• Talk To Astrologers
  • Brihat Horoscope
  • Ask A Question
  • Child Report 2022
  • Raj Yoga Report
  • Career Counseling
Personalized
Horoscope

ସିଂହ 2025 ରାଶିଫଳ ରୁ ଜାଣନ୍ତୁ ନିଜର ଭବିଷ୍ୟ!

Author: Vijay Pathak | Last Updated: Mon 2 Sep 2024 9:46:28 AM

ଆଷ୍ଟ୍ରୋକେମ୍ପର ଏହି ସିଂହ 2025 ରାଶିଫଳରେ ଏହା କୁହାଯାଇଛି ଯେ ବର୍ଷ 2025ରେ ସିଂହ ରାଶିର ଲୋକଙ୍କ ଜୀବନରେ କେଉଁ ପ୍ରକାରର ପରିବର୍ତ୍ତନ ଆସିବ। ତାହା ସହିତ ଜଡ଼ିତ ସମସ୍ତ ସଠିକ ଭବିଷ୍ୟବାଣୀ ଆପଣଙ୍କୁ ପଢ଼ିବାକୁ ମିଳିବ। ଏହି ଭବିଷ୍ୟଫଳ 2025 ପୂରଣ ରୂପରେ ବୈଦିକ ଜ୍ଯୋତିଷ ଉପରେ ଆଧାରିତ ଓ ଆମର ବିଦ୍ବାନ ଏବଂ ଅନୁଭବି ଜ୍ଯୋତିଷଙ୍କ ଦ୍ବାରା ଗ୍ରହ-ନକ୍ଷତ୍ରର ଚଳନ, ସ୍ଥିତି ଓ ଗ୍ରହଙ୍କର ଗୋଚର ଉପରେ ଆଧାର କରି ତିଆରି ହୋଇଛି। ଆସନ୍ତୁ ଜାଣିବା ଯେ ବର୍ଷ 2025ରେ ସିଂହ ରାଶି ଲୋକଙ୍କର ଜୀବନରେ କେଉଁ ପ୍ରକାର ପରିଣାମ ମିଳିପାରିବ। 

କନ୍ୟା 2025 ରାଶିଫଳ

ଏହି ସିଂହ 2025 ରାଶିଫଳ ଅନୁସାରେ ଏହି ବର୍ଷ ଆପଣଙ୍କର ଜୀବନରେ କେଉଁ କେଉଁ ପରିବର୍ତ୍ତନ ଆସୁଛି, କିପରି ରହିବ ଆପଣଙ୍କର ବୃତ୍ତିଗତ ଜୀବନ। ଚାଲନ୍ତୁ ଆଗକୁ ବଢ଼ିବା ଓ ଜାଣିବା ସିଂହ ରାଶି ଲୋକଙ୍କର ଏହି ବର୍ଷ କିପରି ରହିବ।

Read In Detail: Leo 2025 Horoscope

ଆର୍ଥିକ ଜୀବନ 

ଏହି ସିଂହ 2025 ରାଶିଫଳ ଭବିଷ୍ୟବାଣୀ ଅନୁସାରେ ବର୍ଷ 2025 ଆର୍ଥିକ ଦିଗରେ ଆପଣଙ୍କ ପାଇଁ ଉନ୍ନତି ପ୍ରଦାନ୍ କରିବ। ବର୍ଷର ଆରମ୍ଭରେ ରାହୁ ଅଷ୍ଟମ ଘରେ ଓ ମଙ୍ଗଳ ଦ୍ଵାଦଶ ଘରେ ରହି ଆପଣଙ୍କର ଖର୍ଚ୍ଚକୁ ବଢ଼ାଇବେ କିନ୍ତୁ ମଈ ମାସରେ ଦେବଗୁରୁ ବୃହସ୍ପତି ଏକାଦଶ ଘରେ ରହିବେ ତଥା ରାହୁ ମହାରାଜ ମଧ୍ୟ ଅଷ୍ଟମ ଘରୁ ବାହାରି ସପ୍ତମ ଘରକୁ ଯିବେ ଯାହା ବ୍ୟବସାୟରେ ଲାଭ ଆଣିବ ଓ ଆନେ ପ୍ରକାରର ଅତିରିକ୍ତ ଧନ ଲାଭର ଯୋଗ ତିଆରି ହେବ। ଆପଣଙ୍କର ଖର୍ଚ୍ଚ ବଢ଼ିବ। ଏକରୁ ଅଧିକ ମାଧ୍ୟମ ଆପଣଙ୍କୁ ଧନ ପ୍ରଦାନ କରିବ ଯାହା ଦ୍ବାରା ଆପଣଙ୍କର ଆର୍ଥିକ ସ୍ଥିତିରେ ସୁଧାର ଆସିବ। ମାର୍ଚ୍ଚ ଶେଷରେ ଶନି ମହାରାଜ ଅଷ୍ଟମ ଘରେ ରହିବେ। କୌଣସି ପ୍ରକାରର କୋର୍ଟ କଚେରୀ ବିବାଦ କାରଣରୁ ଆପଣଙ୍କୁ ଧନ ଲାଭ ହେବାର ଯୋଗ ତିଆରି ହେବ। ଏହା ସହିତ ହଠାତ କୌଣସି ଧନ ପ୍ରାପ୍ତି ଯୋଗ ତିଆରି ହେବ କିନ୍ତୁ ଏହି ସମୟରେ ବିନିଯୋଗ ହାନୀକାରକ ହୋଇପାରେ। 

सिंह राशि का राशिफल विस्तार से पढ़ेंसिंह राशिफल 2025

ସ୍ବାସ୍ଥ୍ୟ 

ସିଂହ ରାଶିଫଳ ଅନୁସାରେ ଯଦି ଆପଣଙ୍କର ସ୍ବାସ୍ଥ୍ୟ ବିଷୟରେ କହିବା ତେବେ ବର୍ଷର ଆରମ୍ଭରେ ସ୍ବାସ୍ଥ୍ୟ ଦୁର୍ବଳ ରହିବ। ସୂର୍ଯ୍ୟ ପଞ୍ଚମ ଘରେ ରହିବେ,ସ୍ ହାନୀ ଓ ଶୁକ୍ର ସପ୍ତମ ଘରେ, କେତୁ ଦ୍ଵିତୀୟ ଘରେ ଓ ରାହୁ ଅଷ୍ଟମ ଘରେ, ତଥା ମଙ୍ଗଳ ଦ୍ଵାଦଶ ଘରେ ରହିବା ଦ୍ବାରା ସମସ୍ଯା ଚାରିଆଡୁ ପୀଡ଼ିତ କରିବ। କିନ୍ତୁ ଆପଣ ନିଜର ଉତ୍ତମ ଇଚ୍ଛା ଶକ୍ତି ଓ ରୋଗ ପ୍ରତିରୋଧକ ଶକ୍ତି ଦ୍ବାରା ସମସ୍ତ ସମସ୍ଯାରୁ ବଞ୍ଚିପାରିବେ। ସିଂହ 2025 ରାଶିଫଳ ଅନୁସାରେ ବର୍ଷର ଉତ୍ତରାର୍ଦ୍ଧ ଆପଣଙ୍କ ପାଇଁ ଅପେକ୍ଷାକୃତ ଅଧିକ ଅନୁକୂଳ ହେବ କାରଣ ରାହୁ ସପ୍ତମ ଘରେ ରହିବେ, ମଙ୍ଗଳ ମହାରାଜ ମଧ୍ୟ ଦ୍ଵାଦଶ ଘରୁ ବହରିବେ ଓ ବୃହସ୍ପତି ମହାରାଜ ଏକାଦଶ ଘରକୁ ଜ ଆପଣଙ୍କର ସ୍ବାସ୍ଥ୍ୟ ସମସ୍ଯା ହ୍ରାସ କରିବେ କିନ୍ତୁ ଶନି ମହର ପୁରା ବର୍ଷ ଅଷ୍ଟମ ଘରେ ରହିବେ ସେଥିପାଇଁ ଆପଣଙ୍କୁ ନିଜର ସ୍ବାସ୍ଥ୍ୟ ପ୍ରତି ସାବଧାନ ରହିବାକୁ ପଡ଼ିବ। ଛୋଟ ସମସ୍ଯା ଅଣଦେଖା କରିବା ଆପଣଙ୍କ ପାଇଁ ଚିନ୍ତାର କାରଣ ହୋଇପାରେ ସେଥିପାଇଁ ତୁରନ୍ତ ଉପଚାର କରନ୍ତୁ। 

କ’ଣ ଆପଣଙ୍କର ଜାତକରେ ଅଛି ଶୁଭ ଯୋଗ? ଜାଣିବା ପାଇଁ ଏବେ କିଣନ୍ତୁ ବୃହତ କୁଣ୍ଡଳୀ

କ୍ୟାରୀଅର 

ସିଂହ ରାଶିଫଳ ଅନୁସାରେ ଯଦି ଆପଣଙ୍କର କ୍ୟାରୀଅର ବିଷୟରେ କହିବ ତେବେ ଚାକିରି କରୁଥିବା ଲୋକଙ୍କୁ ଉତ୍ତମ ଲାଭ ମିଳିବ। ବର୍ଷର ଆରମ୍ବରେ ଦଶମ ଘରର ସ୍ବାମୀ ଶୁକ୍ର ମହାରାଜ ସପାତ୍ମ ଘରେ ଶନି ମହାରାଜଙ୍କ ସହିତ ରହିବେ ଯିଏ ଷଷ୍ଠ ଘରର ସ୍ବାମୀ ମଧ୍ୟ ଓ ଦେବଗୁରୁ ବୃହସ୍ପତି ଆପଣଙ୍କର ଦଶମ ଘରେ ରହିବେ ଯାହା ଦ୍ବାରା ଆପଣଙ୍କର ଅନୁଭବ ଆପଣଙ୍କୁ ସଫଳତା ପାଇବାରେ ସାହାଜ୍ୟ କରିବ। ଏହା ପରେ ବୃହସ୍ପତି ମହାରାଜ ଏକାଦଶ ଘରକୁଯିବେ ଓ ଶନି ଅଷ୍ଟମ ଘରେ ରହିବେ ଯାହା ଦ୍ବାରା ଆପଣଙ୍କୁ କାର୍ଯ୍ୟକ୍ଷେତ୍ରରେ ପରିଶ୍ରମ କରିବାକୁ ପଡ଼ିବ କିନ୍ତୁ ଧୀରେ ଧୀରେ ତାହାର ଫଳ ମଧ୍ୟ ମିଳିବ। ବର୍ଷର ଅନ୍ତିମ ମାସରେ ଆପଣଙ୍କୁ ଭଲ ସଫଳତା ମିଳିବ। ବର୍ଷର ମଧ୍ୟ ଭାଗରେ କାମ ପାଇଁ ଯାତ୍ରା କରିବାର ସୁଯୋଗ ମିଳିବ। ବ୍ୟବସାୟ କରୁଥିବା ଲୋକଙ୍କପାଇଁ ବର୍ଷର ଆରମ୍ଭ ବହୁତ ଉତ୍ତମ ରହିବ। ଶନି ଓ ଶୁକ୍ର ମହାରାଜଙ୍କ କୃପା ଯୋଗୁଁ ଆପଣଙ୍କୁ ଭଲ ପରିଣାମ ପ୍ରାପ୍ତ ହେବ ଯାହା ପହଳରେ ବ୍ୟବସାୟରେ ଆସୁଥିବା ସମସ୍ଯା ଦୁର୍ ହେବ। ବ୍ୟବସାୟ ଉନ୍ନତି କରିବ। ଏହି ବର୍ଷ ବ୍ୟବସାୟ କ୍ଷେତରେ ବିଶେଷ ଲାଭର ଯୋଗ ତିଆରି ହେଉଛି। କୌଣସି ପ୍ରକାରର ଆଇନ ଚାପରୁ ଦୂରେଇ ରହିବାକୁ ଚେଷ୍ଟା କରନ୍ତୁ।

ଶିକ୍ଷା 

ସିଂହ ରାଶିର ବିଦ୍ୟାର୍ଥୀଙ୍କ ପାଇଁ ଏହି ବର୍ଷର ଆରମ୍ଭ ଭଲ ରହିବ। ଯେଉଁମନେ ଡିଗ୍ରୀ ହାସଲ କରୁଛନ୍ତି ସେମାନଙ୍କୁ କ୍ଯାମ୍ପସ ସିଲେକ୍ଟସନରେ ସଫଳତା ମିଳିବ ଓ ହକିରୀ ପ୍ରାପ୍ତ ହେବ। ପଞ୍ଚମ ଘରର ସ୍ବାମୀ ବୃହସ୍ପତି ମହାରାଜ ବର୍ଷର ଆରମ୍ଭରେ ଦଶମ ଘରେ ରହିବେ ଓ ଏହା ପରେ ମଈ ମାସରେ ଆପଣଙ୍କର ଏକାଦଶ ଘରେକୁ ଯାଇ ପଞ୍ଚମ ଘରକୁ ପୂର୍ଣ ଦୃଷ୍ଟି ସହିତ ଦେଖିବେ ଯାହା ଦ୍ବାରା ଶିକ୍ଷାରେ ଆପଣଙ୍କୁ ଊତମ ସଫଳତାର ଯୋଗ ତିଆରି ହେବ। ଆପଣଙ୍କର ମନରେ ଜ୍ଞାନ ପ୍ରାପ୍ତିର ଇଚ୍ଚା ମଧ୍ୟ ତିଆରି ହେବ। ବିଦ୍ୟା ପ୍ରାପ୍ତିରେ ସଫଳତା ମିଳିବ। ସିଂହ 2025 ରାଶିଫଳ ଅନୁସାରେ ପ୍ରତିଯୋଗିତା ପରିକ୍ଷ ପାଇଁ ପ୍ରସ୍ତୁତ ହେଉଥିବା ବିଦ୍ୟାର୍ଥୀଙ୍କୁ ଏହି ବର୍ଷ କଠିନ ପରିଶ୍ରମ କରିବା ପାଇଁ ପଡ଼ିବ ଯାହା ଫଳରେ ସଫଳତା ପ୍ରାପ୍ତ ହେବ। ଯଦି ଆପଣ ଉଚ୍ଚ ଶିକ୍ଷା ଗ୍ରହଣ କରିବା ପାଇଁ ଚାହୁଁଛନ୍ତି ତେବେ ବର୍ଷର ଆରମ୍ଭର ଦୁଇ ମାସ ଉତ୍ତମ ରହିବ। ତାହା ପରେ ମଧ୍ୟ ଆପଣଙ୍କର ପରିଶ୍ରମ ସଫଳତା ଆଣିବ କିନ୍ତୁ ଆରମ୍ଭରେ ବିଦେଶ ଯାଇ ପଢ଼ିବାର ସ୍ବପ୍ନ ମଧ୍ୟ ପୁରାଣ ହେବ। ଆପଣଙ୍କୁ ନିଜର ଏକାଗ୍ରତା ବଢ଼ାଇବାକୁ ପଡ଼ିବ। 

ପାରିବାରିକ ଜୀବନ 

ଏହି ସିଂହ 2025 ରାଶିଫଳ ଅନୁସାରେ 2025 ପାରିବାରିକ ଜୀବନ ପାଇଁ ଆରମ୍ଭରେ ବହୁତ ଅନୁକୂଳ ରହିବ। ଚତୁର୍ଥ ଘରେ ବୁଧ ମହାରାଜ ଓ ଦଶମ ଘରେ ଦେବଗୁରୁ ବୃହସ୍ପତି ବିରାଜମାନ ରହିବେ ଯାହା ଦ୍ବାରା ପରିବାର ସଦସ୍ୟଙ୍କ ପ୍ରତି ବୁଝାମଣା ବଢ଼ିବ। ପରସ୍ପର ପ୍ରତି ପ୍ରେମ ଓ ସ୍ନେହର ଭାବନା ବଢ଼ିବ। ଶନି ମହାରାଜଙ୍କର ଦୃଷ୍ଟି ବର୍ଷର ଆରମ୍ଭରେ ଚତୁର୍ଥ ଘର ଉପରେ ରହିବା ଯୋଗୁଁ ମଝିରେ ମଝିରେ କିଛି ବିବାଦୀୟ ସ୍ଥିତି ଆସିପାରେ। ଦ୍ଵିତୀୟ ଘରେ କେତୁ ମହାରାଜ ବାଣୀ ଯୋଗୁଁ ପାରସ୍ପରିକ ବିବାଦ ସୃଷ୍ଟି କରିପାରନ୍ତି କିନ୍ତୁ ମଈ ପରେ ଏହି ସବୁ ସ୍ଥିତିରେ ହ୍ରାସ ଘଟିବ ଓ ପାରସ୍ପରିକ ସାମଞ୍ଜସ୍ୟ ବଢ଼ିବ। ଦେବଗୁରୁ ବୃହପତି ଏକାଦଶ ଘରେ ରହି ପଞ୍ଚମ ଘର, ତୃତୀୟ ଘର ଓ ସପାତ୍ମ ଘରକୁ ଦେଖିବା ଦ୍ବାରା ଜୀବନସାଥୀ, ପରିବାରର ସାନ ସଦସ୍ୟ ଓ ସନ୍ତାନ ମଧ୍ୟରେ ଭଲ ସାମଞ୍ଜସ୍ୟ ଦେଖିବାକୁ ମିଳିବ। ଭାଇ ଭଉଣୀଙ୍କ ସହିତ ଆପଣଙ୍କର ସମ୍ବନ୍ଧ ମଧୁର ହେବ ଓ ସନ୍ତାନ ସମ୍ବନ୍ଧିତ ଭଲ ସମାଚାର ମିଳିବ ଯାହା ଘରେ ଖୁସି ଆଣିଦେବ ଓ ପାରିବାରିକ ଜୀବନ ଦୃଢ଼ ହେବ।

ବୈବାହିକ ଜୀବନ 

ସିଂହ ରାଶିଫଳ ଅନୁସାରେ ଆପଣଙ୍କର ବୈବାହିକ ଜୀବନ ବିଷୟରେ କହିବାକୁ ଗଲେ ବର୍ଷର ଆରମ୍ଭ ଅନୁକୂଳ ରହିବ। ପରସ୍ପର ମଧ୍ୟରେ ମଧ୍ୟ ସାମଞ୍ଜସ୍ୟ ରହିବ। ପରସ୍ପରର କଥା ବୁଝିବେ ତଥା ତାଙ୍କୁ ମହତ୍ଵ ଦେବେ। ପ୍ରେମ ଓ ରୋମାନ୍ସର ଯୋଗ ତିଆରି ହେଉଛି। ଆପଣ ନିଜର ଜୀବନସଥୀ ସହିତ ଲମ୍ବା ଯାତ୍ରା ,ମଧ୍ୟ କରିବେ। ସିଂହ 2025 ରାଶିଫଳ ଅନୁସାରେ ମାର୍ଚ୍ଚ ମାସରେ ଶନି ମାହାରାଜ ଅଷ୍ଟମ ଘରକୁ ଯିବେ ଯେଉଁଠି ରାହୁ ମହାରାଜ ବିରାଜମାନ ହେବେ, ଏହା ଦ୍ବାରା ଶାଶୁ ଘରେ ତଥା ଆପଣଙ୍କ ଜୀବନ ସାଥୀକୁ କିଛି କଷ୍ଟ ହୋଇପାରେ, ତାଙ୍କର ସ୍ବାସ୍ଥ୍ୟ ସମସ୍ଯା ଚିନ୍ତା ଦେଇପାରେ। ତାଙ୍କର ଧ୍ୟାନ ରଖନ୍ତୁ। ଏହା ପରେ ମଈ ମାସରେ ରାହୁ ମହାରାଜ ସପ୍ତମ ଘରେ ପ୍ରବେଶ କରିବେ ଓ ଦେବଗୁରୁ ବୃହସ୍ପତି ଏକାଦଶ ଘରୁ ସପ୍ତମ ଘର ଉପରେ ଦୃଷ୍ଟି ରଖିବେ ଯାହା ଦ୍ବାରା ଜୀବନ ସାଥୀ ସହିତ ସମ୍ପର୍କ ଭଲ ହେବ। ପରସ୍ପର ମଧ୍ୟରେ ମଧୁରତା ବଢ଼ିବ ଓ ଆପଣ ନିଜର ଶାଶୁଘର ଲୋକଙ୍କୁ ମଧ୍ୟ ସାହାଜ୍ୟ କରିବେ। ଆପଣଙ୍କର ବୈବାହିକ ଜୀବନ ମଧୁରତା ସହିତ ଗକୁ ବଢ଼ିବ। 

ପାଆନ୍ତୁ ନିଜର ଜାତକ ଉପରେ ଆଧାରିତ ସଠିକ ଶନି ରିପୋର୍ଟ୍

ପ୍ରେମ ଜୀବନ 

ସିଂହ ରାଶିଫଳ ଆପଣଙ୍କ ପାଇଁ ଏହା ଭବିଷ୍ୟବାଣୀ କରୁଛି ଯେ ବର୍ଷ 2025 ର ଆରମ୍ଭରେ ଅପଣଣୁ ପ୍ରେମ ସମ୍ବନ୍ଧକୁ ନେଇ କିଛି ଅସୁବିଧା ସାମ୍ନା କରିବାକୁ ପଡ଼ିପାରେ କାରଣ ସୂର୍ଯ୍ୟ ମହାରାଜ ବର୍ଷର ଆରମ୍ଭରେ ଆପଣଙ୍କର ପଞ୍ଚମ ଘରେ ରହିବେ ଯାହା ଆପଣଙ୍କର ପ୍ରିୟତମର ମନରେ ଅହଂ ଭାବନା ସୃଷ୍ଟି କରିପାରେ ଓ ସମ୍ପର୍କରେ ଚାପ ବଢ଼ିପାରେ। କିନ୍ତୁ ଭଲ କଥା ଏୟା ଯେ ଦେବଗୁରୁ ବୃହସ୍ପତି ଏକାଦଶ ଘରକୁ ଯାଇ ଅକ୍ଟୋବର ପର୍ଯ୍ୟନ୍ତ ଆପଣଙ୍କର ଆପଣଙ୍କର ପଞ୍ଚମ ଘରକୁ ଦେଖିବେ ଯାହାର ସ୍ବାମୀ ମଧ୍ୟ ଦେବଗୁରୁ ବୃହସ୍ପତି ଯାହା ଦ୍ୱର ପ୍ରେମ ସମ୍ବନ୍ଧରେ ପ୍ରଗଢ଼ତା ଆସିବ। ସମ୍ପର୍କ ଦୃଢ଼ ହେବ। ପ୍ରେମ ବିବାହ ଦ୍ବାରା ସମ୍ବନ୍ଧ ଯୋଡ଼ି ହୋଇପାରେ। ସିଂହ 2025 ରାଶିଫଳ ଅନୁସାରେ ଏହା ପରେ ଅକ୍ଟୋବର ରୁ ଡିସେମ୍ବର ମଧ୍ୟରେ ଯେତବେଳେ ଦେବଗୁରୁ ବୃହସ୍ପତି ଦ୍ଵାଦଶ ଘରକୁ ଯିବେ ତେବେ ଆପଣଙ୍କର ପ୍ରିୟତମ କୌଣସି ବିଶେଷ ନିଯୁକ୍ତି ମିଳିପାରେ ଯେଉଁଥିପାଇଁ ତାଙ୍କୁ କିଛି ସମୟ ପାଇଁ ଦୂରକୁ ଯିବାକୁ ପଡ଼ିପାରେ। 

ଉପାୟ 

  • ପ୍ରତିଦିନ ଶ୍ରୀ ଆଦିତ୍ୟ ହୃଦଯ ସ୍ତୋତ୍ର ପାଠ କରନ୍ତୁ । 
  • ଶାରୀରିକ ସମସ୍ଯା ଯଦି ହୁଏ ତେବେ ଲୁହାର ବସ୍ତୁ ଦାନ କରନ୍ତୁ। 
  • ବ୍ୟବସାୟ ସମ୍ବନ୍ଧିତ ସମସ୍ଯା ପାଇଁ ଶିବଲିଙ୍ଗ ଉପରେ ଇତର ଅର୍ପଣ କରନ୍ତୁ । 
  • ସମସ୍ତ ପ୍ରକାରର ସଫଳତା ପାଇଁ ମଙ୍ଗଳବାର ଦିନ ହନୁମାନଙ୍କୁ ପ୍ରେମ ଭାବ ସହିତ ଚାରୋଟି କଦଳୀ ଅର୍ପଣ କରନ୍ତୁ।

ସମସ୍ତ ଜ୍ୟୋତିଷୀୟ ସମାଧାନ ପାଇଁ କ୍ଲିକ କରନ୍ତୁ: ଅନଲାଇନ ଶପିଂ ସ୍ଟୋର

ଆମେ ଆଶା କରୁଛି ଯେ ଆପଣଙ୍କୁ ଆମର ଏହି ଲେଖା ପସନ୍ଦ ଆସିଥିବ। ଏହି ପରି ଅଧିକ ଲେଖା ପାଇଁ ଜଡ଼ିତ ରୁହନ୍ତୁ ଆଷ୍ଟ୍ରୋକେମ୍ପ ସହିତ। ଧନ୍ୟବାଦ!

ପ୍ରାୟତଃ ପଚରା ଯାଉଥିବା ପ୍ରଶ୍ନ

1. 2025 ରେ ସିଂହ ରାଶିର ଭବିଷ୍ୟ କ’ଣ ଅଛି?

2025 ରାଶିଫଳ ଅନୁସାରେ ସିଂହ ରାଶି ଲୋକଙ୍କ ପାଇଁ ଏହି ବର୍ଷ ଭଲ ରହିବ। ଏହି ସମୟରେ ଆପଣଙ୍କର ବ୍ୟବସାୟରେ ପ୍ରଗତି ଓ କାର୍ଯ୍ୟକ୍ଷେତ୍ରରେ ସଫଳତା ମିଳିବ।

2. ସିଂହ ରାଶି ଲୋକଙ୍କ ଚିନ୍ତା କେବେ ଶେଷ ହେବ?

ସିଂହ ରାଶି ଉପରେ ଶନି ସାଢ଼େସାତୀ 13 ଜୁଲାଇ 2034 ରୁ 29 ଜାନୁଆରୀ 2041 ପର୍ଯ୍ୟନ୍ତ ରହିବ। ଶନିଙ୍କର ଢେୟା 29 ମାର୍ଚ୍ଚ 205 ରୁ 3 ଜୁନ 2027 ପର୍ଯ୍ୟନ୍ତ ରହିବ। 

3. ଏହି (M) ନାମ ଥିବା ଲୋକଙ୍କର ରାଶି କ’ଣ ଅଟେ?

ଯେଉଁ ଲୋକଙ୍କର ନାମ ଇଂରାଜୀ ଏମ୍ ଅକ୍ଷରରୁ ଆରମ୍ଭ ହେଉଛି ତାଙ୍କର ରାଶି ସିଂହ ହୋଇଥାଏ। ସିଂହ ରାଶିର ଲୋକ ନିଜର ଜୀବନକୁ ନେଇ ବହୁତ ଉତ୍ସାହିକ ଥାଆନ୍ତି। 

4. 2025 ରେ ସିଂହ ରାଶିର ଲୋକଙ୍କ ଭାଗ୍ୟରେ କ’ଣ ଲେଖା ଅଛି?

2025 ରେ ସିଂହ ରାଶିର ଲୋକଙ୍କ ଜୀବନର ବିଭିନ୍ନ ଦିଗରେ ମିଶ୍ରିତ ପରିଣାମ ପ୍ରାପ୍ତ ହେବ। ଏହି ବର୍ଷ ଆପଣଙ୍କୁ ସ୍ୱାସ୍ଥ୍ୟର ବିଶେଷ ଧ୍ୟାନ ରଖିବାକୁ ପରାମର୍ଶ ଦିଆଯାଇଛି।

More from the section: Horoscope 4041
Buy Today
Gemstones
Get gemstones Best quality gemstones with assurance of AstroCAMP.com More
Yantras
Get yantras Take advantage of Yantra with assurance of AstroCAMP.com More
Navagrah Yantras
Get Navagrah Yantras Yantra to pacify planets and have a happy life .. get from AstroCAMP.com More
Rudraksha
Get rudraksha Best quality Rudraksh with assurance of AstroCAMP.com More
Today's Horoscope

Get your personalised horoscope based on your sign.

Select your Sign
Free Personalized Horoscope 2024
© Copyright 2024 AstroCAMP.com All Rights Reserved