• Talk To Astrologers
  • Brihat Horoscope
  • Ask A Question
  • Child Report 2022
  • Raj Yoga Report
  • Career Counseling
Personalized
Horoscope

2025 ବିବାହ ମୁହୂର୍ତ ରୁ ଜାଣନ୍ତୁ ରେ ବିବାହ ପାଇଁ ଶୁଭ ମୁହୂର୍ତ।

Author: Vijay Pathak | Last Updated: Sun 1 Sep 2024 11:28:39 AM

ଆଷ୍ଟ୍ରୋକେମ୍ପର ଏହି 2025 ବିବାହ ମୁହୂର୍ତ ଲେଖାରେ ବିସ୍ତୃତରେ କୁହାଯାଇଛି ଯେ ବର୍ଷ 2025 ରେ ବିବାହ ପାଇଁ ଶୁଭ ମୁହୂର୍ତ ଏବଂ ତିଥି ଗୁଡ଼ିକ କ’ଣ। ଏଠାରେ ବିବାହ ମୁହୂର୍ତର ଯାହା ସୂଚନା ଦିଅଯାଇଛି, ତାହା ବୈଦିକ ଜ୍ଯୋତିଷ ଉପରେ ଆଧାରିତ ଓ ଆମର ବିଦ୍ବାନ ଜ୍ଯୋତିଷଙ୍କ ଦ୍ବାରା ନକ୍ଷତ୍ର, ଶୁଭ ସମୟ, ଦିନର ଗଣନା କରିବା ପରେ ତିଆରି କରାଯାଇଛି। 

2025 ବିବାହ ମୁହୂର୍ତ

ବିଶ୍ବର ବିଦ୍ବାନ ଜ୍ଯୋତିଷଙ୍କ ସହିତ ଫୋନରେ କଥା ହୁଅନ୍ତୁ ଓ ଜାଣନ୍ତୁ କ୍ୟାରୀଅର ସମ୍ବନ୍ଧିତ ସମସ୍ତ ସୂଚନା

ହିନ୍ଦୁ ଧର୍ମରେ ବିବାହ ସଂସ୍କାରକୁ ଅତ୍ୟନ୍ତ ମହତ୍ୱପୂର୍ଣ ଓ ଶୁଭ କୁହାଯାଇଛି। ସ୍ବୟଂ ବଡ଼ ବଡ଼ ମହାତ୍ମା କୁହନ୍ତି ଯେ ଗୃହସ୍ଥ ଜୀବନ ଠାରୁ ବଡ଼ ତପସ୍ୟା ଅନ୍ୟ କିଛି ନୁହେଁ। ଗୃହସ୍ଥ ଜୀବନରେ ସଫଳ ହେବାର ସମ୍ଭାବନା ତେବେ ବଢ଼ିଥାଏ ଯେତେବେଳେ ସ୍ବାମୀ-ସ୍ତ୍ରୀଙ୍କର ବୈବାହିକ ଜୀବନ ଶୁଭ ମୁହୂର୍ତରେ ଆରମ୍ଭ ହୁଏ। 

ଶାସ୍ତ୍ର ଅନୁସାରେ ବିବାହ ସବୁବେଳେ ଶୁଭ ମୁହୂର୍ତରେ କରାଯିବା ଉଚିତ। ଯେଉଁ ପ୍ରକାର ଗୃହ ପ୍ରବେଶ କିମ୍ବା କିଛି ଅନ୍ୟ ଶୁଭ କାର୍ଯ୍ୟକୁ ସମ୍ପନ୍ନ କରିବା ପାଇଁ ଶୁଭ ମୂହର୍ତ ଦେଖାଯାଏ, ଠିକ ସେହି ଭଳି ବିବାହ ପାଇଁ ମଧ୍ୟ ଶୁଭ ମୁହୂର୍ତ ବାହାର କରିବା ଆବଶ୍ୟକ। 

2025 ବିବାହ ମୁହୂର୍ତ ଅନୁସାରେ, ଯେତେବେଳେ ବିବାହ ସଂସ୍କାର ଶୁଭ ମୁହୂର୍ତରେ କରାଯାଏ ସ୍ବାମୀ ସ୍ତ୍ରୀଙ୍କର ବୈବାହିକ ଜୀବନ ଖୁସିରେ ପୁରି ଯାଏ ଓ ସମସ୍ଯା କମ ହୋଇଯାଏ। ସମାଜରେ ବିବାହକୁ ବହୁତ ସମ୍ମାନ ଦିଆଯାଏ କାରଣ ଏହା କେବଳ ସ୍ବାମୀ ସ୍ତ୍ରୀଙ୍କୁ ନୁହେଁ ବରଂ ଦୁହିଙ୍କ ପରିବାରକୁ ମଧ୍ୟ ଯୋଡ଼ି ରଖେ। ବିବାହ ଦିନ ସ୍ବାମୀ ସ୍ତ୍ରୀ ପରସ୍ପର ସହିତ ସାତ ଜନ୍ମ ଯାଏଁ ରହିବାର ଶପଥ ନିଅନ୍ତି। ଯଦି ବିବାହ ସଂସ୍କାର ଶୁଭ ମୁହୂର୍ତରେ କରାଯାଏ, ତେବେ ସ୍ବାମୀ-ସ୍ତ୍ରୀଙ୍କର ପରସ୍ପର ପ୍ରତି କର୍ତବ୍ୟ ସମ୍ପୂର୍ଣ କରିବାର ସମ୍ଭାବନା ବଢ଼ିଯାଏ।

କ’ଣ ଆପଣଙ୍କର କୁଣ୍ଡଳୀରେ ଅଛି ଶୁଭ ଯୋଗ? ଜାଣିବା ପାଇଁ ଏବେ କିଣନ୍ତୁ ବୃହତ କୁଣ୍ଡଳୀ

ଆଜିର ବିଶେଷ ଲେଖାରେ ଆମେ ଆପଣଙ୍କୁ 2025 ବିବାହ ମୁହୂର୍ତ ବିଷୟରେ କହିବୁ। ଏଥିରେ ଆପଣଙ୍କୁ ବର୍ଷ 2025ରେ ପଡ଼ୁଥିବା ବିବାହ ମୁହୂର୍ତର ସମସ୍ତ ମହତ୍ୱପୂର୍ଣ ଓ ଶୁଭ ତିଥିର ସୂଚନା ମିଳିବ। ଯଦି ଆପଣ ବର୍ଷ 2025ରେ ବିବାହ କରିବାକୁ ଭାବୁଛନ୍ତି କିମ୍ବା ପରିବାରରେ କୌଣସି ବିବାହ ଯୋଗ୍ୟ ଓ ବର୍ଷ 2025 ରେ ତାଙ୍କର ବିବାହ ପାଇଁ କଥାବାର୍ତ୍ତା ଚାଲିଛି ତେବେ ବିବାହ ମୁହୂର୍ତର ଏହି ବିଶେଷ ଲେଖା ଆପଣଙ୍କ ପାଇଁ ବହୁତ ଉପଯୋଗୀ ହେବ।

Read In English: 2025 Vivah Muhurat

କାହିଁକି ମହତ୍ୱପୂର୍ଣ ବିବାହ ମୁହୂର୍ତ

ଯେବେ ବର-କନ୍ୟାଙ୍କର ବିବାହ ତାଙ୍କର ଜନ୍ମ କୁଣ୍ଡଳୀର ମିଳିନ ଏବଂ ବିଶ୍ଳେଷଣ କରିବା ପରେ ତିଆରି ହୋଇଛି। ଏହା ଦ୍ବାରା ତାଙ୍କର ବୈବାହିକ ଜୀବନରେ ସୁଖ ଶାନ୍ତି ଆସିବାର ସମ୍ଭାବନା ବଢ଼ିଯାଏ। ଅନୁସାରେ ଶୁଭ ମୁହୂର୍ତ ବାହାର କରିବା ପରେ ସ୍ବାମୀ-ସ୍ତ୍ରୀଙ୍କୁ ନିଜର ସମ୍ବନ୍ଧରେ ସକାରାତ୍ମକତା ଅନୁଭବ ହୁଏ ଓ ତାଙ୍କ ଭିତରେ ଝଗଡ଼ା ହୁଏନି। ଶାସ୍ତ୍ରରେ ମଧ୍ୟ ଏହି ନିୟମ କୁହାଯାଇଛି ଯେ ବର-ବଧୁଙ୍କର ବିବାହ ଶୁଭ ମୁହୂର୍ତ ଏବଂ ତିଥିରେ ହେବା ଉଚିତ। 

हिंदी में पढ़े: 2025 विवाह मुर्हत

ଆଜିକାଲି ଅଧୂନିକ ଯୁଗରେ ଜ୍ୟୋତିଷମାନେ ନିଜର ଇଚ୍ଛାରେ ତିଥି ବାହାର କରିଦିଅନ୍ତି ଓ ପରେ ଲୋକଙ୍କୁ ନିଜର ବୈବାହିକ ଜୀବନରେ ଅସୁବିଧା ସାମ୍ନା କରିବାକୁ ପଡ଼ିଥାଏ। ଯଦି ଆପଣ ନିଜର ଦାମ୍ପତ୍ୟ ଜୀବନକୁ ଚିନ୍ତାମୁକ୍ତ ଓ ଖୁସି ରଖିବାକୁ ଚାହୁଁଛନ୍ତି ତେବେ କୌଣସି ଅନୁଭବି ଜ୍ଯୋତିଷଙ୍କ ପାଖରେ ଜାତକ ମିଶାଇବା ପରେ ଶୁଭ ମୁହୂର୍ତ ଏବଂ ତିଥିରେ ବିବାହ ସମ୍ପୂର୍ଣ କରନ୍ତୁ। 

ବିବାହ ମୁହୂର୍ତର ସୂଚୀ 

ଏହି 2025 ବିବାହ ମୁହୂର୍ତ ଲେଖା ମାଧ୍ୟମରେ ଆପଣଙ୍କୁ ବର୍ଷ 2025ର 12 ଟି ମାସରେ ପଡ଼ୁଥିବା ବିବାହର ଶୁଭ ତିଥି ଏବଂ ମୁହୂର୍ତ ବିଷୟରେ କୁହାଯାଇଛି। ଏହି ସୂଚୀର ସହାୟତାରେ ଆପଣ ଜାଣି ପାରିବେ ଯେ ଆସନ୍ତା ବର୍ଷରେ ବିବାହ ପାଇଁ କ’ଣ ଶୁଭ ମୁହୂର୍ତ ଅଛି ଓ କେଉଁ ମାସରେ ବିବାହ କରିଲେ ଆପଣଙ୍କର ବୈବାହିକ ଜୀବନ ସୁଖମୟ ହେବ। 

ଜାନୁଆରୀ ବିବାହ ମୁହୂର୍ତ 

ଜାନୁଆରୀ 2025 ମାସରେ ପଡ଼ୁଥିବା ବିବାହ ମୁହୂର୍ତର ସୂଚୀ:

ବିବାହ ମୁହୂର୍ତ ତିଥି 

ନକ୍ଷତ୍ର 

ତିଥି 

ସମୟ 

17 ଜାନୁଆରୀ , ଶୁକ୍ରବାର 

ମଘା 

ଚତୁର୍ଥୀ 

07:14 ରୁ 12:44

18 ଜାନୁଆରୀ , ଶନିବାର 

ଉତ୍ତରାଫାଲ୍ଗୁନୀ

ପଞ୍ଚମୀ 

14:51 ରୁ 25:16

19 ଜାନୁଆରୀ , ରବିବାର 

ହସ୍ତ 

ଷଷ୍ଠୀ 

25:57 ରୁ 31:14

21 ଜାନୁଆରୀ , ମଙ୍ଗଳବାର 

ସ୍ଵାତି 

ଅଷ୍ଟମୀ 

23:36 ରୁ 27:49

24 ଜାନୁଆରୀ , ଶୁକ୍ରବାର 

ଅନୁରାଧା 

ଏକାଦଶୀ 

19:24 ରୁ 31:07

ଫେବ୍ରୁୟାରୀ ବିବାହ ମୁହୂର୍ତ 

ଫେବ୍ରୁୟାରୀ 2025 ମାସରେ ପଡ଼ୁଥିବା ବିବାହ ମୁହୂର୍ତର ସୂଚୀ:

ବିବାହ ମୁହୂର୍ତ ତିଥି 

ନକ୍ଷତ୍ର 

ତିଥି 

ସମୟ 

02 ଫେବ୍ରୁୟାରୀ , ରବିବାର 

ଉତ୍ତରାଭାଦ୍ରପଦ, ରେବତୀ 

ପଞ୍ଚମୀ 

09:13 ରୁ 31:09

03 ଫେବ୍ରୁୟାରୀ , ସୋମବାର 

ରେବତୀ 

ଷଷ୍ଠୀ 

07:09 ରୁ 17:40

12 ଫେବ୍ରୁୟାରୀ , ବୁଧବାର 

ମଘା 

ପ୍ରତିପଦା 

25:58 ରୁ 31:04

14 ଫେବ୍ରୁୟାରୀ , ଶୁକ୍ରବାର 

ଉତ୍ତରାଫାଲ୍ଗୁନୀ

ତୃତୀୟା 

23:09 ରୁ 31:03

15 ଫେବ୍ରୁୟାରୀ , ଶନିବାର 

ଉତ୍ତରାଫାଲ୍ଗୁନୀ, ହସ୍ତ 

ଚତୁର୍ଥୀ 

23:51 ରୁ 31:02

18 ଫେବ୍ରୁୟାରୀ , ମଙ୍ଗଳବାର 

ସ୍ଵାତି 

ଷଷ୍ଠୀ 

09:52 ରୁ 31:00

23 ଫେବ୍ରୁୟାରୀ , ରବିବାର 

ମୂଳ 

ଏକାଦଶୀ 

13:55 ରୁ 18:42

25 ଫେବ୍ରୁୟାରୀ , ମଙ୍ଗଳବାର 

ଉତ୍ତରାଷାଢ଼ା 

ଦ୍ବାଦଶୀ ଓ ତ୍ରୟୋଦଶୀ 

08:15 ରୁ 18:30

ମାର୍ଚ୍ଚ ବିବାହ ମୁହୂର୍ତ 

ମାର୍ଚ୍ଚ 2025 ମାସରେ ପଡ଼ୁଥିବା ବିବାହ ମୁହୂର୍ତର ସୂଚୀ:

ବିବାହ ମୁହୂର୍ତ ତିଥି 

ନକ୍ଷତ୍ର 

ତିଥି 

ସମୟ 

01 ମାର୍ଚ୍ଚ , ଶନିବାର 

ଉତ୍ତରାଭାଦ୍ରପଦ

ଦ୍ଵିତୀୟା ଓ ତୃତୀୟା 

11:22 ରୁ 30:51

02 ମାର୍ଚ୍ଚ , ରବିବାର 

ଉତ୍ତରାଭାଦ୍ରପଦ, ରେବତୀ 

ତୃତୀୟା ଓ ଚତୁର୍ଥୀ 

06:51 ରୁ 25:13

05 ମାର୍ଚ୍ଚ , ବୁଧବାର 

ରୋହିଣୀ 

ସପ୍ତମୀ 

25:08 ରୁ 30:47

06 ମାର୍ଚ୍ଚ , ଗୁରୁବାର 

ରୋହିଣୀ 

ସପ୍ତମୀ 

06:47 ରୁ 10:50

06 ମାର୍ଚ୍ଚ , ଗୁରୁବାର 

ରୋହିଣୀ , ମୃଗଶିରା 

ଅଷ୍ଟମୀ 

22:00 ରୁ 30:46

07 ମାର୍ଚ୍ଚ , ଶୁକ୍ରବାର 

ମୃଗଶିରା 

ଅଷ୍ଟମୀ ଓ ନବମୀ 

06:46 ରୁ 23:31

12 ମାର୍ଚ୍ଚ , ବୁଧବାର 

ମଘା 

ଚତୁର୍ଦଶୀ 

08:42 ରୁ 28:05

ଅପ୍ରିଲ ବିବାହ ମୁହୂର୍ତ 

ଅପ୍ରିଲ 2025 ମାସରେ ପଡ଼ୁଥିବା ବିବାହ ମୁହୂର୍ତର ସୂଚୀ:

ବିବାହ ମୁହୂର୍ତ ତିଥି 

ନକ୍ଷତ୍ର 

ତିଥି 

ସମୟ 

14 ଅପ୍ରିଲ , ସୋମବାର 

ସ୍ଵାତି 

ପ୍ରତିପଦା ଓ ଦ୍ଵିତୀୟା

06:10 ରୁ 24:13

16 ଅପ୍ରିଲ , ବୁଧବାର 

ଅନୁରାଧା 

ଚତୁର୍ଥୀ 

24:18 ରୁ 29:54

18 ଅପ୍ରିଲ , ଶୁକ୍ରବାର 

ମୂଳ 

ଷଷ୍ଠୀ 

25:03 ରୁ 30:06

19 ଅପ୍ରିଲ , ଶୁକ୍ରବାର 

ମୂଳ 

ଷଷ୍ଠୀ 

06:06 ରୁ 10:20

20 ଅପ୍ରିଲ , ଶୁକ୍ରବାର 

ଉତ୍ତରାଷାଢ଼ା 

ସପ୍ତମୀ ଓ ଅଷ୍ଟମୀ 

11:48 ରୁ 30:04

21 ଅପ୍ରିଲ , ସୋମବାର 

ଉତ୍ତରାଷାଢ଼ା 

ଅଷ୍ଟମୀ 

06:04 ରୁ 12:36

29 ଅପ୍ରିଲ , ମଙ୍ଗଳବାର 

ରୋହିଣୀ 

ତୃତୀୟା 

18:46 ରୁ 29:58

30 ଅପ୍ରିଲ , ବୁଧବାର 

ରୋହିଣୀ 

ତୃତୀୟା 

05:58 ରୁ 12:01

ମଈ ବିବାହ ମୁହୂର୍ତ 

ମଈ 2025 ମାସରେ ପଡ଼ୁଥିବା ବିବାହ ମୁହୂର୍ତର ସୂଚୀ: 

ବିବାହ ମୁହୂର୍ତ ତିଥି 

ନକ୍ଷତ୍ର 

ତିଥି 

ସମୟ 

05 ମଈ , ସୋମବାର 

ମଘା 

ନବମୀ 

20:28 ରୁ 29:54

06 ମଈ , ମଙ୍ଗଳବାର 

ମଘା 

ନବମୀ ଓ ଦଶମୀ 

05:54 ରୁ 15:51

08 ମଈ , ଗୁରୁବାର 

ଉତ୍ତରାଫାଲ୍ଗୁନୀ, ହସ୍ତ 

ଦ୍ବାଦଶୀ 

12:28 ରୁ 29:5

09 ମଈ , ଶୁକ୍ରବାର 

ହସ୍ତ 

ଦ୍ବାଦଶୀ ଓ ତ୍ରୟୋଦଶୀ 

05:52 ରୁ 24:08

14 ମଈ , ବୁଧବାର 

ଅନୁରାଧା 

ଦ୍ଵିତୀୟା

06:34 ରୁ 11:46

16 ମଈ , ଶୁକ୍ରବାର 

ମୂଳ 

ଚତୁର୍ଥୀ 

05:49 ରୁ 16:07

17 ମଈ , ଶନିବାର 

ଉତ୍ତରାଷାଢ଼ା 

ପଞ୍ଚମୀ 

17:43 ରୁ 29:48

18 ମଈ , ରବିବାର 

ଉତ୍ତରାଷାଢ଼ା 

ଷଷ୍ଠୀ 

05:48 ରୁ 18:52

22 ମଈ , ଗୁରୁବାର 

ଉତ୍ତରାଭାଦ୍ରପଦ

ଏକାଦଶୀ 

25:11 ରୁ 29:46

23 ମଈ , ଶୁକ୍ରବାର 

ଉତ୍ତରାଭାଦ୍ରପଦ, ରେବତୀ 

ଏକାଦଶୀ ଓ ଦ୍ବାଦଶୀ 

05:46 ରୁ 29:46

27 ମଈ , ମଙ୍ଗଳବାର 

ରୋହିଣୀ , ମୃଗଶିରା 

ପ୍ରତିପଦା 

18:44 ରୁ 29:45

28 ମଈ , ବୁଧବାର 

ମୃଗଶିରା 

ଦ୍ଵିତୀୟା

05:45 ରୁ 19:08

ଜୁନ ବିବାହ ମୁହୂର୍ତ 

ଜୁନ 2025 ମାସରେ ପଡ଼ୁଥିବା ବିବାହ ମୁହୂର୍ତର ସୂଚୀ:

ବିବାହ ମୁହୂର୍ତ ତିଥି 

ନକ୍ଷତ୍ର 

ତିଥି 

ସମୟ 

02 ଜୁନ , ସୋମବାର 

ମଘା 

ସପ୍ତମୀ 

08:20 ରୁ 20:34

03 ଜୁନ , ମଙ୍ଗଳବାର 

ଉତ୍ତରାଫାଲ୍ଗୁନୀ

ନବମୀ 

24:58 ରୁ 29:44

04 ଜୁନ , ବୁଧବାର 

ଉତ୍ତରାଫାଲ୍ଗୁନୀ, ହସ୍ତ 

ନବମୀ ଓ ଦଶମୀ 

05:44 ରୁ 29:44

ଜୁଲାଇ ମୁହୂର୍ତ 

ଏହି ମାସରେ ବିବାହ କରିବା ପାଇଁ କୌଣସି ଶୁଭ ମୁହୂର୍ତ ଉପଲବ୍ଧ ନାହିଁ।

ଅଗସ୍ଟ ମୁହୂର୍ତ 

ଏହି ମାସରେ ବିବାହ କରିବା ପାଇଁ କୌଣସି ଶୁଭ ମୁହୂର୍ତ ଉପଲବ୍ଧ ନାହିଁ।।

ସେପ୍ଟେମ୍ବର ମୁହୂର୍ତ 

ଏହି ମାସରେ ବିବାହ କରିବା ପାଇଁ କୌଣସି ଶୁଭ ମୁହୂର୍ତ ଉପଲବ୍ଧ ନାହିଁ। 

ଅକ୍ଟୋବର ମୂହର୍ତ 

ଏହି ମାସରେ ବିବାହ କରିବା ପାଇଁ କୌଣସି ଶୁଭ ମୁହୂର୍ତ ଉପଲବ୍ଧ ନାହିଁ। 

ନଭେମ୍ବର ବିବାହ ମୁହୂର୍ତ 

ନଭେମ୍ବର 2025 ମାସରେ ପଡ଼ୁଥିବା ବିବାହ ମୁହୂର୍ତର ସୂଚୀ: 

ବିବାହ ମୁହୂର୍ତ ତିଥି 

ନକ୍ଷତ୍ର 

ତିଥି 

ସମୟ 

02 ନଭେମ୍ବର , ରବିବାର 

ଉତ୍ତରାଭାଦ୍ରପଦ

ଦ୍ବାଦଶୀ ଓ ତ୍ରୟୋଦଶୀ 

23:10 ରୁ 30:36

03 ନଭେମ୍ବର , ସୋମବାର 

ଉତ୍ତରାଭାଦ୍ରପଦ, ରେବତୀ 

ତ୍ରୟୋଦଶୀ ଓ ଚତୁର୍ଦଶୀ 

06:36 ରୁ 30:37

08 ନଭେମ୍ବର , ଶନିବାର 

ମୃଗଶିରା 

ଚତୁର୍ଥୀ 

07:31 ରୁ 22:01

12 ନଭେମ୍ବର , ବୁଧବାର 

ମଘା 

ନବମୀ 

24:50 ରୁ 30:43

15 ନଭେମ୍ବର , ଶନିବାର 

ଉତ୍ତରାଫାଲ୍ଗୁନୀ, ହସ୍ତ 

ଏକାଦଶୀ ଓ ଦ୍ବାଦଶୀ 

06:44 ରୁ 30:45

16 ନଭେମ୍ବର , ରବିବାର 

ହସ୍ତ 

ଦ୍ବାଦଶୀ 

06:45 ରୁ 26:10

22 ନଭେମ୍ବର , ଶନିବାର 

ମୂଳ 

ତୃତୀୟା 

23:26 ରୁ 30:49

23 ନଭେମ୍ବର , ରବିବାର 

ମୂଳ 

ତୃତୀୟା 

06:49 ରୁ 12:08

25 ନଭେମ୍ବର , ମଙ୍ଗଳବାର 

ଉତ୍ତରାଷାଢ଼ା 

ପଞ୍ଚମୀ ଓ ଷଷ୍ଠୀ 

12:49 ରୁ 23:57

ଡିସେମ୍ବର ମୁହୂର୍ତ 

ଏହି ମାସରେ ବିବାହ କରିବା ପାଇଁ କୌଣସି ଶୁଭ ମୁହୂର୍ତ ଉପଲବ୍ଧ ନାହିଁ।

ସନ୍ତାନର କ୍ୟାରୀଅରର ହେଉଛି ଚିନ୍ତା! ଏବେ ଅର୍ଡର କରନ୍ତୁ କୋଗ୍ନିଆଷ୍ଟ୍ରୋ ରିପୋର୍ଟ୍

ବିବାହ ମୁହୂର୍ତର ଗଣନା କିପରି କରାଯାଏ 

ପୁରୁଷ ଏବଂ ସ୍ତ୍ରୀର ବିବାହ ମୁହୂର୍ତ ଜାଣିବା ପାଇଁ ସର୍ବପ୍ରଥମେ ଦୁହିଁକର କୁଣ୍ଡଳୀ ମିଶାଯାଏ। ଏହା ପରେ ବିବାହ ମୁହୂର୍ତ ଠିକ କରାଯାଏ। ଜ୍ଯୋତିଷ ପୁଅ ଓ ଝିଅର ଜାତକ ମିଶାଇବା ପରେ ଶୁଭ ବିବାହ ଲଗ୍ନ ମୁହୂର୍ତ ଗଣନା କରନ୍ତି। ଅନେକ ତିଥି ବାହାରିଥାଏ ଯାହା ମଧ୍ୟରୁ ଗୋଟିଏ ତିଥି ବଛାଯାଏ ଯେଉଁଥିରେ ବିବାହ ସମ୍ପନ୍ନ ହୁଏ। 

ଜ୍ଯୋତିଷ ବର-କନ୍ୟାଙ୍କର କୁଣ୍ଡଳୀରେ 36ଟି ଗୁଣକୁ ମିଶାଇ ଥାଆନ୍ତି। ଏହି ଗୁଣ ମିଶାଇବା ପରେ ହି ଜଣା ପଡ଼େ ବିବାହ ପରେ ତାଙ୍କର ଜୀବନ କିପରି ରହିବ। ବିବାହ ପାଇଁ ପୁଅ ଓ ଝିଅର 36 ରୁ 18 ଗୁଣ ନିଶ୍ଚିତ ମିଶିବା ଦରକାର। 

36 ରୁ18 କିମ୍ବା 25 ଗୁଣ ମିଶିଲେ, ଏହି ଯୋଡ଼ିକୁ ସାମାନ୍ଯ କୁହାଯାଏ। 25 ରୁ 32 ଗୁଣ ମିଶିଲେ ଉତ୍ତମ ହୋଇଥାଏ ଓ 32 ରୁ 36 ଗୁଣ ମିଶିଲେ ସର୍ବୋତ୍ତମ ହୋଇଥାଏ। ବହୁତ କମ ଲୋକଙ୍କର 32 ରୁ 36 ଗୁଣ ମିଶିପାରେ। ଶାସ୍ତ୍ର ଅନୁସାରେ ଯେଉଁ ଲୋକଙ୍କର ଗୁଣ ଅଧିକ ମିଶେ, ତାଙ୍କର ବୈବାହିକ ଜୀବନ ଅଧିକ ସୁଖମୟ ହୋଇଥାଏ। 

ବିବାହର ଅନୁଷ୍ଠାନ ଏବଂ ରୀତି ନୀତି ପାଇଁ ଦୈନିକ ପାଞ୍ଜି ଅନୁସାରେ ଚୌଘାଡ଼ିୟା ସମୟର ଉପଯୋଗ କରାଯାଇ ପାରିବ। ବିବାହ ପାଇଁ ଶୁଭ ମୁହୂର୍ତ ଜାଣିବାରେ ପାଞ୍ଜି ଓ କୁଣ୍ଡଳୀ ମହତ ଭୂମିକା ଗ୍ରହଣ କରିଥାନ୍ତି। ପଣ୍ଡିତ ନକ୍ଷତ୍ରରେ ଚନ୍ଦ୍ରଙ୍କର ସ୍ଥିତି ବିଶ୍ଳେଷଣା କରନ୍ତି ଓ ମୁହୂର୍ତ ଜାଣିବା ପାଇଁ ବର-କନ୍ୟାଙ୍କର ଜନ୍ମ ଜାତକ ହେବା ଆବଶ୍ୟକ। ବର-କନ୍ୟାଙ୍କ ପାଇଁ ଶୁଭ ମୁହୂର୍ତ ବାହାର କରିବା ଦ୍ବାରା ଦାମ୍ପତ୍ୟ ଜୀବନ ସୁଖମୟ ହୋଇଥାଏ। 

ପାଆନ୍ତୁ ନିଜର କୁଣ୍ଡଳୀ ଉପରେ ଆଧାରିତ ସଠିକ ଶନି ରିପୋର୍ଟ୍

ବିବାହ ମୁହୂର୍ତରେ ବିବାହ କରିବାର କ୍ଷତି 

ଯଦି କୌଣସି ବ୍ୟକ୍ତି ଶୁଭ ମୁହୂର୍ତ କିମ୍ବା ତିଥିରେ ବିବାହ କରେ ନାହିଁ ତେବେ ଜ୍ଯୋତିଷଶାସ୍ତ୍ର ଅନୁସାରେ ତାକୁ ନିଜର ବୈବାହିକ ଜୀବନରେ କିଛି ସମସ୍ଯା ସାମ୍ନା କରିବାକୁ ପଡ଼ିଥାଏ। 

ଏପରି ସ୍ଥିତିରେ ସ୍ବାମୀ-ସ୍ତ୍ରୀ ଭିତରେ ଝଗଡ଼ା ହୁଏ ଓ ତାଳମେଳ ଖରାପ ହୁଏ। ଏହା ବ୍ୟତୀତ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ବୁଝାମଣା ରୁହେ ନାହିଁ। 

ବିବାହ ଶୁଭ ମୁହୂର୍ତ ପାଇଁ ଶୁଭ ନକ୍ଷତ୍ର, ତିଥି ଓ ଯୋଗ 

ହିନ୍ଦୁ ଧର୍ମରେ ବିବାହ ସଂସ୍କାର ପାଇଁ କିଛି ବିଶେଷ ନକ୍ଷତ୍ର, ତିଥି ଏବଂ ଯୋଗ ଶୁଭ କୁହାଯାଏ। ଆଗକୁ ଜାଣିବେ ଯେ 2025 ବିବାହ ମୁହୂର୍ତ ପାଇଁ କେଉଁ ନକ୍ଷତ୍ର, ତିଥି, ମୁହୂର୍ତ ଓ ଦିନ ଏବଂ ଯୋଗ ଶୁଭ ହୋଇଥାଏ। 

  • ମୁହୂର୍ତ: ବିବାହ ସଂସ୍କାର ପାଇଁ ଅଭିଜିତ ମୁହୂର୍ତ ଓ ଗୋଧୂଳି ବେଳା ସବୁଠାରୁ ଉତ୍ତମ କୁହଯାଏ। 
  • ତିଥି: ବିବାହ ମୁହୂର୍ତ ଅନୁସାରେ, ବିବାହ ସମ୍ପନ୍ନ କରିବା ପାଇଁ ଶୁଭ ତିଥି ବିଷୟରେ କହିବାକୁ ଗଲେ, ଏଥିରେ ଦ୍ଵିତୀୟା, ତୃତୀୟା, ପଞ୍ଚମୀ, ସପ୍ତମୀ, ଏକାଦଶୀ ଓ ତ୍ରୟୋଦଶୀ ତିଥି ଭଲ। ହିନ୍ଦୁ ଧର୍ମରେ ଏହି ତିଥିଗୁଡ଼ିକରେ ବିବାହ କରିବା ଅତ୍ୟନ୍ତ ଶୁଭ।
  • କରଣ: କିକିଂସ୍ତୁଘନା କରଣ, ବଲବୀ କରଣ, ବାବା କରଣ, କୌଲବ କରଣ ଓ ଗାରୋ କରଣ, ବନିଜା କରଣ, ତୈଳିତା କରଣ ବିବାହ କାର୍ଯ୍ୟ ପାଇଁ ଭଲ। 
  • ଦିନ: ଯଦି ଆପଣ କୌଣସି ଶୁଭ ଦିନ ବିବାହ କରିବାକୁ ଚାହୁଁଛନ୍ତି ତେବେ ସୋମବାର, ବୁଧବାର, ଗୁରୁବାର ଓ ଶୁକ୍ରବାରରୁ କୌଣସି ଏକ୍ ଦିନ ବାଛି ପାରିବେ। 
  • ଯୋଗ: ସନାତନ ଧର୍ମରେ ବିବାହ ପାଇଁ ସୌଭାଗ୍ୟ ଯୋଗ, ପ୍ରୀତି ଯୋଗ ଓ ହର୍ଷଣ ଯୋଗ ମଙ୍ଗଳକାରୀ ଅଟେ। 

ସମସ୍ତ ଜ୍ୟୋତିଷୀୟ ସମାଧାନ ପାଇଁ କ୍ଲିକ କରନ୍ତୁ:ଅନଲାଇନ ଶପିଂ ସ୍ଟୋର

ଆମେ ଆଶା କରୁଛୁ ଯେ ଆପଣଙ୍କୁ ଏହି ଆର୍ଟିକଲ୍ ପସନ୍ଦ ଆସିଥିବ। ଆଷ୍ଟ୍ରୋକେମ୍ପ ସହିତ ଜଡ଼ିତ ଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ!

ପ୍ରାୟତଃ ପଚରା ଯାଉଥିବା ପ୍ରଶ୍ନ

1. ବର୍ଷ 2025 ରେ ବିବାହ ପାଇଁ ଶୁଭ ମୁହୂର୍ତ କେବେ ଅଛି?

ଜାନୁଆରୀ ରୁ ଜୁନ 2025 ପର୍ଯ୍ୟନ୍ତ ବିବାହର ଅନେକ ମୁହୂର୍ତ ଅଛି।

2. ଅପ୍ରିଲ 2025 ରେ କେତୋଟି ଲଗ୍ନ ଅଛି?

2025ର ଅପ୍ରିଲ ରେ ବିବାହର 8ଟି ମୁହୂର୍ତ ଉପଲବ୍ଧ ଅଛି।

3. କ’ଣ ଅକ୍ଷୟ ତୃତୀୟା ବିବାହ ପାଇଁ ଶୁଭ ଦିନ?

ଅକ୍ଷୟ ତୃତୀୟା ବିବାହ ପାଇଁ ଶୁଭ କୁହାଯାଏ କାରଣ ଏହି ଦିନ ଅବୁଝ ମୁହୂର୍ତ ପଡ଼େ।

4. 2025 ରେ କେବେ ବିବାହ ମୁହୂର୍ତ ନାହିଁ?

ଏହି ବର୍ଷ ଜୁଲାଇ ରୁ ଅକ୍ଟୋବର ପର୍ଯ୍ୟନ୍ତ ବିବାହର କୌଣସି ମୁହୂର୍ତ ନାହିଁ।

More from the section: Horoscope 3932
Buy Today
Gemstones
Get gemstones Best quality gemstones with assurance of AstroCAMP.com More
Yantras
Get yantras Take advantage of Yantra with assurance of AstroCAMP.com More
Navagrah Yantras
Get Navagrah Yantras Yantra to pacify planets and have a happy life .. get from AstroCAMP.com More
Rudraksha
Get rudraksha Best quality Rudraksh with assurance of AstroCAMP.com More
Today's Horoscope

Get your personalised horoscope based on your sign.

Select your Sign
Free Personalized Horoscope 2024
© Copyright 2024 AstroCAMP.com All Rights Reserved