• Talk To Astrologers
  • Brihat Horoscope
  • Ask A Question
  • Child Report 2022
  • Raj Yoga Report
  • Career Counseling
Personalized
Horoscope

କର୍କଟ 2025 ରାଶିଫଳ ରୁ ଜାଣନ୍ତୁ ନିଜର ଭବିଷ୍ୟ!

Author: Vijay Pathak | Last Updated: Mon 26 Aug 2024 1:51:53 PM

ଆଷ୍ଟ୍ରୋକେମ୍ପର କର୍କଟ 2025 ରାଶିଫଳରେ ଆପଣଙ୍କୁ ଏହା ଜାଣିବାକୁ ମିଳିବ ଯେ 2025 ରେ କର୍କଟ ରାଶିର ଲୋକଙ୍କ ଜୀବନରେ କେଉଁ ପ୍ରକାରର ପରିବର୍ତ୍ତନ ଆସିପାରେ। ତାହା ସହିତ ସମ୍ବନ୍ଧିତ ସମସ୍ତ ସଠିକ ଭବିଷ୍ୟବାଣୀ ଜାଣିବାକୁ ମିଳିବ। ଏହି ଭବିଷ୍ୟବାଣୀ 2025ର ଗୋଚର ଗଣନା ଉପରେ ଆଧାରିତ। ଚଳାନ୍ତୁ ଏବେ ଜାଣିବା ବର୍ଷ 2025 ରେ କର୍କଟ ରାଶି ଲୋକଙ୍କ ଜୀବନରେ କେଉଁ ପ୍ରକାରର ପରିବର୍ତ୍ତନ ଆସିବାର ସମ୍ଭାବନା ଅଛି ଓ କେଉଁ ଦିଗରେ ତାଙ୍କୁ ସାବଧାନ ରହିବାକୁ ପଡ଼ିବ। 

 କର୍କଟ 2025 ରାଶିଫଳ ରୁ ଜାଣନ୍ତୁ ନିଜର ଭବିଷ୍ୟ!

ଆସନ୍ତୁ ଆଗକୁ ବିସ୍ତୃତରେ ପଢ଼ିବା ଯେ କର୍କଟ 2025 ରାଶିଫଳ ଅନୁସାରେ ବର୍ଷ 2025 କର୍କଟ ରାଶିର ଲୋକଙ୍କ ଜୀବନରେ କେଉଁ ପ୍ରକାରର ପରିବର୍ତ୍ତନ ଆସିବ। 

Read In Detail: Cancer 2025 Horoscope

ଆର୍ଥିକ ଜୀବନ 

ଯଦି କର୍କଟ ରାଶି ଲୋକଙ୍କର ଆର୍ଥିକ ସ୍ଥିତି ବିଷୟରେ କହିବା ତେବେ କର୍କଟ 2025 ରାଶିଫଳ ଏହା ଭବିଷ୍ୟବାଣୀ କରୁଛି ଯେ ଏହି ବର୍ଷ ଆପଣଙ୍କ ଆର୍ଥିକ ଅବସ୍ଥା ଭଲ ରହିବାର ସମ୍ଭାବନା ଅଛି। ଆପଣଙ୍କୁ କିଛି ସତର୍କତା ରଖିବାକୁ ହେବ। ବର୍ଷର ଆରମ୍ଭରେ ଦେବଗୁରୁ ବୃହସ୍ପତି ଆପଣଙ୍କର ଏକାଦଶ ଘରେ ରହିବେ ଓ ଏହା ଆପଣଙ୍କର ଭାଗ୍ୟ ଘରର ସ୍ବାମୀ ମଧ୍ୟ। ଏହି ଗ୍ରହ ସ୍ଥିତି ଆର୍ଥିକ ଦିଗରେ ଆପଣଙ୍କୁ ଭଲ ବୃଦ୍ଧି ପ୍ରଦାନ କରିବ। ବର୍ଷର ଆରମ୍ଭରେ ଶନି ମହାରାଜ ଅଷ୍ଟମ ଘରେ ବସି କିଛି ଧନ ସମ୍ବନ୍ଧିତ ଚିନ୍ତା ଦେବେ କିନ୍ତୁ ମାର୍ଚ୍ଚ ମାସରେ ଏହା ଆପଣଙ୍କର ନବମ ଘରକୁ ଯିବେ, ତେବେ ଧନ ସମ୍ବନ୍ଧିତ ସମସ୍ଯା ଆପେ ଆପେ ଦୁର୍ ହୋଇଯିବ। ଆପଣଙ୍କୁ କେଉଁଠାରୁ ହଠାତ ଧନ ମିଳିପାରେ। କିଛି ସମ୍ପତି ପ୍ରାପ୍ତ ହୋଇପାରେ। ଗୁପ୍ତର ଧନ ମିଳିପାରେ କିମ୍ବା ଆର୍ଥିକ ସ୍ଥିତି ସମ୍ବନ୍ଧିତ ଶୁଭ ପରିଣାମ ମିଳିବାର ଯୋଗ ତିଆରି ହେବ। ମଈ ମାସରେ ରାହୁ ଅଷ୍ଟମ ଘରକୁ ଯିବେ ଯାହା ହଠାତ ଧନ ଲାଭ ପ୍ରଦାନ କରିବେ, କିନ୍ତୁ ଆପଣକୁ ଧନ ଖର୍ଚ୍ଚ କରିବା ବେଳେ ସାବଧାନ ରହିବାକୁ ହେବ। 

कर्क राशि का राशिफल विस्तार से पढ़ेंकर्क राशिफल 2025

ସ୍ବାସ୍ଥ୍ୟ 

କର୍କଟ ରାଶିଫଳ ଅନୁସାରେ କର୍କଟ ରାଶି ଲୋକଙ୍କର ସ୍ବାସ୍ଥ୍ୟ ପାଇଁ ଆରମ୍ଭରେ ଉତ୍ଥାନ-ପତନ ଆସିବ କାରଣ ମଙ୍ଗଳ ମହାରାଜ ଆପଣଙ୍କର ରାଶିର ବସିଥିବେ ଓ ଶନି ମହାରାଜ ଶୁକ୍ରଙ୍କ ସହିତ ଆପଣଙ୍କର ଅଷ୍ଟମ ଘରେ ରହିବେ। ଏହା ଦ୍ବାରା ସ୍ବାସ୍ଥ୍ୟ ସମ୍ବନ୍ଧିତ ସମସ୍ଯା ଅସୁବିଧା କରାଇପାରେ। ଅକ୍ଷୟ ସମସ୍ଯା ହେବ କିମ୍ବା ପେଟ ସମ୍ବନ୍ଧିତ ସମସ୍ଯା ବିଶେଷ ରୂପରେ ହେବ। ଏହା ପରେ ଯେତବେଳେ ଶନି ମହାରାଜ ନବମ ଘରକୁ ଯିବେ ତେବେ ମଈ ମାସରେ ଦେବଗୁରୁ ବୃହସ୍ପତି ଦ୍ଵାଦଶ ଘରକୁ ଯିବେ। ଏପରି ସ୍ଥିତିରେ ତେଲିଆ ଖାଦ୍ଯ ଖାଆନ୍ତୁ ନାହିଁ ଓ ସ୍ବାସ୍ଥ୍ୟ କୁ ନେଇ ଧ୍ୟାନ ରଖନ୍ତୁ। ଅକ୍ଟୋବର ମାସରେ ଦେବଗୁରୁ ବୃହସ୍ପତି ଆପଣଙ୍କର ରାଶିରେ ଆସିବେ ଓ ନିଜର ଉଚ୍ଚ ଅବସ୍ଥାରେ ରହିବେ ଓ ଆପଣଙ୍କର ସ୍ବାସ୍ଥ୍ୟ ସମ୍ବନ୍ଧିତ ସମସ୍ତ ଆଶଙ୍କା ହ୍ରାସ କରିବେ ଓ ଆପଣଙ୍କୁ ଉତ୍ତମ ସ୍ବାସ୍ଥ୍ୟ ପ୍ରଦାନ କରିବେ। କିନ୍ତୁ ସେ ପର୍ଯ୍ୟନ୍ତ ଆପଣଙ୍କୁ ନିଜର ସ୍ବାସ୍ଥ୍ୟ ଉପରେ ବିଶେଷ ଧ୍ୟାନ ଦେବାକୁ ହେବ। ସକାଳେ ଚାଲିବା ଅଭ୍ଯାସ କରନ୍ତୁ ଓ ଭଲ ଖାଦ୍ଯ ଖାଆନ୍ତୁ। 

କ’ଣ ଆପଣଙ୍କର ଜାତକରେ ଅଛି ଶୁଭ ଯୋଗ? ଜାଣିବା ପାଇଁ ଏବେ କିଣନ୍ତୁ ବୃହତ କୁଣ୍ଡଳୀ

କ୍ୟାରୀଅର 

ଏହି ରାଶିଫଳ ଅନୁସାରେ ବର୍ଷ 2025 ଆପଣଙ୍କ କ୍ୟାରୀଅର ପାଇଁ ଭଲ ପରିଣାମ ଆଣିବ। ଏହି ବର୍ଷ ଚାକିରି କରୁଥିବା ଲୋକଙ୍କ ପାଇଁ ମାର୍ଚ୍ଚ ପରେ ଭଲ ସୁଯୋଗ ମିଳିବ। ବର୍ତ୍ତମାନ ଚାକିରିରେ ସ୍ଥାନାନ୍ତରଣର ସ୍ଥିତି ତିଆରି ହୋଇପାରେ। ଏହି ସ୍ଥାନାନ୍ତରଣ ଆପଣଙ୍କର ସୁବିଧା ପାଇଁ ହେବ ଓ ଆପଣକୁ ଆର୍ଥିକ ଲାଭ ମିଳିବ। ଯେଉଁ ଲୋକମନେ ଦୀର୍ଘ ସମୟ ପାଇଁ ଚାକିରି କରିଥିଲେ ସେମାନଙ୍କୁ ଉତ୍ତମ ଚାକିରି ମିଳିବାର ଯୋଗ ମାର୍ଚ୍ଚ ପରେ ତିଆରି ହେବ ଯେଉଁଥିରେ ତାଙ୍କୁ ଉତ୍ତମ ମାନ ସମ୍ମାନ ଓ ଧନ ଲାଭ ତଥା ସ୍ଥାୟିତ୍ଵ ପ୍ରାପ୍ତି ହେବ ଓ ସନ୍ତୁଷ୍ଟି ମିଳିବ। ବ୍ୟବସାୟ କରୁଥିବା ଲୋକଙ୍କ ପାଇଁ ଏହି ବର୍ଷର ଆରମ୍ଭ କିଛି ଦୁର୍ବଳ ରହିବ। ଆପଣଙ୍କୁ କୋର୍ଟ ମାମଲାରେ ସାବଧାନ ରହିବାକୁ ପଡ଼ିବ। କୌଣସି ଏପରି କାମ କରନ୍ତୁ ନାହିଁ ଯେଉଁଥିପାଇଁ ଆପଣଙ୍କୁ ଆଇନର ସାମ୍ନା କରିବାକୁ ପଡ଼ିବ। ମାର୍ଚ୍ଚ ପରେ ବ୍ୟବସାୟ ସମ୍ବନ୍ଧିତ ଯାତ୍ରା ଲାଭଦାୟକ ହେବ। ଯାତ୍ରାରୁ ଲାଭ ହେବ ଓ ବ୍ୟବସାୟରେ ପ୍ରଗତି ହେବ। 

ଶିକ୍ଷା 

କର୍କଟ ରାଶିର ବିଦ୍ୟାର୍ଥୀ ବର୍ଗର ଶିକ୍ଷା ବିଷୟରେ କହିବାକୁ ଗଲେ କର୍କଟ 2025 ରାଶିଫଳ ଅନୁସାରେ ବର୍ଷର ଆରମ୍ଭ ବିଦ୍ୟାର୍ଥୀଙ୍କ ପାଇଁ ଅତି ଉତ୍ତମ ରହିବ କାରଣ ପଞ୍ଚମ ଘରେ ବୁଧ ମହାରାଜ ରହିବେ। ତେବେ ମଈ ମାସ ପର୍ଯ୍ୟନ୍ତ ଦେବଗୁରୁ ବୃହସ୍ପତି ଏକାଦଶ ଘରେ ବସି ପଞ୍ଚମ ଘରକୁ ପୂର୍ଣ ଦୃଷ୍ଟ ସହିତ ଦେଖିବେ। ଏହା ଦ୍ବାରା ଆପଣଙ୍କର ବୁଦ୍ଧି ତିକ୍ଷ୍ଣ ହେବ। ଆପଣଙ୍କ ଭିତରେ ଜ୍ଞାନ ବୃଦ୍ଧି ହେବ। ଆପଣ ନିଜାତ ପାଠ ପଢ଼ା ପାଇଁ ଆଗ୍ରହୀ ହେବେ। କେବଳ ସାମାନ୍ଯ ବିଦ୍ୟାର୍ଥୀ ନୁହେଁ ବରଂ ଯେଉଁମାନେ ପାଠ ପଢ଼ା ଛାଡ଼ିସାରିଛନ୍ତି, ସେମାନଙ୍କର ମଧ୍ୟ ପଢ଼ାରେ ମନ ଲାଗିବ ଓ ସେ ପଢ଼ିବାକୁ ଚାହିଁବେ। ଏହା ଦ୍ବାରା ଆପଣଙ୍କୁ ଅଲଗା ଅଲଗା ଜ୍ଞାନ ପ୍ରାପ୍ତ ହେବାର ଯୋଗ ତିଆରି ହେଉଛି। ଜ୍ଯୋତିଷ ଓ ଆଧ୍ୟାତ୍ମିକ ଜ୍ଞାନ ପ୍ରାପ୍ତ କରିବାର ବିଶେ ଯୋଗ ତିଆରି ହେଉଛି ଯାହା ଆପଣଙ୍କୁ ଅଧିକ ପରିପକ୍ଵ କରିବ। ପ୍ରତିଯୋଗିତା ପରୀକ୍ଷା ପାଇଁ ଏହି ବର୍ଷର ଆରମ୍ଭ ଉତ୍ତମ ରହିବ। ଯଦି ଆପଣ ବିଦେଶ ଯିବାକୁ ଚାହୁଁଛନ୍ତି ତେବେ ମଈ ପରେ ଯେବେ ଦେବଗୁରୁ ବୃହସ୍ପତି ଦ୍ଵାଦଶ ଘରକୁ ଯିବେ , ତେବେ ଆପଣଙ୍କର ଏହି ସ୍ବପ୍ନ ପୁରାଣ ହେବ ଓ ଆପଣ ବିଦେଶ ଯାଇ ପଢ଼ି ପାରିବେ। 

ସନ୍ତାନର କ୍ୟାରୀଅରର ହେଉଛି ଚିନ୍ତା! ଏବେ ଅର୍ଡର କରନ୍ତୁ କୋଗ୍ନିଆଷ୍ଟ୍ରୋ ରିପୋର୍ଟ୍

ପାରିବାରିକ ଜୀବନ 

ଏହି କର୍କଟ 2025 ରାଶିଫଳ ଅନୁସାରେ ବର୍ଷ 2025 ଆପଣଙ୍କ ଜୀବନ ପାଇଁ ବର୍ଷର ଆରମ୍ଭରେ କିଛି କଠିନ ରହିବ କାରଣ ଆପଣଙ୍କର ରାଶିରେ ବସିଥିବା ନିଚ୍ଚ ରାଶି ମଙ୍ଗଳ ମହାରାଜଙ୍କର ଦୃଷ୍ଟି ଚତୁର୍ଥ ଘର ଉପରେ ରହିବ। ଦ୍ଵିତୀୟ ଘରର ସ୍ବାମୀ ସୂର୍ଯ୍ୟ ମହାରାଜ ବର୍ଷର ଆରମ୍ଭରେ ଷଷ୍ଠ ଘରେ ରହିବେ ତେବେ ଶନି ମହାରାଜଙ୍କ ସହିତ ଅଷ୍ଟମ ଘରେ ରହିବେ, ଏହି ସବୁ ପରିସ୍ଥିତି ପାରିବାରିକ ଜୀବନ ପାଇଁ ଅନୁକୂଳ କୁହାଯିବ ନାହିଁ ସେଥିପାଇଁ ସାବଧାନ ରୁହନ୍ତୁ। ବର୍ଷର ଆରମ୍ଭରେ ମାତାଙ୍କୁ କିଛି ସ୍ବାସ୍ଥ୍ୟ ସମସ୍ଯା ହଇରାଣ କରିପାରେ, ତାଙ୍କର ଧ୍ୟାନ ରଖିବାକୁ ହେବ। ଏହା ପରେ ଧୀରେ ଧୀରେ ପରିସ୍ଥିତିରେ ସୁଧାର ଆସିବ କିନ୍ତୁ ବର୍ଷର ପ୍ରଥମ ତିନିମାସରେ ସାବଧାନ ରୁହନ୍ତୁ। ଏହା ପରେ ଧୀରେ ଧୀରେ ପରିବାରରେ ସାମଞ୍ଜସ୍ୟ ସ୍ଥାପନ ହେବ ଓ ଆପଣ ମଧ୍ୟ ପରିବାର ସହିତ ମିଶି ରହିବେ ଯାହା ଦ୍ବାରା ପାରିବାରିକ ଜୀବନରେ ଏକ ସଂତୁଲଂ ସ୍ଥାପିତ ହେବ ଓା ଆପଣଙ୍କୁ ଆପଣ ପରିବାର ଲୋକ ପ୍ରେମ ଓ ସ୍ନେହ ପ୍ରାପ୍ତ ହେବ ତଥା ପାରିବାରିକ ଜୀବନ ଖୁସିରେ ପୁରି ଉଠିବ। ପରିବାରରେ ଏହି ବର୍ଷ କୌଣସି ବଡ଼ ପୂଜା ସମ୍ପୂର୍ଣ ହେବ। 

ବୈବାହିକ ଜୀବନ 

ଏହି କର୍କଟ 2025 ରାଶିଫଳ ଅନୁସାରେ ଯଦି ଆପଣ ବିବାହିତ ଲୋକ ତେବେ ଆପଣଙ୍କ ପାଇଁ ବର୍ଷର ରମ୍ଭ ଟିକେ କଷ୍ଟକର ହେବ। ବର୍ଷର ଆରମ୍ବରେ ମଙ୍ଗଳ ମହାରାଜ ଆପଣଙ୍କର ରାଶିରେ ରହି ସପ୍ତମ ଘରକୁ ଦେଖିବେ ଯାହା ଦ୍ବାରା ବୈବାହିକ ସମ୍ବନ୍ଧରେ ଚାପର ସ୍ଥିତି ବଢ଼ିବ। ଆପଣ ଓ ଆପଣଙ୍କର ଜିବନସାଥୀ ମଧ୍ୟରେ ଝଗଡ଼ା ହୋଇପାରେ। ଏହି ପ୍ରକାର ଆପଣଙ୍କୁ ସାବଧାନ ରହି ଆଗକୁ ବଢ଼ିବାକୁ ହେବ। ମଙ୍ଗଳ ମହାରାଜ 21 ଜାନୁଆରୀ ରେ ବକ୍ରୀ ଅବସ୍ଥରେ ଦ୍ଵାଦଶ ଘରକୁ ଯାଇ ସପ୍ତମ ଘରକୁ ଦେଖିବେ, ଏହା ପରେ 3 ଅପ୍ରିଲରେ ପୁଣିଥରେ କର୍କଟ ରାଶିକୁ ଯିବେ ଓ 7 ଜୁନରେ ସିଂହ ରାଶିରେ ରହିବେ, ସେ ପର୍ଯ୍ୟନ୍ତ ସମୟ ସମସ୍ଯାରେ ପୁରି ରହିବ କିନ୍ତୁ 28 ଜୁଲାଇ ରୁ ଯେବେ ମଙ୍ଗଳ ମହାରାଜ କନ୍ୟା ରାଶିରେ ନିଜର ତୃତୀୟ ଘରେ ରହିବେ, ତେବେ ବୈବାହିକ ଜୀବନରେ ଚାଲୁଥିବା ସମସ୍ଯା ଧୀରେ ଧୀରେ ହ୍ରାସ ପାଇବ ଓ ଆପଣ ଶାନ୍ତି ପାଇବେ। ଆପଣଙ୍କୁ ଧର୍ଯ୍ୟ ସହିତ ଆଗକୁ ବଢ଼ିବା ଉଚିତ। ଏହି ଥର ଜୀବନସଥୀ ସହିତ ଲମ୍ବା ଯାତ୍ରାର ଯୋଗ ତିଆରି ହେବ ଯାହା ଦ୍ବାରା ଆପଣଙ୍କର ପ୍ରେମ ବଢ଼ିବ ଓ ଆପଣ ପରସ୍ପରର ନିକଟତର ହେବେ। ଅକ୍ଟୋବର ରୁ ଡେକେ,ବେର ମଧାୟରେ ବୃହସ୍ପତି ମହାରାଜ ଆପଣଙ୍କର ରାଶିରେ ରହି ପଞ୍ଚମ ଓ ସପ୍ତମ ତଥା ନବମ ଘରକୁ ଦେଖିବେ ଯାହା ଦ୍ବାରା ସନ୍ତାନ ସୁଖ ମିଳିବ ଓ ବୈବାହିକ ଜୀବନରେ ପ୍ରେମ ବଢ଼ିବ। 

ପାଆନ୍ତୁ ନିଜର ଜାତକ ଉପରେ ଆଧାରିତ ସଠିକ ଶନି ରିପୋର୍ଟ୍

ପ୍ରେମ ଜୀବନ 

କର୍କଟ ରାଶିଫଳ ଆପଣଙ୍କର ପ୍ରେମ ଜୀବନ ପାଇଁ ଏହି ଭବିଷ୍ୟବାଣୀ କରୁଛି ଯେ ବର୍ଷର ଆରମ୍ଭ ଆପଣଙ୍କର ପ୍ରେମ ଜୀବନ ପାଇଁ ଅନୁକୂଳ ରହିବ। ବୁଧ ମହାରାଜ ପଞ୍ଚମ ଘରେ ରହିବେ ଓ ଦେବଗୁରୁ ବୃହସ୍ପତିଙ୍କ ତାଙ୍କ ଉପରେ ଦୃଷ୍ଟି ପ୍ରେମ ସମ୍ବନ୍ଧକୁ ଦୃଢ଼ କରିବ। ଆପଣଙ୍କର ସାମଞ୍ଜସ୍ୟ ଭଲ ହେବ। ଆପଣ ପରସ୍ପର ସହିତ ନିଜର ମନ କଥା କହିବ ସହଜ ହେବ ଓ ଆପଣ ସମ୍ପର୍କକୁ ଅଧିକ ମହତ୍ଵ ଦେବେ। ମଙ୍ଗଳ ମହାରାଜ ଜୁନ ରୁ ଜୁଲାଇ ମଧ୍ୟରେ ଆପଣଙ୍କର ଦ୍ଵିତୀୟ ଘରେ ରହି ପଞ୍ଚମ ଘ ଉପରେ ପୂର୍ଣ ଦୃଷ୍ଟି ରଖିବେ। ଏହି ସମୟରେ ଆପଣ ନିଜର ପରିବାର ସହିତ ନିଜର ବିବାହ ବିଷୟରେ କଥା ହୁଅନ୍ତୁ ନାହିଁ, ଅନ୍ୟଥା ସମସ୍ଯା ଉତ୍ପନ୍ନ ହୋଇପାରେ। ଏହା ପରେ ଆପଣଙ୍କର [ଆରଇଏମ ଜୀବନ ଅଧିକ ଭଲରେ ଆଗକୁ ବଢ଼ିବ। ବିଶେଷ କରି ଅକ୍ଟୋବର ରୁ ଡିସେମ୍ବର ମଧ୍ୟରେ ଯେତବେଳେ ଦେବଗୁରୁ ବୃହସ୍ପତି ପଞ୍ଚମ ଓ ସପ୍ତମ ଘରେ ଏକା ସାଙ୍ଗରେ ରହିବେ, ତେବେ ଆପଣଙ୍କର ପ୍ରେମ ବିବାହର ଯୋଗ ତିଆରି ହେବ ଓ ସେହି ସମୟ ଆପଣଙ୍କର ପ୍ରେମ ଜୀବନକୁ ସୁଖମୟ କରିବ। 

ଉପାୟ 

  • ଆପଣଙ୍କୁ ପ୍ରତିଦିନ ହନୁମାନଙ୍କର ଉପାସନା କରିବା ଉଚିତ ଓ ସମ୍ଭବ ଯଦି ହୁଏ ମଙ୍ଗଳବାର କିମ୍ବା ଶନିବାର ଦିନ ସୁନ୍ଦରକାଣ୍ଡ କିମ୍ବା ବଜରଙ୍ଗ ବାଁ ପାଠ କରିବା ଉଚିତ। 
  • ବୃହସ୍ପତିବାର ଦିନ ବର ଗଛକୁ ନ ଛୁଇଁ ଜଳ ଅର୍ପଣ କରନ୍ତୁ। 
  • ଆପଣଙ୍କୁ ବର୍ଷକୁ ଥରେ ଶିବଙ୍କର ରୁଦ୍ରାଭିଶେଖ ଅବଶ୍ୟ କରିବା ଉଚିତ। 
  • ଧ୍ୟାନ ଓ ଯୋଗର ସାହାରା ନେବା ମାନସିକ ଶାନ୍ତି ଦେବ। 

ସମସ୍ତ ଜ୍ୟୋତିଷୀୟ ସମାଧାନ ପାଇଁ କ୍ଲିକ କରନ୍ତୁ: ଅନଲାଇନ ଶପିଂ ସ୍ଟୋର

ଆମେ ଆଶା କରୁଛି ଯେ ଆପଣଙ୍କୁ ଆମର ଏହି ଲେଖା ପସନ୍ଦ ଆସିଥିବ। ଏହି ପରି ଅଧିକ ଲେଖା ପାଇଁ ଜଡ଼ିତ ରୁହନ୍ତୁ ଆଷ୍ଟ୍ରୋକେମ୍ପ ସହିତ। ଧନ୍ୟବାଦ!

ପ୍ରାୟତଃ ପଚରା ଯାଉଥିବା ପ୍ରଶ୍ନ

1. କର୍କଟ ରାଶି ଲୋକଙ୍କୁ ବର୍ଷ 2025ରେ କିପରି ପରିଣାମ ମିଳିବ?

କର୍କଟ ରାଶିର ଲୋକଙ୍କୁ ବର୍ଷ 2025ରେ ମିଶ୍ରିତ ପରିଣାମ ପ୍ରାପ୍ତ ହେବ। 

2. ବର୍ଷ 2025 ରେ କର୍କଟ ରାଶି ଲୋକଙ୍କୁ ଚାକିରି ମିଳିବ?

ବର୍ଷ 2025 ରେ ମାର୍ଚ୍ଚ ପରେ କର୍କଟ ରାଶି ଲୋକଙ୍କୁ ନୂଆ ଚାକିରିର ଶୁଭ ସୁଯୋଗ ମିଳିବ। 

3. ବର୍ଷ 2025 ରେ କର୍କଟ ରାଶିର ଲୋକଙ୍କୁ ପ୍ରେମରେ କିପରି ପରିଣାମ ମିଳିବ?

କର୍କଟ ରାଶି ଲୋକଙ୍କୁ ବର୍ଷ 2025ରେ ପ୍ରେମ ଜୀବନରେ ଅନୁକୂଳ ପରିଣାମ ମିଳିବାର ସମ୍ଭାବନା ଅଛି। ଏହି ବର୍ଷ ଆପଣଙ୍କର ପ୍ରେମ ବିବାହ ମଧ୍ୟ ହୋଇପାରେ। 

More from the section: Horoscope 4042
Buy Today
Gemstones
Get gemstones Best quality gemstones with assurance of AstroCAMP.com More
Yantras
Get yantras Take advantage of Yantra with assurance of AstroCAMP.com More
Navagrah Yantras
Get Navagrah Yantras Yantra to pacify planets and have a happy life .. get from AstroCAMP.com More
Rudraksha
Get rudraksha Best quality Rudraksh with assurance of AstroCAMP.com More
Today's Horoscope

Get your personalised horoscope based on your sign.

Select your Sign
Free Personalized Horoscope 2024
© Copyright 2024 AstroCAMP.com All Rights Reserved