• Talk To Astrologers
  • Brihat Horoscope
  • Ask A Question
  • Child Report 2022
  • Raj Yoga Report
  • Career Counseling
Personalized
Horoscope

2025 ରାଶିଫଳ ଆଷ୍ଟ୍ରୋକେମ୍ପର 2025 ବାର୍ଷିକ ରାଶିଫଳ ପଢ଼ନ୍ତୁ !

Author: Vijay Pathak | Last Updated: Sun 1 Sep 2024 12:59:34 PM

ଆଷ୍ଟ୍ରୋକେମ୍ପର 2025 ରାଶିଫଳ ରାଶି ଚକ୍ରର ସମସ୍ତ 12ଟି ରାଶିର ବର୍ଷ 2025 ପାଇଁ ସଠିକ ଭବିଷ୍ୟଫଳ ପ୍ରଦାନ କରିବାକୁ ଯାଉଛି। ବୈଦିକ ଜ୍ଯୋତିଷ ଉପରେ ଆଧାରିତ ଏହି ରାଶିଫଳ ମାନବ ଜୀବନର ବିଭିନ୍ନ କ୍ଷେତ୍ରକୁ ବିସ୍ତୃତରେ ବୁଝିବାକୁ ସାହାଜ୍ୟ କରିବ ଓ ସମସ୍ତ ଲୋକମାନେ ଯିଏ ବର୍ଷ 2025 ପାଇଁ ନିଜର ଜୀବନ ସହିତ ସମ୍ବନ୍ଧିତ ଭବିଷ୍ୟବାଣୀ 2025 ପ୍ରାପ୍ତ କରିବାକୁ ଚାହାନ୍ତି, ତାଙ୍କୁ ଭବିଷ୍ୟତ ସହିତ ଅବଗତ କରାଇବ। କ’ଣ ଆପଣଙ୍କର ନିଜର ମନପସନ୍ଦର ଜୀବନସାଥୀ ସହିତ ବିବାହର ସ୍ବପ୍ନ ପୂରଣ ହେବ? ବର୍ଷ 2025ରେ କ୍ୟାରୀଅରରେ କ’ଣ ସ୍ଥିତି ଆସିବ? କ’ଣ ପାରିବାରିକ ଜୀବନରେ ସୁଖ ଶାନ୍ତି ରହିବ? କିପରି ରହିବ ସ୍ବାସ୍ଥ୍ୟ? ଏପରି ଏନେକ ପ୍ରଶ୍ନ ଯାହା ଆପଣଙ୍କର ମନରେ ପ୍ରତ୍ଯେକ ବର୍ଷ ଆସେ, ସେହି ସମସ୍ତ ଉତ୍ତର ପାଇଁ ଆମେ ପ୍ରସ୍ତୁତ କରିଛି ଆଷ୍ଟ୍ରୋକେମ୍ପର ରାଶିଫଳ ଯାହା ଦ୍ବାରା ଆପଣ ନିଜର ସମସ୍ତ ଉତ୍ତର ପାଇବେ।

2025 ରାଶିଫଳ

हिंदी में पढ़ने के लिए यहाँ क्लिक करें: 2025 राशिफल

ବର୍ଷ 2025 ର ମୁଖ୍ୟ ଭବିଷ୍ୟବାଣୀ ପୂର୍ବରୁ ଆପଣଙ୍କୁ କହି ଦେବୁ ଯେ ଶନି ମହାରାଜ ଯିଏ ଏପର୍ଯ୍ୟଙ୍କ କୁମ୍ଭ ରାଶିରେ ଥିଲେ, 29 ମାର୍ଚ୍ଚରେ କୁମ୍ଭ ରାଶିଋ ବାହାରି ମୀନ ରାଶିରେ ପ୍ରବେଶ କରିବେ। ଦେବଗୁରୁ ବୃହସ୍ପତି ବୃଷ ରାଶିରୁ ବାହାରି 15 ମଈରେ ମିଥୁନ ରାଶିକୁ ଯିବେ ଓ ଏହି ବର୍ଷ 19 ଅକ୍ଟୋବରକୁ ସେ କର୍କଟ ରାଶିରେ ପ୍ରବେଶ କରିବେ, ଯେଉଁଠି ସେ ବକ୍ରୀ ଅବସ୍ଥାରେ ମିଥୁନ ରାଶିରେ ପୂର୍ଣରବାର 4 ଡିସେମ୍ବରରେ ପ୍ରବେଶ କରିବେ। ରାହୁ ଓ କେତୁଙ୍କ ବିଷୟରେ କହିବାକୁ ଗଲେ ରାହୁ 18 ମଈରେ କୁମ୍ଭ ରାଶିରେ ଓ କେତୁ ସିଂହ ରାଶିରେ ପ୍ରବେଶ କରିବେ। 2025 ଆରମ୍ଭରେ ମଙ୍ଗଳ ମହାରାଜ ବୃଷ ରାଶିରେ, ସୂର୍ଯ୍ୟ ମହାରାଜ ଧନୁ ରାଶିରେ, ଶୁକ୍ର ମହାରାଜ କୁମ୍ଭ ରାଶିରେ ଓ ବୁଧ ମହାରାଜ ବିଛା ରାଶିରେ ରହି ଜନ୍ମମାସକୁ ପ୍ରଭାବିତ କରିବେ। 

Click Here To Read in English:2025 Horoscope

ମେଷ ରାଶି 

2025 ବାର୍ଷିକ ରାଶିଫଳ ଅନୁସାରେ, ମେଷ ରାଶି ଲୋକଙ୍କ ପାଇଁ ବର୍ଷ 2025 ମିଶ୍ରିତ ପରିଣାମ ଆଣିବ। ମେଷ ରାଶି ଲୋକଙ୍କ ପାଇଁ 2025 ମିଶ୍ରିତ ପରିଣାମ ଆଣିବ। ବର୍ଷର ଆରମ୍ଭରେ ଆପଣଙ୍କୁ କିଛି ସମ୍ପତି କିଣିବାରେ ସଫଳତା ମିଳିପାରେ ଓ ମାର୍ଚ ପରେ ଆପଣଙ୍କର ଖର୍ଚ୍ଚ ବଢ଼ିବ। ଏହି ବର୍ଷ ଅନେକ ନୂଆ ଖର୍ଚ୍ଚ ଲଗାତାର ଚାଲିଥିବ ଓ ସ୍ବାସ୍ଥ୍ୟରେ ଉତ୍ଥାନ-ପତନ ଲାଗି ରହିବ। 18 ମଈ ପରେ ରାହୁଙ୍କର ବଦଳିବା ଦ୍ବାରା ଇଛା ପୂର୍ଣ ହେବାର ଯୋଗ ତିଆରି ହେବ ଓ ରୋଜଗାର ବୃଦ୍ଧି ପାଇବ। ପ୍ରେମ ସମ୍ବନ୍ଧ ଦୃଷ୍ଟିରୁ ବର୍ଷ ମଧ୍ୟମ ଧରଣର ରହିବ ଯେତେବେଳେ କି ବୈବାହିକ ସମ୍ବନ୍ଧ ପାଇଁ ମଧ୍ୟମ ଫଳ ପ୍ରାପ୍ତ ହେବ କିନ୍ତୁ ଦେବଗୁରୁ ବୃହସ୍ପତିଙ୍କର କୃପା ଦ୍ବାରା 15 ମଈ ପରେ ଏହି ବର୍ଷ ଅନୁକୂଳ ରହିବ, ଯଦିଓ ଅଧିକ ପରିଶ୍ରମ କରିବାକୁ ପଡ଼ିବ।

ବିସ୍ତୃତରେ ପଢ଼ିବା ପାଇଁ କ୍ଲିକ କରନ୍ତୁ: ମେଷ 2025 ରାଶିଫଳ

ବୃଷ ରାଶି 

ବୃଷ ରାଶି ଲୋକଙ୍କ ପାଇଁ 2025 ରାଶିଫଳ ଅନୁସାରେ ବର୍ଷ 2025 ଅନୁକୂଳ ହେବ। ବର୍ଷର ଆରମ୍ବ ଭଲ ହେବ। ପ୍ରେମ ସମ୍ବନ୍ଧ ଓ ବୈବାହିକ ଜୀବନ ଓ ସ୍ବାସ୍ଥ୍ୟ ପାଇଁ ଅନୁକୂଳ ସମୟ ପ୍ରମାଣିତ ହେବ। ଏହି ବର୍ଷର ଆରମ୍ଭରେ ଶନିଦେବ ଦଶମ ଘରେ ଓ ତାହା ପରେ ମାର୍ଚ୍ଚରୁ ଆରମ୍ଭ କାରୋ ବର୍ଷ ଶେଷ ଯାଏଁ ଆପଣଙ୍କର ଏକାଦଶ ଘରେ ରହିବ। ଶନି ଦେବଙ୍କର ପ୍ରଭାବ ଦ୍ବାରା ରୋଜଗାରରେ ସ୍ଥିରତା ରହିବ। ଇଚ୍ଛା ପୂରଣ ହେବ। ଅଟକିଥିବା କାମ ହେବ ଯାହା ଆପଣଙ୍କର ଆତ୍ମବିଶ୍ଵାସ ବଢ଼ାଇବ। ବର୍ଷର ଆରମ୍ଭରେ କ୍ୟାରୀଅରରେ ଅନୁକୂଳ ପରିଣାମ ମିଳିବା ଦ୍ବାରା ମନ ପ୍ରସନ୍ନ ହେବ। ରାହୁଙ୍କର ଦଶମ ଘରେ ଆସିବା ପରେ କାର୍ଯ୍ୟକ୍ଷେତ୍ରରେ ସତର୍କତା ଅବଲମ୍ବନ କରିବା ଆବଶ୍ୟକ ହେବ। 

ବିସ୍ତୃତରେ ପଢ଼ିବା ପାଇଁ କ୍ଲିକ କରନ୍ତୁ: ବୃଷ 2025 ରାଶିଫଳ

ମିଥୁନ ରାଶି 

ମିଥୁନ ରାଶି ଲୋକଙ୍କ ପାଇଁ ବର୍ଷ 2025 ଅନେକ ପ୍ରକାରର ସୁଖମୟ ପରିଣାମ ଆଣିବ କିନ୍ତୁ ପାରିବାରିକ ଜୀବନରେ ବର୍ଷର ଆରମ୍ଭ ଦୁର୍ବଳ ରହିବ। ମଈ ପରେ ପାରିବାରିକ ସମ୍ବନ୍ଧ ମଧୁର ହେବ। ଲମ୍ବା ଯାତ୍ରା ଓ ତୀର୍ଥ ଯାତ୍ରାର ଯୋଗ ତିଆରି ହେବ। ଶନି ମହାରାଜଙ୍କର କୃପାରୁ କାମରେ ଦୃଢ଼ତା ଆସିବ ଓ କ୍ୟାରୀଅର ସ୍ଥିର ହେବ। ଆପଣ ଚାକିରି କରନ୍ତୁ କିମ୍ବା ବ୍ୟବସାୟ, ଦୁଇଟି କ୍ଷେତ୍ରରେ ବହଳ ସଫଳତା ମିଳିବ। କାମ ପାଇଁ ଦୌଡ଼ା ଦୌଡ଼ି କରିବାକୁ ପଡ଼ିବ। ଦେବଗୁରୁ ବୃହସ୍ପତିଙ୍କ କୃପାରୁ 15 ମଈ ପରେ ବୈବାହିକ ସମ୍ବନ୍ଧ ଓ ପ୍ରେମ ସମ୍ବନ୍ଧରେ ପ୍ରଗଢ଼ତା ଆସିବ। ସ୍ବାସ୍ଥ୍ୟ ସୁଧୁରିବାର ଯୋଗ ଅଛି। 

ବିସ୍ତୃତରେ ପଢ଼ିବା ପାଇଁ କ୍ଲିକ କରନ୍ତୁ: ମିଥୁନ 2025 ରାଶିଫଳ

କ’ଣ ଆପଣଙ୍କର କୁଣ୍ଡଳୀରେ ଅଛି ଶୁଭ ଯୋଗ? ଜାଣିବା ପାଇଁ ଏବେ କିଣନ୍ତୁ ବୃହତ କୁଣ୍ଡଳୀ

କର୍କଟ ରାଶି 

କର୍କଟ ରାଶି ଲୋକଙ୍କ ପାଇଁ 2025 ରାଶିଫଳ ଭବିଷ୍ୟବାଣୀ କରୁଛି ଯେ ବର୍ଷ 2025ର ଆରମ୍ଭରେ ଆପଣ ନିଜର କ୍ରୋଧ ଉପରେ ନିୟନ୍ତ୍ରଣ ରଖିବା ଉଚିତ, ନଚେତ ବୈବାହିକ ଜୀବନରେ ସମସ୍ଯା ହୋଇପାରେ ଓ ବ୍ୟବସାୟରେ କ୍ଷତି ସହିବାକୁ ପଡ଼ିପାରେ। ଏହି ବର୍ଷର ପ୍ରଥମ ଭାଗ ଦୁର୍ବଳ ରହିବ। ସ୍ବାସ୍ଥ୍ୟ ଖରାପ ହୋଇପାରେ କିନ୍ତୁ ମାର୍ଚ୍ଚ ପରେ ସ୍ଥିତିରେ ପରିବର୍ତ୍ତନ ଆସିବ। ଲମ୍ବା ଯାତ୍ରା ସୁଖମୟ ରହିବ। ବ୍ଯବସାୟିକ ସମ୍ପର୍କ ସ୍ଥାପିତ ହେବ ଯାହା ଦ୍ବାରା ଆପଣଙ୍କୁ ଲାଭ ହେବ। କ୍ୟାରୀଅର ମାମଲାରେ ଏହି ବର୍ଷ ଉନ୍ନତି ପ୍ରଦାନ କରିବ। ଆପଣ ଧାର୍ମିକ କ୍ରିୟାକଳାପରେ ବହୁତ ଅଧିକ ଜଡ଼ିତ ରହିବେ ଯାହା ଦ୍ବାରା ଆପଣଙ୍କୁ ମାନସିକ ଶାନ୍ତି ପ୍ରାପ୍ତ ହେବ। ଅବିବାହିତ ଲୋକଙ୍କୁ ବିବାହର ଶୁଭ ସୂଚନା ମିଳିବ।

ବିସ୍ତୃତରେ ପଢ଼ିବା ପାଇଁ କ୍ଲିକ କରନ୍ତୁ: କର୍କଟ 2025 ରାଶିଫଳ

ସିଂହ ରାଶି 

ସିଂହ ରାଶି ଲୋକଙ୍କ ପାଇଁ ବର୍ଷ 2025 ମିଶ୍ରିତ ପରିଣାମ ଆଣିବ। ଏହି ବର୍ଷ ଆପଣଙ୍କୁ ନିଜର ସ୍ବାସ୍ଥ୍ୟର ବିଶେଷ ଧ୍ୟାନ ରଖିବାକୁ ହେବ କାରଣ ଯଦି ଆପଣ ନିଜର ସ୍ବାସ୍ଥ୍ୟକୁ ଅଣଦେଖା କରିବେ ତେବେ କୌଣସି ବଡ଼ ରୋଗ ହେବାର ସମ୍ଭାବନା ଅଛି। ମଈ ପରେ ରାହୁ ଆପଣଙ୍କର ସପ୍ତମ ଘରେ ଆସିବେ ସେଥିପାଇଁ ବୈବାହିକ ସମ୍ବନ୍ଧରେ ଉତ୍ଥାନ-ପତନର ସ୍ଥିତି ରହିବ ଓ ବ୍ୟବସାୟରେ ସ୍ଥିରତାର ଅଭାବ ରହିବ। ବର୍ଷର ଆରମ୍ଭ ଚାକିରି ପାଇଁ ଭଲ ରହିବ। ପ୍ରେମ ସମ୍ବନ୍ଧରେ ବର୍ଷର ଆରମ୍ଭରେ ଅସୁବିଧା ଆସିବ କିନ୍ତୁ ଧୀରେ ଧୀରେ ସ୍ଥିତି ନିୟନ୍ତ୍ରଣରେ ଆସିବ। ବିଦେଶୀ ସମ୍ପର୍କରୁ ଏହି ବର୍ଷ ଆପଣଙ୍କୁ ଭଲ ଲାଭ ମିଳିବ। 

ବିସ୍ତୃତରେ ପଢ଼ିବା ପାଇଁ କ୍ଲିକ କରନ୍ତୁ: ସିଂହ 2025 ରାଶିଫଳ

କନ୍ୟା ରାଶି 

କନ୍ୟା ରାଶି ଲୋକଙ୍କ ପାଇଁ 2025 ରାଶିଫଳ ଭବିଷ୍ୟବାଣୀ କରୁଛି କି ବର୍ଷ 2025ର ଆରମ୍ଭ ଆପଣଙ୍କ ପାଇଁ ଉତ୍ଥାନ-ପତନ ରେ ଭର୍ତି ରହିବ କିନ୍ତୁ ଯାହା ଭି କରି ଆପଣଙ୍କର କାମ ହେବ ଓ ଆପଣଙ୍କର ଇଚ୍ଛା ପୂରଣ ହେବ। ଧନ ଲାଭ ହେବ। ପ୍ରେମ ସମ୍ବନ୍ଧରେ ଚାପ ବଢ଼ିବ। ବୈବାହିକ ସମ୍ବନ୍ଧରେ ଅସୁରକ୍ଷା ଭାବନା ବଢ଼ିପାରେ। ଶନି ମହାରାଜଙ୍କର ମାର୍ଚ୍ଚ ଶେଷରେ ଆପଣଙ୍କର ସପ୍ତମ ଘରେ ଆସିବା ଯୋଗୁଁ ଦୀର୍ଘକାଳୀନ ବ୍ଯବସାୟିକ ନିଷ୍ପତି ଆପଣଙ୍କର ପକ୍ଷରେ ରହିବ। ବୈବାହିକ ସମ୍ବନ୍ଧରେ ଆପଣ ଯେତେ ନିଷ୍ପକ୍ଷ ଓ ସଚ୍ଚୋଟ ରହିବେ, ସେତେ ଆପଣଙ୍କର ସମ୍ବନ୍ଧ ମଧୁର ହେବ। ବ୍ୟବସାୟରେ ଅନୁକୂଳତା ମିଳିବ ଯେତେବେଳେ କି ଚାକିରି କରିବା ଲୋକଙ୍କୁ ଅଧିକ ପରିଶ୍ରମ କରିବାକୁ ପଡ଼ିବ ନାହିଁ। ଧର୍ମ କର୍ମରୁ ଲାଭ ହେବ ଓ ସମାଜରେ ଖ୍ୟାତି ବଢ଼ିବ।

ବିସ୍ତୃତରେ ପଢ଼ିବା ପାଇଁ କ୍ଲିକ କରନ୍ତୁ: କନ୍ୟା 2025 ରାଶିଫଳ

ତୁଳା ରାଶି 

ତୁଳା ରାଶି ଲୋକଙ୍କ ପାଇଁ ବର୍ଷର ଆରମ୍ଭ ଅନୁକୂଳ ରହିବ। ପ୍ରେମ ସମ୍ବନ୍ଧରେ ପ୍ରଗାଢ଼ତା ଆସିବ। ଆପଣଙ୍କର ମଧ୍ୟରେ ରୋମାନ୍ସର ଯୋଗ ତିଆରି ହେବ। ବୈବାହିକ ସମ୍ବନ୍ଧରେ ମଧ୍ୟ ଦୂରତା ହ୍ରାସ ହେବ ଓ ନିକଟତା ବଢ଼ିବ। ଧର୍ମ କର୍ମ ମାମଲାରେ ଆପଣ ଆଗଭର ହୋଇ ବହରିବେ। ମଈ ମାସରେ ଦେବଗୁରୁ ବୃହସ୍ପତି ନବମ ଘରେ ଆସିବାରୁ ଧାର୍ମିକ ଯାତ୍ରା ଓ ତୀର୍ଥ ଯାତ୍ରା ବଢ଼ିବ। ଶନି ମହାରାଜ ଷଷ୍ଠ ଘରେ ମାର୍ଚ୍ଚ ଶେଷରେ ଆସିବା ଯୋଗୁଁ ପ୍ରତିଯୋଗିତାରେ ସଫଳତା ମିଳିବ, ରାଜନୈତିକ ଲୋକଙ୍କୁ ଲାଭ ହେବ। ଆପଣଙ୍କର ବିରୋଧୀ ପରାସ୍ତ ହେବେ ଓ ଚାକିରିରେ ପ୍ରବଳ ଲାଭ ହେବ। ମଈ ମାସରେ ରାହୁ ପଞ୍ଚମ ଘରେ ଆସିବେ ଓ ଏକାଦଶ ଘରେ କେତୁ ଆସିବା ଯୋଗୁଁ ଆର୍ଥିକ ଲାଭ ମିଳିବ। 

ବିସ୍ତୃତରେ ପଢ଼ିବା ପାଇଁ କ୍ଲିକ କରନ୍ତୁ: ତୁଳା 2025 ରାଶିଫଳ

ବିଛା ରାଶି 

ବିଛା ରାଶି ଲୋକଙ୍କ ପାଇଁ 2025 ବାର୍ଷିକ ରାଶିଫଳ ଭବିଷ୍ୟବାଣୀ କହୁଛି ଯେ ଏହି ବର୍ଷର ଆରମ୍ଭରେ ଆପଣଙ୍କୁ ଖୁସି ଦେବ। ପ୍ରେମ ସମ୍ବନ୍ଧରେ ମଧୁରତା ବଢ଼ିବ, ରୋମାନ୍ସର ଯୋଗ ତିଆରି ହେବ। ବୈବାହିକ ସମ୍ବନ୍ଧରେ ମଧୁରତା ଆସିବ। ଆପଣଙ୍କର ଜୀବନସଥୀ ଠାରୁ ଆପଣଙ୍କୁ ଠିକ ମାର୍ଗଦର୍ଶନ ଓ ତାଙ୍କର ସମର୍ପଣ ପ୍ରାପ୍ତ ହେବ। ବ୍ୟବସାୟରେ ଉନ୍ନତି ହେବାର ଯୋଗ ତିଆରି ହେଉଛି। ବର୍ଷର ଆରମ୍ଭରେ ଆପଣ ଅନେକ ସମ୍ପତି କିଣିବାରେ ସଫଳ ହେବେ। ଶନି ଦେବଙ୍କର ମାର୍ଚ୍ଚରେ ପଞ୍ଚମଘରେ ଆସିବା ଦ୍ବାରା ସନ୍ତାନ ସମ୍ବନ୍ଧିତ ଚିନ୍ତା ରହିବ। ଚାକିରିରେ ପରିବର୍ତନ ଆସିବ। ବ୍ୟବସାୟରେ ଧନ ଲାଭ ବଢ଼ିବ ଓ ରୋଜଗାର ବୃଦ୍ଧି ହେବ।

ବିସ୍ତୃତରେ ପଢ଼ିବା ପାଇଁ କ୍ଲିକ କରନ୍ତୁ: ବିଛା 2025 ରାଶିଫଳ

ପାଆନ୍ତୁ ନିଜର କୁଣ୍ଡଳୀ ଉପରେ ଆଧାରିତ ସଠିକ ଶନି ରିପୋର୍ଟ୍

ଧନୁ ରାଶି 

ଧନୁ ରାଶି ଲୋକଙ୍କ ପାଇଁ ବର୍ଷ 2025ର ଆରମ୍ଭ ଅନୁକୂଳ ହେବ। କାର୍ଯ୍ୟରେ ସଫଳତା ମିଳିବ କିନ୍ତୁ ସ୍ବାସ୍ଥ୍ୟ ସମ୍ବନ୍ଧିତ ସମସ୍ଯା ଚିନ୍ତା ଦେଇପାରେ। ଯାନ ସାବଧାନ ହୋଇ ଚଲାନ୍ତୁ, ଅନ୍ୟଥା ଦୁର୍ଘଟଣାର ଯୋଗ ଅଛି। ଆପଣଙ୍କର ପ୍ରୟାସରେ ଆପଣଙ୍କୁ ସଫଳତା ମିଳିବ। ଛୋଟ ଯାତ୍ରାରୁ କାମ ହେବ। ଆପଣଙ୍କର ମିଟର ଆପଣଙ୍କ ସହିତ ଅନୁକୂଳ ବ୍ୟବହାର କରିବେ ଯାହା ଦ୍ବାରା ଆପଣଙ୍କର ବନ୍ଧୁତାରେ ଘନିଷ୍ଠତା ବଢ଼ିବ। ଆପଣଙ୍କର ଅହଂକାର ଯୋଗୁଁ ବୈବାହିକ ସମ୍ବନ୍ଧରେ ବର୍ଷର ଆରମ୍ଭରେ ଚାପ ବଢ଼ିବ। ପରବର୍ତ୍ତୀ ସମୟ ଅନୁକୂଳ ରହିବ। ମଈ ମାସରେ ବୃହସ୍ପତି ମହାରାଜ ସପ୍ତମ ଘରେ ଆସିବା ବୈବାହିକ ଚିନ୍ତା ଦୂର କରିବ। ପରସ୍ପର ଭିତରେ ପ୍ରେମ ଓ ସମର୍ପଣର ଭାବନା ବଢ଼ିବ। ଆର୍ଥିକ ଲାଭ ହେବ ଓ ନିଷ୍ପତି ନେବାର କ୍ଷମତା ବଢ଼ିବ।

ବିସ୍ତୃତରେ ପଢ଼ିବା ପାଇଁ କ୍ଲିକ କରନ୍ତୁ: ଧନୁ 2025 ରାଶିଫଳ

ମକର ରାଶି 

ମକର ରାଶି ଲୋକଙ୍କ ପାଇଁ 2025 ରାଶିଫଳ ଭବିଷ୍ୟବାଣୀ କହୁଛି ଯେ ବର୍ଷ 2025ର ଆରମ୍ଭରେ ଆପଣଙ୍କୁ ବିଦେଶ ଯିବାକୁ ସଫଳତା ମିଳିବ ଓ ଏହି ସମୟରେ ବୈବାହିକ ସମ୍ବନ୍ଧରେ ସାବଧାନ ରହିବା ଜରୁରୀ ହେବ କାରଣ ଆପଣଙ୍କର ଜୀବନସାଥୀ ସହିତ ଝଗଡ଼ା ହେବାର ସମ୍ଭାବନା ଅଛି ଓ ତାଙ୍କର ସ୍ବାସ୍ଥ୍ୟ ମଧ୍ୟ ଖରାପ ହୋଇପାରେ। ଏପରି ସ୍ଥିତିରେ ତାଙ୍କୁ ଆପଣଙ୍କର ଆବଶ୍ୟକତା ପଡ଼ିବ। ଏହି ସମୟରେ ପ୍ରେମ ସମ୍ବନ୍ଧ ପାଇଁ ଅନୁକୂଳ ସମୟ ହେବ। ଆପଣଙ୍କର ଭଲ ଭାବନା କାର୍ଯ୍ୟକ୍ଷେତ୍ରରେ ଆପଣଙ୍କୁ ଦୃଢ଼ତା ପ୍ରଦାନ କରିବ। ଚାକିରିରେ ପରିବର୍ତ୍ତନ ଆସିବାର ସମ୍ଭାବନା ଅଛି। ଆର୍ଥିକ ଲାଭ ହେବାର ଯୋଗ ଅଛି। ପ୍ରେମ ସମ୍ବନ୍ଧ ଦୃଢ଼ ହେବ। ବର୍ଷର ଉତ୍ତରାର୍ଦ୍ଧରେ ପାରିବାରିକ ଜୀବନରେ କିଛି ଅସନ୍ତୋଷ ସୃଷ୍ଟି ହେବ। ସ୍ବାସ୍ଥ୍ୟ ସମସ୍ଯା ବଢ଼ିପାରେ କିନ୍ତୁ ଶନି ଦେବ ମାର୍ଚ୍ଚ ଶେଷରେ ତୃତୀୟ ଘରେ ଆସିବା ଯୋଗୁଁ ସେ ଆପଣଙ୍କୁ ସାହାଜ୍ୟ କରିବେ। 

ବିସ୍ତୃତରେ ପଢ଼ିବା ପାଇଁ କ୍ଲିକ କରନ୍ତୁ: ମକର 2025 ରାଶିଫଳ

କୁମ୍ଭ ରାଶି 

ଯଦି କୁମ୍ଭ ରାଶିର ଲୋକଙ୍କ ପାଇଁ 2025ର ପ୍ରଭାବ ବିଷୟରେ କହିବା ତେବେ ବର୍ଷର ଆରମ୍ଭ ଅନୁକୂଳ ରହିବ। ବୈବାହିକ ସମ୍ବନ୍ଧ ଦୃଢ଼ ହର୍ବ ଓ ବ୍ୟବସାୟରେ ଭଲ ଉନ୍ନତି ଦେଖା ଯିବ। ଆପଣଙ୍କର ଆକାଂକ୍ଷା ପୂର୍ଣ ହେବ। ପାରିବାରିକ ସମ୍ବନ୍ଧ ମଧୁର ହେବ। ପରିବାରରେ ପୂଜା ପାଠ ଭଳି ଶୁଭ କାର୍ଯ୍ୟ ସମ୍ପନ୍ନ ହେବ। ଚାକିରିରେ ଅପନଙ୍କର ସ୍ଥିତି ଦୃଢ଼ ହେବ ଓ ଆପଣଙ୍କୁ ନିଜର ବିରୋଧୀଙ୍କ ଉପରେ ଧ୍ୟାନ ଦେବା ଆବଶ୍ୟକ। ମାର୍ଚ୍ଚ ଶେଷରେ ଯେବେ ଶନିଦେବ ଆପଣଙ୍କର ଦ୍ଵିତୀୟ ଘରେ ଆସିବେ, ତେବେ ଆପଣଙ୍କୁ କଠୋର କଥାରୁ ଦୂରେଇ ରହିବାକୁ ପଡ଼ିବ ତଥା ରାହୁ ଆପଣଙ୍କର ରାଶିରେ ପ୍ରବେଶ କରିବେ ଯାହା ଦ୍ବାରା ଆପଣଙ୍କୁ ଅତ୍ୟନ୍ତ ସାବଧାନ ରହିବାକୁ ପଡ଼ିବ କାରଣ ନିଷ୍ପତି ନେବାର କ୍ଷମତାକୁ ଏହା ପ୍ରଭାବିତ କରିବ ଯାହା ଦ୍ବାରା ଆପଣଙ୍କର କ୍ୟାରୀଅର ସମ୍ବନ୍ଧରେ ଉତ୍ଥାନ-ପତନ ଆଣିପାରେ। 

ବିସ୍ତୃତରେ ପଢ଼ିବା ପାଇଁ କ୍ଲିକ କରନ୍ତୁ: କୁମ୍ଭ 2025 ରାଶିଫଳ

ମୀନ ରାଶି 

ମୀନ ରାଶି ପାଇଁ 2025 ବାର୍ଷିକ ରାଶିଫଳ ଭବିଷ୍ୟବାଣୀ କରୁଛି ଯେ ଏହି ବର୍ଷ ଆପଣଙ୍କ ପାଇଁ ଆରମ୍ଭରେ କିଛି ଉତ୍ଥାନ-ପତନ ସ୍ଥିତି ଆସିାପରେ। ଆପଣଙ୍କୁ ନିଜର ଜୀବନଷାଠି ସହିତ ସାବଧାନ ହୋଇ ବ୍ୟବହାର କରିବାକୁ ପଡ଼ିବ କାରଣ ବିବାହ ହେବାର ପରିସ୍ଥିତି ଆସିପାରେ। ବର୍ଷର ଆରମ୍ଭରେ ମଙ୍ଗଳଙ୍କର ପଞ୍ଚମ ଘରେ ହେବା ପ୍ରେମ ସମ୍ବନ୍ଧରେ ଚାପ ବଢ଼ାଇପାରେ। ସେଥିପାଇଁ ସାବଧାନ ରୁହନ୍ତୁ। ଆପଣଙ୍କର ଖର୍ଚ୍ଚ ମଧ୍ୟ ଅଧିକ ହେବ। ବର୍ଷର ଉତ୍ତରାର୍ଦ୍ଧରେ ଆପଣଙ୍କର ସ୍ଥିତିରେ ପରିବର୍ତ୍ତନ ଆସିବ। ବିଦେଶ ଯାତ୍ରାର ଯୋଗ ତିଆରି ହେବ। କାର୍ଯ୍ୟରେ ସଫଳତା ମିଳିବ। କ୍ୟାରୀଅର ପାଇଁ ଏହି ବର୍ଷ ଧୀରେ ଧୀରେ ଉନ୍ନତିର ମାର୍ଗ ପ୍ରସସ୍ଥ କରିବ। ମଈରେ ଯେତେବେଳେ ଦେବଗୁରୁ ବୃହସ୍ପତି ଆପଣଙ୍କର ଚତୁର୍ଥ ଘରେ ପ୍ରବେଶ କରିବେ ପରିବାରରେ ସୁଖ ଶାନ୍ତି ବଢ଼ିବ ଓ କ୍ୟାରୀଅର ସମ୍ବନ୍ଧରେ ଆପଣଙ୍କୁ ଠିକ ନିଷ୍ପତି ନେବାରେ ସାହାଜ୍ୟ ମିଳିବ। 

ବିସ୍ତୃତରେ ପଢ଼ିବା ପାଇଁ କ୍ଲିକ କରନ୍ତୁ: ମୀନ 2025 ରାଶିଫଳ

ସମସ୍ତ ଜ୍ୟୋତିଷୀୟ ସମାଧାନ ପାଇଁ କ୍ଲିକ କରନ୍ତୁ:ଅନଲାଇନ ଶପିଂ ସ୍ଟୋର

ଆମେ ଆଶା କରୁଛୁ ଯେ ଆପଣଙ୍କୁ ଏହି ଆର୍ଟିକଲ୍ ପସନ୍ଦ ଆସିଥିବ। ଆଷ୍ଟ୍ରୋକେମ୍ପ ସହିତ ଜଡ଼ିତ ଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ!

ପ୍ରାୟତଃ ପଚରା ଯାଉଥିବା ପ୍ରଶ୍ନ

1. 2025 ବାର୍ଷିକ ରାଶିଫଳ ଅନୁସାରେ ଏହି ବର୍ଷ ସବୁଠାରୁ ଭାଗ୍ୟଶାଳୀ ରାଶି କେଉଁଟି?

ବୃଷ ରାଶି ଓ ତୁଳା ରାଶି ଲୋକଙ୍କ ପାଇଁ 2025 ଅନେକ କ୍ଷେତ୍ରରେ ଅନୁକୂଳ ପରିଣାମ ଆଣିବ । 

2. 2025 ରେ ମେଷ ରାଶି ଲୋକଙ୍କର ସ୍ବାସ୍ଥ୍ୟ କିପରି ରହିବ?

2025 ରେ ମେଷ ରାଶି ଲୋକଙ୍କର ସ୍ବାସ୍ଥ୍ୟରେ ଉତ୍ଥାନ-ପତନ ଆସିବ। 

3. 2025 ରେ କୁମ୍ଭ ରାଶି ଲୋକଙ୍କର ଭାଗ୍ୟରେ କ’ଣ ଲେଖା ହେଇଛି?

କୁମ୍ଭ ରାଶି ଲୋକଙ୍କ ପାଇଁ 2025 ଅନୁକୂଳ ରହିବ କିନ୍ତୁ କ୍ୟାରୀଅରରେ ଅଳ୍ପ ବହୁତ ଉତ୍ଥାନ-ପତନ ଦେଖିବାକୁ ମିଳିବ। 

More from the section: Horoscope 3985
Buy Today
Gemstones
Get gemstones Best quality gemstones with assurance of AstroCAMP.com More
Yantras
Get yantras Take advantage of Yantra with assurance of AstroCAMP.com More
Navagrah Yantras
Get Navagrah Yantras Yantra to pacify planets and have a happy life .. get from AstroCAMP.com More
Rudraksha
Get rudraksha Best quality Rudraksh with assurance of AstroCAMP.com More
Today's Horoscope

Get your personalised horoscope based on your sign.

Select your Sign
Free Personalized Horoscope 2024
© Copyright 2024 AstroCAMP.com All Rights Reserved