶୁ ସୂର୍ଯ୍ୟଙ୍କ ପରି ତେଜସ୍ଵୀ ହେବ। 
  • ଏହା ପରେ ଶିଶୁକୁ ପୃଥିବୀ ମାତାଙ୍କୁ ମୁଣ୍ଡିଆ ମରାଯାଏ। 
  • ଏହା ସହିତ ସମସ୍ତେ ଦେବାଦେବୀଙ୍କୁ ସ୍ମରଣ କରନ୍ତି। 
  • ନାମକରଣ ମୁହୂର୍ତ ଅନୁଯାୟୀ, ଶିଶୁର ଲମ୍ବା ଆୟୁଷ, ସୁଖ ସମୃଦ୍ଧି, ଆରୋଗ୍ଯ ଜୀବନ ପାଇଁ ପ୍ରାର୍ଥନା କରାଯାଏ। 
  • ନାମକରଣ ସଂସ୍କାର ଦିନ ଘରର ଗୁରୁଜନ ପ୍ରାର୍ଥନା କରନ୍ତି ଯେ ଶିଶୁ ସୂର୍ଯ୍ୟଙ୍କ ପରି ପ୍ରଖର ଓ ତେଜସ୍ଵୀ ହେଉ। 
  • କୁହା ଯାଏ ଯେ ଯେଉଁ ଶିଶୁର ଜନ୍ମ ଯେଉଁ ନକ୍ଷତ୍ରରେ ହୋଇଥାଏ ସେହି ନକ୍ଷତ୍ରର ଅକ୍ଷରରୁ ଯଦି ନାମ ରଖାଯାଏ ତେବେ ସନ୍ତାନ ପାଇଁ ଅତି ଶୁଭ ହୋଇଥାଏ। 
  • ନାମ ବଂଶ, ଗୋତ୍ର ଇତ୍ୟାଦିକୁ ଧ୍ୟାନରେ ରଖି ମଧ୍ୟ ରଖାଯାଇ ପଡ଼ିବ। ଯଦି ଆପଣ ନିଜର ସନ୍ତାନ ପାଇଁ ଉଚିତ ଅକ୍ଷର ଖୋଜୁଛନ୍ତି ତେବେ ଆପଣ ଏବେ ବିଦ୍ବାନ ଜ୍ଯୋତିଷଙ୍କ ସହିତ କଥା  ହୋଇପାରିବେ। 

କ’ଣ ଆପଣଙ୍କର କୁଣ୍ଡଳୀରେ ଅଛି ଶୁଭ ଯୋଗ? ଜାଣିବା ପାଇଁ ଏବେ କିଣନ୍ତୁ ବୃହତ କୁଣ୍ଡଳୀ

ନାମକରଣ ସଂସ୍କାରର ମହତ୍ଵ 

ନାମକରଣ ସଂସ୍କାରର ଅର୍ଥ ବୁଝିବାକୁ ହେଲେ ଏହି ଶ୍ଳୋକ ସବୁଠାରୁ ସଠିକ: 

ଆୟୁର୍ବେଦଭିବୃଦ୍ଧିକ୍ଷ୍ଚ ସିଦ୍ଧର୍ବ୍ଯବହତେସ୍ତଥା ।

ନାମକର୍ମଫଳଂ ତ୍ଵେତତ୍ ସମୁଦ୍ଦଷ୍ଟଂ ମନିଷିଭିଃ ।। 

ଏହି ଶ୍ଳୋକ ଅନୁସାରେ ନାମକରଣ ସଂସ୍କାରର ମହତ୍ଵ ବିଷୟରେ କୁହାଯାଇଛି ଯେ ଏହି ସଂସ୍କାରର ପ୍ରଭାବ ଶିଶୁଙ୍କର ବ୍ଯକ୍ତିତ୍ବ ଉପରେ ପଡ଼ିଥାଏ। ନାମ ହି କୌଣସି ଶିଶୁ କିମ୍ବା କୌଣସି ବ୍ୟକ୍ତିର ଅସ୍ଥିତ୍ଵର ପରିଚୟ ଅଟେ। ଭବିଷ୍ୟତରେ ଶିଶୁ ନିଜର ନାମ, ନିଜର ଆଚରଣ ଓ ନିଜର କର୍ମ ଦ୍ବାରା ହି ପ୍ରସିଦ୍ଧ ହୁଅନ୍ତି। ନାମକରଣ ସଂସ୍କାର ଦ୍ବାରା ଶିଶୁର ଆୟୁ ଓ ବୁଦ୍ଧି ବୃଦ୍ଧି ହୁଏ। 

ଶିଶୁର ନାମର ଅର୍ଥ ତାହାର ଚରିତ୍ରକୁ ନିଶ୍ଚିତ ଭାବରେ ପ୍ରଭାବିତ କରେ। ଯଦି ଶିଶୁର ନାମ ତାହାର ଗ୍ରହଙ୍କର ସ୍ଥିତି ସହିତ ମେଳ ଖାଏ ନାହିଁ ତେବେ ଶିଶୁକୁ ଦୁର୍ଭାଗ୍ୟ ସାମ୍ନା କରିବାକୁ ପଡ଼େ ସେଥିପାଇଁ ଭାବି ଚିନ୍ତି ଶିଶୁର ନାମ ବାଛନ୍ତୁ। ଯଦି ଆପଣ ନିଜର ସନ୍ତାନର ନାମକରଣ ସଂସ୍କାର ପାଇଁ ଉଚିତ ଅକ୍ଷର ଜାଣିବାକୁ ଚାହୁଁଛନ୍ତି ତେବେ ଏବେ ବିଦ୍ବାନ ପଣ୍ଡିତଙ୍କର ପରାମର୍ଶ ନିଅନ୍ତୁ। 

ସନ୍ତାନର କ୍ୟାରୀଅରର ହେଉଛି ଚିନ୍ତା! ଏବେ ଅର୍ଡର କରନ୍ତୁ କୋଗ୍ନିଆଷ୍ଟ୍ରୋ ରିପୋର୍ଟ୍

ନାମକରଣ ସଂସ୍କାର ଦିନ ଅବଶ୍ୟ ରୁହନ୍ତୁ ସାବଧାନ 

  • 2025 ନାମକରଣ ମୁହୂର୍ତ ଅନୁସାରେ, ନାମକରଣ ସଂସ୍କାର ଘରେ କରିବା ସବୁଥାରୂ ଭଲ।
  • ଆପଣ ଚାହିଁଲେ କୌଣସି ମନ୍ଦିର କିମ୍ବା ପବିତ୍ର ଜାଗାରେ ଯଜ୍ଞ କରାଇ ନାମକରଣ ସଂସ୍କାର ପୁରା କରନ୍ତୁ । 
  • ଏହି ଦିନ ପୂଜା ପାଇଁ ରଖିଥିବା କଳଶରେ ଓଁ ଓ ସ୍ଵସ୍ତିକ ଅବଶ୍ୟ ତିଆରି କରନ୍ତୁ। 
  • ପିଲାକୁ ପୂଜା ସ୍ଥାନରେ ଆଣି ପ୍ରଥମେ ତାର ଅଣ୍ଟାରେ ରେଶମୀ ସୂତା ଅବଶ୍ୟ ବାନ୍ଧନ୍ତୁ। 
  • ନାମ ଘୋଷଣା ପାଇଁ ଯେଉଁ ଥଌ ବ୍ୟବହାର ହେବ ତାକୁ ନୂଆ ଓ ସଫା ରଖନ୍ତୁ। 
  • ଏହି ଦିନ ଘରେ ସତବ୍ୟକ ଭୋଜନ ତିଆରି କରନ୍ତୁ। 
  • ପିଲାକୁ ତା’ର ମା ପାଖରେ ରଖିବା ଅଧିକ ଅନୁକୂଳ ଅଟେ।

ପାଆନ୍ତୁ ନିଜର କୁଣ୍ଡଳୀ ଉପରେ ଆଧାରିତ ସଠିକ ଶନି ରିପୋର୍ଟ୍

ନାମକରଣ ସଂସ୍କାର ଦିନ ଏହି କଥାର ବିଶେଷ ଧ୍ୟାନ ରଖନ୍ତୁ 

  • ଯେବେ ନାମକରଣ ସଂସ୍କାର କରାଯାଏ ତେବେ ଏହି କଥାର ବିଶେଷ ଧ୍ୟାନ ରଖନ୍ତୁ ଯେ କୌଣସି ପର୍ବ ଦିନ ଅଷ୍ଟମୀ, ଚତୁର୍ଦଶୀ, ଅମାବାସ୍ୟା ଓ ପୁର୍ଣିମା ଦିନ ଶିଶୁର ନାମ ଭୁଲରେ ମଧ୍ୟ ରଖନ୍ତୁ ନାହିଁ। ଏହା ବ୍ଯତୀତ ଚତୁର୍ଥୀ, ନବମୀ, ଚତୁର୍ଦଶୀ ଓ ରିକ୍ତା ତିଥି ଦିନ ମଧ୍ୟ ନାମକରଣ ସଂସ୍କାର କରିବା ଅଶୁଭ। ଏହି ତିଥିକୁ ଛାଡ଼ି 1, 2, 3, 5, 6, 7, 10, 11, 12, 13 ରେ ଶିଶୁର ନାମକରଣ କରାଯାଇ ପାରିବ। 
  • ଶୁଭ ଗ୍ରହ ସହିତ ସମ୍ବନ୍ଧିତ ଗ୍ରହ ବିଷୟରେ କହିଲେ ଚନ୍ଦ୍ର, ବୁଧ, ଗୁରୁ ଓ ଶୁକ୍ରଙ୍କ ବିଷୟରେ ନାମକରଣ ସଂସ୍କାର କରିବା ଶୁଭ ଅଟେ। 
  • ଯଦି ଶିଶୁର ନାମ କୁଳଦେବୀ କିମ୍ବା ଦେବତାଙ୍କ ନାମ ଉପରେ ଆଧାରିତ ତେବେ ତାହା ଶୁଭ ଅଟେ। 
  • ହିନ୍ଦୁ ବିଶ୍ବାସ ଅନୁସାରେ ଶିଶୁର ନାମର ଅର୍ଥ ତାର ଚରିତ୍ରକୁ ପ୍ରଭାବିତ କରେ। ଏହି ପରିସ୍ଥିରେ ନାମ ବାଛିବା ସମୟରେ ସାବଧାନ ରୁହନ୍ତୁ ଓ ଭାବିଚିନ୍ତି ନାମକରଣ କରନ୍ତୁ।
  • ଶିଶୁର ନାମ ବହୁତ ଭାବି ଚିନ୍ତି ରଖନ୍ତୁ। ଶିଶୁର ନାମର କୌଣସି କୌଣସି ଭଲ ଅର୍ଥ ବାହାରୁ ତାହା ଧ୍ୟାନରେ ରଖନ୍ତୁ। 

ସମସ୍ତ ଜ୍ୟୋତିଷୀୟ ସମାଧାନ ପାଇଁ କ୍ଲିକ କରନ୍ତୁ:ଅନଲାଇନ ଶପିଂ ସ୍ଟୋର

ଆମେ ଆଶା କରୁଛୁ ଯେ ଆପଣଙ୍କୁ ଏହି ଆର୍ଟିକଲ୍ ପସନ୍ଦ ଆସିଥିବ। ଆଷ୍ଟ୍ରୋକେମ୍ପ ସହିତ ଜଡ଼ିତ ଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ!

ପ୍ରାୟତଃ ପଚରା ଯାଉଥିବା ପ୍ରଶ୍ନ

1. ନାମକରଣ ସଂସ୍କାର ପାଇଁ କେଉଁ ଦିନ ଶୁଭ?

ଏହି ସଂସ୍କାର ପାଇଁ ସୋମବାର, ବୁଧବାର, ଗୁରୁବାର ଓ ଶୁକ୍ରବାର ଦିନ ଶୁଭ ଅଟେ।

2. ନାମକରଣ ସଂସ୍କାର କେତେ ଦିନ ପରେ କରିପାରିବେ?

ନାମକରଣ ସଂସ୍କାର ଜନ୍ମର ଦଶମ ଦିନ ସୁତକର ଶୁଦ୍ଧିକରଣ ପାଇଁ ଯଜ୍ଞ କରାଯାଏ ଓ ତାହା ପରେ ନାମକରଣ ସଂସ୍କାର କରାଯାଏ।

3. ଅକ୍ଟୋବର 2025 ରେ ନାମକରଣ କେବେ କରିପାରିବେ?

2025 ନାମକରଣ ମୁହୂର୍ତ ଅନୁସାରେ, ଏହି ବର୍ଷ ଅକ୍ଟୋବର ମାସରେ ନାମକରଣ ସଂସ୍କାର ପାଇଁ 4 ଟି ମୁହୂର୍ତ ଉପଲବ୍ଧ ଅଛି।

4. ଜାନୁଆରୀ 2025 ରେ ନାମକରଣ ପାଇଁ କେଉଁ ତିଥି ଭଲ?

ଜାନୁଆରୀ ରେ ନାମକରଣ ପାଇଁ 1, 2, 6, 15, ଓ 31 ତାରିଖ ଶୁଭ।

More from the section: Horoscope 3861
Buy Today
Gemstones
Get gemstones Best quality gemstones with assurance of AstroCAMP.com More
Yantras
Get yantras Take advantage of Yantra with assurance of AstroCAMP.com More
Navagrah Yantras
Get Navagrah Yantras Yantra to pacify planets and have a happy life .. get from AstroCAMP.com More
Rudraksha
Get rudraksha Best quality Rudraksh with assurance of AstroCAMP.com More
Today's Horoscope

Get your personalised horoscope based on your sign.

Select your Sign
Free Personalized Horoscope 2024
© Copyright 2024 AstroCAMP.com All Rights Reserved