• Talk To Astrologers
  • Brihat Horoscope
  • Ask A Question
  • Child Report 2022
  • Raj Yoga Report
  • Career Counseling
Personalized
Horoscope

ତୁଳା 2025 ରାଶିଫଳ ରୁ ଜାଣନ୍ତୁ ନିଜର ଭବିଷ୍ୟ!

Author: Vijay Pathak | Last Updated: Mon 26 Aug 2024 12:51:40 PM

ଆଷ୍ଟ୍ରୋକଏମ ଦ୍ବାରା ପ୍ରସ୍ତୁତ ଏହି ତୁଳା 2025 ରାଶିଫଳ ରେ ଆପଣଙ୍କୁ ଏହା ଜାଣିବାକୁ ମିଳିବ ଯେ ବର୍ଷ 2025 ରେ ତୁଳା ରାଶିର ଲୋକଙ୍କ ଜୀବନରେ କେଉଁ କେଉଁ ପରିବର୍ତ୍ତନ ଆସିବାର ସମ୍ଭାବନା ଅଛି। ଏହି ପରିବର୍ତ୍ତନ ସହିତ ସମ୍ବନ୍ଧିତ ସଠିକ ସୂଚନା ଆପଣଙ୍କୁ ଏହି ଭବିଷ୍ୟଫଳ 2025ରେ ଜାଣିବାକୁ ମିଳିବ। ଏହି ତୁଳା ରାଶିଫଳ ବିଶେଷ ରୂପରେ ବୈଦିକ ଜ୍ଯୋତିଷ ଉପରେ ଆଧାରିତ ଓ ବର୍ଷ 2025ରେ ବିଭିନ୍ନ ଗ୍ରହଙ୍କର ଚଳନ, ଗ୍ରହଙ୍କର ଗୋଚର ଓ ଗ୍ରହ ନକ୍ଷତ୍ରଙ୍କର ସ୍ଥିତି, ଇତ୍ୟାଦିର ଗଣନା କରିବା ପରେ ତିଆରି ହୋଇଛି। ଆସନ୍ତୁ ଜାଣିବା ବର୍ଷ 2025 ତୁଳା ରାଶି ଲୋକଙ୍କ ଜୀବନର ବିଭିନ୍ନ କ୍ଷେତରେ କେଉଁ କେଉଁ ପରିବର୍ତ୍ତନ ଆଣିବ।

ତୁଳା 2025 ରାଶିଫଳ

ଏହି ତୁଳା 2025 ରାଶିଫଳ ଅନୁସାରେ ଆପଣଙ୍କର ଜୀବନରେ କ’ଣ କ’ଣ ହେବ, ଆପଣଙ୍କର ବ୍ୟକ୍ତିଗତ ଜୀବନ ଓ ବୃତିଗତ ଜୀବନରେ କେଉଁ ପ୍ରକାର ପରିବର୍ତ୍ତନ ଆସିବ, ଏହି ସବୁ ସୂଚନା ପ୍ରାପ୍ତ କରିବା ପାଇଁ ଚଳାନ୍ତୁ ଏବେ ଆଗକୁ ବିସ୍ତୃତରେ ପଢ଼ିବା। 

Read In Detail: Libra 2025 Horoscope

ଆର୍ଥିକ ଜୀବନ 

ଯଦି ତୁଳା ରାଶିର ଲୋକଙ୍କ ଆର୍ଥିକ ଜୀବନ ବିଷୟରେ କହିବାକୁ ଗଲେ ତୁଳା 2025 ରାଶିଫଳ ଆପଣଙ୍କ ପାଇଁ ଏହା ଭବିଷ୍ୟବାଣୀ କରୁଛି ଯେ ଏହି ବର୍ଷ ଆର୍ଥିକ ରୂପରେ ସମସ୍ଯା ସାମ୍ନା କରିବାକୁ ପଡ଼ିପାରେ। ଏହି ବର୍ଷ ମିଶ୍ରିତ ପରିଣାମ ଆଣିବ। ବର୍ଷର ଆରମ୍ଭରେ କେତୁ ଦ୍ଵାଦଶ ଘରେ ରହିବେ ଓ ବୃହସ୍ପତି ଅଷ୍ଟମ ଘରେ ରହିବେ ଯାହା ଦ୍ବାରା ଆର୍ଥିକ ସମସ୍ଯା ବଢ଼ିବ। ଆପଣଙ୍କର ଖର୍ଚ୍ଚ ଶୀଘ୍ର ବଢ଼ିବ ଓ ଆପଣଙ୍କୁ କିଛି ଚିନ୍ତା ହେବ କିନ୍ତୁ ମାର୍ଚ୍ଚ ଶେଷରେ ଶନି ମହାରାଜ ଷଷ୍ଠ ଘରେ ଆସି ଦ୍ଵାଦଶ ଘରକୁ ଦେଖିବେ ଯାହା ଦ୍ବାରା ଖର୍ଚ୍ଚ ରେ ଅଧିକ ବୃଦ୍ଧି ହେବ। କିନ୍ତୁ ଭଲ କଥା ଏହା ହେବ ଯେ ରାହୁ ମହାର୍ଜ ମଈ ମାସରେ ଆପଣଙ୍କର ପଞ୍ଚମ ଘରକୁ ଯିବେ ଓ କେତୁ ଏକାଦଶ ଘରେ ତଥା ବୃହସ୍ପତି ମଧ୍ୟ ମଈ ମାସରେ ଆପଣଙ୍କର ନବମ ଘରକୁ ଯିବେ। ଯାହା ଫଳରେ ଆପଣଙ୍କର ଖର୍ଚ୍ଚରେ ହ୍ରାସ ଘଟିବ। ରୋଜଗାର ବଢ଼ିବ ଓ ଆପଣଙ୍କର ଆର୍ଥିକ ସ୍ଥିତି ଦୃଢ଼ ହେବ। ଏହି ପ୍ରକାର ବର୍ଷର ଉତ୍ତରାର୍ଦ୍ଧ ଆପଣଙ୍କ ପାଇଁ ଆର୍ଥିକ ଦୃଷ୍ଟିରୁ ଅଧିକ ସଶକ୍ତ ହେବ। ବର୍ଷର ଉତ୍ତରାର୍ଦ୍ଧରେ ଶେୟାର ବଜାରରେ ବିନିଯୋଗ କରୁଇବାକୁ ଇଚ୍ଚା ହେବ ଓ ସେଥିରେ ଫାଇଦା ମିଳିବ। 

तुला राशि का राशिफल विस्तार से पढ़ेंतुला राशिफल 2025

ସ୍ବାସ୍ଥ୍ୟ 

ତୁଳା ରାଶିଫଳ ଅନୁସାରେ ଏହି ବର୍ଷ ସ୍ବାସ୍ଥ୍ୟ ଦୃଷ୍ଟିରୁ ଉତ୍ଥାନ-ପତନରେ ପରିପୂର୍ଣ ରହିବ। ବର୍ଷର ଆରମ୍ଭରେ ରାଶିର ସ୍ବାମୀ ଶୁକ୍ର ଶନି ମହାରାଜଙ୍କ ସହିତ ପଞ୍ଚମ ଘରେ ରହିବେ। ଷଷ୍ଠ ଘରେ ରାହୁ, ଅଷ୍ଟମ ଘରେ ବୃହସ୍ପତି, ଦଶମ ଘରେ ନୀଚ ରାଶି ମଙ୍ଗଳ ଓ ଦ୍ଵାଦଶ ଘରେ କେତୁ ସ୍ବାସ୍ଥ୍ୟକୁ ଦୁର୍ବଳ କରିବାକୁ ଚେଷ୍ଟା କରିବେ ଯାହା ଦ୍ବାରା ସ୍ବାସ୍ଥ୍ୟ ସମସ୍ଯା ଆପଣଙ୍କୁ ହଇରାଣ କରିବ। ବର୍ଷର ଉତ୍ତରାର୍ଦ୍ଧରେ ଶନି ଷଷ୍ଠ ଘରେ ରହିବେ ଓ ରାହୁ ପଞ୍ଚମ ଘର ତଥା ବୃହସ୍ପତି ନବମ ଘରେ ଆସି ସ୍ବାସ୍ଥ୍ୟକୁ କିଛି ଦୃଢ଼ କରିବେ। ଆପଣଙ୍କୁ ନିଜର ଭୁଲ ଯୋଗୁଁ ରୋଗରେ ପୀଡ଼ିତ ହେବାକୁ ପଡ଼ିପାରେ। ସେଥିପାଇଁ ନିଜର ଭୁଲରୁ ବଞ୍ଚନ୍ତୁ। ବାହାରେ ଅଧିକ ଖାଆନ୍ତୁ ନ କରନ୍ତୁ। ଅଧିକ ତେଲିଆ ଖାଦ୍ଯ ଖାଆନ୍ତୁ ନାହିଁ ଓ ସନ୍ତୁଳିତ ମାତ୍ରାରେ ଭୋଜନ କରନ୍ତୁ। ଏହା ଦ୍ବାରା ଆପଣ ବର୍ଷର ଉତ୍ତରାର୍ଦ୍ଧରେ ଭଲ ସ୍ଥିତିକୁ ଆସିବେ ଓ ଆପଣଙ୍କର ସ୍ବାସ୍ଥ୍ୟ ସମସ୍ଯା କମ ହେବ। 

କ’ଣ ଆପଣଙ୍କର ଜାତକରେ ଅଛି ଶୁଭ ଯୋଗ? ଜାଣିବା ପାଇଁ ଏବେ କିଣନ୍ତୁ ବୃହତ କୁଣ୍ଡଳୀ

କ୍ୟାରୀଅର 

ଏହି ତୁଳା 2025 ରାଶିଫଳ ଅନୁସାରେ ଯଦି ଆପଣଙ୍କର କ୍ୟାରୀଅର ବିଷୟରେ କହିବ ତେବେ ଚାକିରି କରୁଥିବା ଲୋକଙ୍କୁ ବର୍ଷର ଆରମ୍ଭରେ କିଛି ଅସୁବିଧା ସାମ୍ନା କରିବା ପାଇଁ ପଡ଼ିବ। ନୀଚ ରାଶି ହୋଇ ମଙ୍ଗଳ ଦଶମ ଘରେ ଆପଣଙ୍କୁ ଅଜଥା କାର୍ଯ୍ୟକ୍ଷେତ୍ରରେ ଲୋକଙ୍କ ସହିତ ଯୁକ୍ତିତର୍କ କରାଇବେ ଓ ଏହାର ପ୍ରଭାବ ଆପଣଙ୍କର କାର୍ଯ୍ୟକ୍ଷେତ୍ରରେ ପଡ଼ିପାରେ ସେଥିପାଇଁ ସାବଧାନ ରୁହନ୍ତୁ। ଏହା ପରେ ଯେତବେଳେ ଜୁନ ରୁ ଜୁଲାଇ ମଧ୍ୟରେ ମଙ୍ଗଳ ମହାରାଜ ଆପଣଙ୍କର ଏକାଦଶ ଘରେ ରହିବେ, ତେବେ ଆପଣଙ୍କର ବରିଷ୍ଠ ଅଧିକାରୀଙ୍କର ସ୍ନାନିଧ୍ୟ ଆପଣଙ୍କୁ ମିଳିବ ଓ ହକିରୀରେ ଆପଣଙ୍କର ସ୍ଥିତି ଭଲ ରହିବ। ଏହି ବର୍ଷର ମଧ୍ୟ ଭାଗରେ ଚାକିରି ବଦଳାଇବାରେ ସଫଳତା ମିଳିବ। ବ୍ୟବସାୟ କରିବା ଲୋକଙ୍କ ପାଇଁ ଏହି ବର୍ଷର ଆରମ୍ଭ ସମୟ ଚାପରେ ପୂର୍ଣ ରହିବ ଓ ଆପଣ ଓ ଆପଣଙ୍କର ପାର୍ଟନର ମଧ୍ୟରେ ସମସ୍ଯା ବଢ଼ିବ। ବିବାଦ ହୋଇପାରେ କିନ୍ତୁ ବର୍ଷର ଉତ୍ତରାର୍ଦ୍ଧ ଅପେକ୍ଷାକୃତ ଅନୁକୂଳ ରହିବ। ବ୍ୟବସାୟରେ ଉଲ୍ଲେଖନିୟ ପ୍ରଗତି ଦେଖିବାକୁ ମିଳିବ। ଏହି ବର୍ଷ ଆପଣ ନିଜର ବ୍ୟବସାୟ ପାଇଁ କିଛି ନୂଆ ସ୍ରୋତରୁ ଫାଇଦା ପାଇବେ। 

ଶିକ୍ଷା 

ତୁଳା ରାଶିର ବିଦ୍ୟାର୍ଥୀ ବର୍ଗଙ୍କ ବିଷୟରେ କହିଲେ ତୁଳା 2025 ରାଶିଫଳ ଅନୁସାରେ ବର୍ଷର ଆରମ୍ଭ ଆପଣଙ୍କ ପାଇଁ କଠିନ ରହିବ। ଆପଣଙ୍କର କାର୍ଯ୍ୟରେ ବାରମ୍ବାର ଅସୁବିଧା ଆସିବ। ଆପଣ ଯାହା ପଢ଼ିବାକୁ ଚାହିଁବେ, ତାହା ଉପରେ ଆପଣ ଧ୍ୟାନ ଦେବେ ନାହିଁ ଯାହା ଦ୍ବାରା ଆପଣଙ୍କର ପାଠ ପଢ଼ା ବାରମ୍ବାର ବାଧା ପାଇବ। ସେଥିପାଇଁ ଆପଣଙ୍କୁ ନିଜର ଏକାଗ୍ରତା ବଢ଼ାଇବାକୁ ପଡ଼ିବ। ଆପଣଙ୍କର ଏକାଗ୍ରତା ଯେତେ ଭଲଅ ହେବ ସେତେ ଆପଣଙ୍କୁ ଶିକ୍ଷାରେ ଭଲ ପରିଣାମ ମିଳିବ। ମାସର ଉତ୍ତରାର୍ଦ୍ଧରେ ଯେତବେଳେ ମଈରେ ରାହୁ ପଞ୍ଚମ ଘରେ ରହିବେ, ତେବେ ଆପଣଙ୍କର ବୁଦ୍ଧି ବଢ଼ିବ। ଭାବିବା ଚିନ୍ତିବାର କ୍ଷମତା ବଢ଼ିବ। ତର୍କ କ୍ଷମତା ବଢ଼ିବ। ଏଥିରୁ ଆପଣଙ୍କୁ ବହୁତ ଫାଇଦା ମିଳିବ। ବେଉହସ୍ପତି ମହାରାଜ ମଈ ମାସରେ ଆପଣଙ୍କର ନବମ ଘରକୁ ଯିବେ ଯାହା ଦ୍ବାରା ଉଚ୍ଚ ଶିକ୍ଷାର ବିଦ୍ୟାର୍ଥୀଙ୍କୁ ବିଶେଷ ଲାଭ ମିଳିବ। ସେ ନିଜର କ୍ଷେତ୍ରରେ ବିଶେଷ ଉନ୍ନତି ପ୍ରାପ୍ତ କରିବେ। ପ୍ରତିଯୋଗିତା ପରୀକ୍ଷା ପାଇଁ ଏହି ବର୍ଷ ଅନୁକୂଳ ଅଟେ। ଆପଣଙ୍କୁ ନିଜର ପରିଶ୍ରମ ଅନୁସାରେ ଭଲ ସଫଳତା ମିଳିବାର ପ୍ରବଳ ଯୋଗ ତିଆରି ହେଉଛି। ଆପଣ କୌଣସି ସରକାରୀ ଚାକିରି ପାଇପରନ୍ତି। ବିଦେଶ ଯାଇ ପଢ଼ିବାକୁ ଚାହୁଁଛନ୍ତି ତେବେ କଠିନ ପରିଶ୍ରମ ପାଇଁ ପ୍ରସ୍ତୁତ ରୁହନ୍ତୁ। 

ପାରିବାରିକ ଜୀବନ 

ତୁଳା ରାଶିଫଳ ଅନୁସାରେ ବର୍ଷ 2025 ଆପଣଙ୍କର ପାରିବାରିକ ଜୀବନ ପାଇଁ ମଧ୍ୟମ ଧରଣର ରହିବାର ସମ୍ଭାବନା ଅଛି। ବର୍ଷର ଆରମ୍ଭରେ ଭାଇ ଭଉଣୀଙ୍କ ସହିତ ପ୍ରେମ ପୂରଣ ବ୍ୟବହାର ରହିବ। ସେ ଆପଣଙ୍କର ସାହସ ହେବେ। ତାଙ୍କ ସହିତ ମିଶି ଆପଣ ବହୁତ କାମ କରିବେ। ନୀଚ ରାଶିର ମଙ୍ଗଳ ମହାରାଜ ଦଶମ ଘରେ ବସି ଚତୁର୍ଥ ଘରକୁ ଦେଖିବେ ଯାହା ଦ୍ବାରା ପାରିବାରିକ ଜୀବନରେ କିଛି ଝଗଡ଼ାର ପରିସ୍ଥିତି ଆସିପାରେ। ପିତାଙ୍କର ସ୍ବାସ୍ଥ୍ୟ ଖରାପ ହୋଇପାରେ। ଚତୁର୍ଥ ଘରର ସ୍ବାମୀ ତୁଳା 2025 ରାଶିଫଳ ଅନୁଯାୟୀ ଶନି ମହାରାଜ ବର୍ଷର ଆରମ୍ଭ ରେ ପଞ୍ଚମ ଘରେ ରହିବେ, ସେପର୍ଯ୍ୟନ୍ତ ଘରେ ପ୍ରେମ ବିଶେଷ ରୂପରେ ଦେଖିବାକୁ ମିଳିବ କିନ୍ତୁ ଏହା ପରେ ମାର୍ଚ୍ଚ ଅନ୍ତରେ ସେ ଷଷ୍ଠ ଘରକୁ ଯିବେ ଯାହା ପରିବାରରେ ଅସୁବିଧା ଆଣିବ। ପାରସ୍ପରିକ ସଂତୁଳନ ବଢ଼ିପାରେ। ପରସ୍ପର ସହିତ ପ୍ରେମ ଭାବନାର ଅଭାବ ହୋଇପାରେ ସେଥିପାଇଁ ପରିବାରର ଦାୟିତ୍ବକୁ ବୁଝନ୍ତୁ। ପୈତୃକ ସମ୍ପତି ପ୍ରାପ୍ତ ହେବାର ଯୋଗ ଏହି ବର୍ଷ ଆପଣଙ୍କର ତିଆରି ହୋଇପାରେ। ପରିବାରରେ ଶାନ୍ତିପୂର୍ଣ ପରିବେଶ ରଖିବା ଦ୍ବାରଅ ଆପଣଙ୍କୁ ଓ ପରିବାରକୁ ବିଶେଷ ଲାଭ ମିଳିବ। ବର୍ଷର ଉତ୍ତରାର୍ଦ୍ଧ ଆପଣଙ୍କ ପାଇଁ ବିଶେଷ ଅନୁକୂଳ ରହିବ। 

ବୈବାହିକ ଜୀବନ 

ତୁଳା ରାଶିଫଳ ଅନୁସାରେ ବିବାହିତ ଲୋକଙ୍କ ବିଷୟରେ କହିବାକୁ ବର୍ଷର ଆରମ୍ଭ କିଛି କଠିନ ରହିବ। ଆପଣ ଓ ଆପଣଙ୍କର ଜୀବନସାଥି ମଧ୍ୟରେ ଚାପ ବଢ଼ିପାରେ। ବିବାଦ ଇତ୍ୟାଦି ହୋଇପାରେ। ଦ୍ଵାଦଶ ଘରେ କେତୁ ମହାରାଜ ଥିବା ଯୋଗୁଁ ପାରସ୍ପରିକ ସମ୍ବନ୍ଧରେ ପ୍ରଗଢ଼ତା ହ୍ରାସ ହେବ ଓ ମଧୁର ସମ୍ବନ୍ଧ ରହିବ ନାହିଁ। ଅଷ୍ଟମ ଘରେ ଦେବଗୁରୁ ବୃହସ୍ପତି ଶାଶୁ ଘର ଲୋକଙ୍କ ସହିତ ଭଲ ବ୍ୟବହାର କରାଇବେ। ଆପଣଙ୍କର ଶାଶୁଘରେ କୌଣସି ଅତିଥିଙ୍କର ଆସିବା ଦ୍ବାରା କିମ୍ବା ବିବାହ ହେବା କିମ୍ବା କାହାରି ଜନ୍ମ ହେବା କାରଣ ଯୋଗୁଁ ପୂଜା ପାଠ, ଉତ୍ସବର ପରିବେଶ ରହିବ ଯେଉଁଥିରେ ଆପଣଙ୍କୁ ଯୋଗ ଦେବାର ସୁଯୋଗ ମିଳିବ। ତୁଳା 2025 ରାଶିଫଳ ଅନୁଯାୟୀ ମଈ ମାସରେ ଯେତବେଳେ ଦେବଗୁରୁ ବୃହସ୍ପତି ନବମ ଘରେ ଆସି ଆପଣଙ୍କର ରାଶିକୁ ଦେଖିବେ, ତେବେ ଆପଣଙ୍କର ନିର୍ଣୟ କ୍ଷମତା ଦୃଢ଼ ହେବ ଯାହାର ଲାଭ ଉଠାଇ ଆପଣ ନିଜର ବୈବାହିକ ଜୀବନକୁ ଅଧିକ ଭଲ କରିପାରିବେ। ଏହି ବର୍ଷ ଆପଣଙ୍କର ଜୀବନସାଥୀ ମଧ୍ୟମରେ ବିଶେଷ ଲାଭ ଜୁଲାଇ ରୁ ଅଗସ୍ଟ ମଧ୍ୟରେ ମିଳିବାର ଯୋଗ ତିଆରି ହେଉଛି। ନିଜର ବୈବାହିକ ଜୀବନକୁ ସମ୍ଭାଳନ୍ତୁ ଓ କୌଣସି ଅଜଣା ବ୍ୟକ୍ତିକୁ ସେଥିରେ ହସ୍ତକ୍ଷେପ କରିବା ପାଇଁ ଦିଅନ୍ତୁ ନାହିଁ। 

ପାଆନ୍ତୁ ନିଜର ଜାତକ ଉପରେ ଆଧାରିତ ସଠିକ ଶନି ରିପୋର୍ଟ୍

ପ୍ରେମ ଜୀବନ 

ତୁଳା ରାଶିଫଳ ଭବିଷ୍ୟବାଣୀ କରୁଛି ଯେ ବର୍ଷର ଆରମ୍ଭରେ ଆପଣଙ୍କୁ ନିଜର ପ୍ରେମ ଜୀବନରେ ମିଶ୍ରିତ ପରିଣାମ ମିଳିବ। ଶନି ମହାରାଜ ଓ ଶୁକ୍ର ମହରାଜ ଦୁହେଁ ପଞ୍ଚମ ଘରେ ରହିବେ ଯାହା ଦ୍ବାରା ଆପଣଙ୍କର ପ୍ରେମର ପରୀକ୍ଷା ହେବ। ଆପଣଙ୍କ ମଧ୍ୟରେ ରୋମାନ୍ସ ବଢ଼ିବ, ପରସ୍ପର ସହିତ ରୋମାନ୍ସ କରିବାରର ସୁଯୋଗ ମିଳିବ କିନ୍ତୁ ଶନି ମହାରାଜ ଏହା ପରୀକ୍ଷା କରିବେ ଯେ ଆପଣ ନିଜର ସମ୍ପର୍କରେ କେତେ ସଚ୍ଚୋଟ ଅଛନ୍ତି। ଯଦି ଆପଣ ଠିକ ତେବେ ଏହି ବର୍ଷ ଆପଣଙ୍କୁ ନିଜର ପ୍ରିୟତମଙ୍କର ସମର୍ଥନ ମିଳିବ। ତାଙ୍କୁ ଆପଣ ପ୍ରସ୍ତାବ ଦେବେ ଯାହା ପରେ ସେ ରାଜି ହେବା ପରେ ଆପଣ ବିବାହ କରିପାରିବେ। ଏହି ପ୍ରକାର ବର୍ଷର ପୂର୍ବଦ୍ଧ ଆପଣଙ୍କ ସମ୍ପର୍କ ପାଇଁ ବହୁତ ଅଧିକ ଅନୁକୂଳ ରହିବ। ବର୍ଷର ଉତ୍ତରାର୍ଦ୍ଧରେ କିଛି ସମସ୍ଯା ଆସିପାରେ। ଜୁନ ରୁ ଜୁଲାଇ ମଧ୍ୟରେ ମଙ୍ଗଳଙ୍କ ଦୃଷ୍ଟି ପଞ୍ଚମ ଘରେ ଥିବା ଯୋଗୁଁ ସମ୍ପର୍କରେ ଝଗଡ଼ା, ଇତ୍ୟାଦିର ସ୍ଥିତି ଆସିପାରେ। କିନ୍ତୁ ଗୋଟିଏ ଭଲ କଥା ଏହା ହେବ ଯେ ଆପଣ ଯେତବେଳେ ନିଜର ମନ କଥା ପ୍ରିୟତମଙ୍କୁ କହିବ ପାଇଁ ଚାହିଁବେ ସେ ସେତବେଳେ ସେଥିପାଇଁ ଉପଲବ୍ଧ ରହିବେ। ଆପଣଙ୍କର କଥା ଶୁଣି ଆପଣଙ୍କୁ ବୁଝିବାକୁ ଚେଷ୍ଟା କରିବେ ଯାହା ଫଳରେ ସମ୍ପର୍କ ଭଲ ହେବ। 

ଉପାୟ 

  • ଶୁକ୍ରବାର ଦିନ ଧଳା ରଙ୍ଗର ଘୋଡ଼ାକୁ ଚଣା ଖୁଆନ୍ତୁ ଏହା ଆପଣଙ୍କ ପାଇଁ ଭଲ ହେବ। 
  • ଆପଣଙ୍କ ପାଇଁ ଶୁକ୍ରବାର ଦିନ ସ୍ଫଟିକ ମାଲା ଧରଣ କରିବା ସର୍ବୋତ୍ତମ ରହିବ।
  • ବୁଧବାର ଦିନ ଗୌ ମାତାଙ୍କୁ ସବୁଜ ଚାରା ଓ ପାଳଙ୍ଗ ଶାଗ ଖୁଆଇବା ଆପଣଙ୍କର ବାଧା ଦୁର୍ କରିବ। 
  • ଆପଣଙ୍କୁ କିନ୍ନର ଓ ଛୋଟ ଝିଅଙ୍କର ଆଶୀର୍ବାଦ ନେବା ଉଚିତ। 

ସମସ୍ତ ଜ୍ୟୋତିଷୀୟ ସମାଧାନ ପାଇଁ କ୍ଲିକ କରନ୍ତୁ: ଅନଲାଇନ ଶପିଂ ସ୍ଟୋର

ଆମେ ଆଶା କରୁଛି ଯେ ଆପଣଙ୍କୁ ଆମର ଏହି ଲେଖା ପସନ୍ଦ ଆସିଥିବ। ଏହି ପରି ଅଧିକ ଲେଖା ପାଇଁ ଜଡ଼ିତ ରୁହନ୍ତୁ ଆଷ୍ଟ୍ରୋକେମ୍ପ ସହିତ। ଧନ୍ୟବାଦ!

ପ୍ରାୟତଃ ପଚରା ଯାଉଥିବା ପ୍ରଶ୍ନ

1. 2025 ରେ ତୁଳା ରାଶି ଲୋକଙ୍କର ଭବିଷ୍ୟ କ’ଣ ହେବ?

ବର୍ଷ 2025 ତୁଳା ରାଶି ଲୋକଙ୍କ ପାଇଁ ଅନୁକୂଳ ରହିବ ନାହିଁ। ଆପଣଙ୍କୁ ଆର୍ଥିକ ଜୀବନ, ସ୍ବାସ୍ଥ୍ୟ, କ୍ୟାରୀଅର ଇତ୍ୟାଦି ମାମଲା ପାଇଁ ଚିନ୍ତା କରିବାକୁ ପଡ଼ିବ। 

2. 2025 ରେ ତୁଳା ରାଶି ଲୋକଙ୍କୁ ଧନର ପ୍ରାପ୍ତି କେବେ ହେବ?

ମଈ 2025ରେ ଆପଣଙ୍କର ଖର୍ଚ୍ଚରେ ହ୍ରାସ ଘଟିବ। ରୋଜଗାର ବଢ଼ିବ ଓ ଆପଣଙ୍କର ଆର୍ଥିକ ସ୍ଥିତି ଦୃଢ଼ ହେବ। 

3. ତୁଳା ରାଶି ଲୋକଙ୍କର ଭାଗ୍ୟ କେବେ ଉଜ୍ଜ୍ଵଳ ହେବ?

ମଈ 2025 ପରେ ତୁଳା ରାଶି ଲୋକଙ୍କୁ ଜୀବନରେ ବିଭିନ୍ନ ଦିଗରେ ଶୁଭ ପରିଣା ମିଳିପାରିବ। 

More from the section: Horoscope 4038
Buy Today
Gemstones
Get gemstones Best quality gemstones with assurance of AstroCAMP.com More
Yantras
Get yantras Take advantage of Yantra with assurance of AstroCAMP.com More
Navagrah Yantras
Get Navagrah Yantras Yantra to pacify planets and have a happy life .. get from AstroCAMP.com More
Rudraksha
Get rudraksha Best quality Rudraksh with assurance of AstroCAMP.com More
Today's Horoscope

Get your personalised horoscope based on your sign.

Select your Sign
Free Personalized Horoscope 2024
© Copyright 2024 AstroCAMP.com All Rights Reserved